Family Clash Turns Fatal: ଦୁଇ ଭାଇଙ୍କ ଭିତରେ ଝଗଡ଼ା, ବୋମାମାଡ଼ରେ ଜଣେ ମୃତ
ଭାଇର ବୋମା ମାଡ଼ରେ ଭାଇ ମୃତ, ଅନ୍ୟ ଜଣେ ଭାଇ ଗୁରୁତର। ଭୁବନେଶ୍ୱର ଚନ୍ଦକା ଥାନା ମହୁଲ ଗାଁରେ ଘଟିଛି ଏହି ଘଟଣା। ବୋମାମାଡ଼ରେ ଗୋଟିଏ ଭାଇ ମୃତ, ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ବୋମା ମାଡ଼ରେ ମୃତ୍ୟୁ ବରଣ କରିଥିବା ବଡ଼ ଭାଇ ହେଉଛନ୍ତି ମୋହନ ପାଢ଼ୀ । ଗୁରୁତର ହୋଇଥିବା ସାନ ଭାଇ ମଦନ ପାଢ଼ୀ । ମଦନ ପାଢ଼ୀ ଙ୍କ ଗୋଟିଏ ହାତ ଛିଡ଼ି ଯାଇଛି ।
ଘଟଣାସ୍ଥଳରେ ଚନ୍ଦକା ଥାନା ପୋଲିସ ଓ ଭୁବନେଶ୍ବର ଡିସିପି ପହଞ୍ଚି ତଦନ୍ତ କରିଛନ୍ତି। ଆହତ ମଦନ ପାଢ଼ୀଙ୍କ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ରେ ଚିକିତ୍ସା ପରେ କଟକ SCB ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଭୁବନେଶ୍ବର ଡିସିପି, ଜୋନ୍୬ ଏସିପି, ସାଇଣ୍ଟିଫିକ୍ ଟିମ୍ କ୍ରାଇମ୍ ସ୍ପଟ୍ ରେ ପହଞ୍ଚି ବିଭିନ୍ନ ନମୂନା ସଂଗ୍ରହ କରିବା ସହ ଆରମ୍ଭ କରିଛନ୍ତି ତଦନ୍ତ ।
ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି, ଜଙ୍ଗଲୀ ଜନ୍ତୁ ଶିକାର କରିବା ପାଇଁ ଘରେ ବୋମା ରଖିଥିଲେ । ଦୁଇ ଭାଇଙ୍କ ଭିତରେ ଝଗଡ଼ା ହେଲା । ପରେ ଉଭୟ ଉଭୟଙ୍କ ଉପରେ ବୋମା ମାଡ଼ କରିଥିଲେ ।....
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।