Sanjay Daily Market ହଟିବ ସଂଜୟ ଦୈନିକ ବଜାର, ଠିଆହେବ ତିନି ମହଲା ବିଶିଷ୍ଟ ମଲ୍‌

Oct 21, 2026 - 19:40
Sanjay Daily Market  ହଟିବ ସଂଜୟ ଦୈନିକ ବଜାର, ଠିଆହେବ ତିନି ମହଲା ବିଶିଷ୍ଟ ମଲ୍‌

"ନବରଙ୍ଗପୁର (ସୁରେଶ ନାଇଡ଼ୁ): ନବରଗଙ୍ଗପୁର ଅଂଚଳବାସୀ, କାଉନସିଲର ଆଦିଙ୍କ ଅନେକ ଦିନର ଦାବି ପୂରଣ ହେବାକୁ ଯାଉଛି।

ପୁରୁଣା ସଂଜୟ ଦୈନିକ ବଜାର ହଟାଯାଇ ସେଠାରେ ଏକ ତିନି ମହଲା ବିଶିଷ୍ଟ ସପିଂମଲ୍‌ ନିର୍ମାଣ କରାଯିବ।

ଏଥିପାଇଁ ପ୍ରାୟ ୧୦କୋଟି ଟଙ୍କା ମଞ୍ଜୁର ହୋଇଛି।

Advertisment Odisha IAS Reshuffle: ଆଇଏଏସ୍ ସ୍ତରରେ ଅଦଳବଦଳ, ଅନ୍ୟା ଦାସ ହେଲେ ନବରଙ୍ଗପୁର ଜିଲ୍ଲାପାଳପ୍ରଶାସନ ଠାରୁ ମିଳିଥିବା ସୂଚନାନୁସାରେ, ଏହି ମଲ ନିର୍ମାଣ କରିବାକୁ ଭୁବନେଶ୍ବରର ଏକ ଠିକାଦାର ସଂସ୍ଥା ଏହାର ଠିକା ପାଇଛି।

ଏବେ ବୈଷୟିକ ତଦାରଖ ପାଇଁ ଆଇଆଇଟିର ଇଂଜିନିୟରଙ୍କ ରିପୋର୍ଟକୁ ଆପେକ୍ଷା କରାଯାଇଛି।

ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଡ.ଅଶୋକ କୁମାର କର୍ଣ୍ଣ କହିଛନ୍ତି, ସମ୍ପ୍ରତି ସବୁ ଷ୍ଟଲକୁ ବିପଦସଂକୁଳ ଘୋଷଣା କରାଯାଇଛି।

ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଅନୁଦାନରେ ଏହାକୁ ଭାଙ୍ଗି ତଳ ମହଲରେ ପାର୍କିଂ, ଉପରଦୁଇ ମହଲାରେ ମଲ୍‌ ଭଳି ଦୋକାନଗୃହ ନିର୍ମାଣ କରାଯିବ।

ଏଠା‌ରେ ଲୁଗାରୁ ଆରମ୍ଭ କରି ବୈଦ୍ୟୁତିକ ସାମଗ୍ରୀ, ମେଡିକାଲ ଷେ୍‌ଟାର, ପ୍ଲେଇଂ ଗେମ୍ ଜୋନର ଦୋକାନ ବ୍ୟବସାୟୀ ମାନେ ଖୋଲିପାରିବେ।

Nabarangpur: ଓସ୍ବାସ ଫାଇଲ୍ ପ୍ରକ୍ରିୟାକରଣରେ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାଜ୍ୟରେ ପ୍ରଥମ୯ବର୍ଷ ତଳେ ସହର ମଧ୍ୟରେ ଥିବା ସଂଜୟ ଦୈନିକ ବଜାର ଏଲ୍‌ଆଇସି କାର୍ଯ୍ୟାଳୟ ନିକଟ କୃଷକ ବଜାରକୁ ସ୍ଥାନାନ୍ତର ହୋଇଥିଲା।

ତେବେ ଆମିଷ ବଜାର ସ୍ଥାନାନ୍ତର ନହୋଇ ସେଭଳି  ସଂଜୟ ଦୈନିକବଜାର ମଧ୍ୟରେ ରହିଥିଲା।

ବଜାର ମଧ୍ୟରେ ଥିବା ୩୦ଟି ଷ୍ଟଲ ଅବ୍ୟବହୃତ ଭାବେ ରହିବା ପରେ ଏବେ ସେଗୁଡ଼ିକ ଭାଙ୍ଗିରୁଜି ଯାଇଛି।

ପିଣ୍ଡିଗୁଡ଼ିକ ମଧ୍ୟ ଜରାଜୀର୍ଣ୍ଣ ହୋଇଗଲାଣି।

ପୂତ୍ତିଗନ୍ଦମୟ ପରିବେଶରେ ଏହା ପରିସରକୁ ଗଲେ ନାକ ପାଟି ପଡୁଛି।

ଏବେ ଏହା ପରିସରରେ ଅଳ୍ପ କିଛି ଆମିଷ ଦୋକାନ ହିଁ ଚାଳିଛି।

ସ୍ବତନ୍ତ୍ର ଆମିଷ ବଜାର ନଥିବାରୁ ବିଭିନ୍ନ ଛକରେ ମାଛ ମାଂସ ଦୋକାନ ଖୋଲାମେଲାରେ  ଦୋକାନ କରିଛନ୍ତି।

ବଜାରର ସମ୍ମୁଖ ଭାଗରେ କିଛି ସଉଦା ଦୋକାନ ରହିଛି।

ବଜାର ସ୍ଥାନାନ୍ତର ପରେ ଏଠା‌ରେ ପୌରପାଳିକା ଯୋଜନା କରି କିଛି ପଦକ୍ଷେପ ନେଇନଥିବରୁ ବନ୍ଦ ପଡିଥିବା ସଂଜୟ ଦୈନିକବଜାର ଏବେ ଅସମାଜିକ, ନିଶାଡି, ଗଂଜେଇ ସେବନକାରୀଙ୍କ ସହ ଛୋଟ ବଡ ଅପରାଧିଙ୍କ ପାଲଟିଛି ଆଡ୍ଡା ।

ଏହି ସ୍ଥାନରେ ଏକ ସପିଂମଲ୍‌ ନିର୍ମାଣ କରିବାକୁ ଚାମ୍ବର ସଭାପତି କାହ୍ନୁ ଦାଶ, ସଂଜୟ ଦୈନିକ ବଜାରର ପୂର୍ବତନ ସଭାପତି ରାକେଶ ଗୁପ୍ତା ଓ କାଉନସିଲର ଏ.ସତୀଶ ବିଭିନ୍ନ ଫୋରମରେ ବାରମ୍ବାର ଦାବି କରି ଆସୁଥିଲେ। ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।