Satellite Major Port: ବାହୁଦା ସାଟେଲାଇଟ୍ ମେଜର ପୋର୍ଟକୁ ନୀତିଗତ ଅନୁମୋଦନ: ଗଠନ ହେବ ସ୍ୱତନ୍ତ୍ର ଏସ୍ପିଭି
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବାହୁଦା ମୁହାଣରେ ପ୍ରସ୍ତାବିତ ସାଟେଲାଇଟ୍ ମେଜର ପୋର୍ଟ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନୀତିଗତ ଅନୁମୋଦନ ମିଳିଛି। ବାହୁଦା ମୁହାଣ ଅଞ୍ଚଳର ପ୍ରାୟ ୫,୦୦୫.୧୯୫ ଏକର ଲୁଣାଜମିରେ ଏହି ପ୍ରକଳ୍ପ ବିକଶିତ କରିବାକୁ ଅନୁମୋଦନ ଦିଆଯାଇଛି। ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଏନ୍.ବି.ଏସ୍. ରାଜପୁତଙ୍କ ଦ୍ୱାରା ସେପ୍ଟେମ୍ବର ୨୯ରେ ଜାରି ଚିଠିରେ ଏ ସମ୍ପର୍କରେ ସ୍ପଷ୍ଟ କରାଯାଇଛି। ଚିଠିଟି କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟର ସଚିବ, ପାରାଦୀପ ବନ୍ଦର ଅଧ୍ୟକ୍ଷ ଏବଂ ସାଗରମାଳା ଫାଇନାନ୍ସ କର୍ପୋରେସନ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକଙ୍କୁ ପଠାଯାଇଛି।
Missing: କୈବଲ୍ୟ ହାଟରେ ସ୍ୱାମୀଙ୍କୁ ବସାଇ ପାଣି ଆଣିବାକୁ ଯାଇଥିଲେ ପ୍ରମିଳା, ଫେରି ଦେଖିଲା ବେଳକୁ ନଥିଲେ ରମାକାନ୍ତ
୫,୦୦୫.୧୯୫ ଏକର ଲୁଣାଜମିରେ ବନ୍ଦର ବିକାଶ ପ୍ରସ୍ତାବ
ଗଠନ ହେବ ସ୍ୱତନ୍ତ୍ର ଏସ୍ପିଭି
ବିଭାଗର ଚିଠି ଅନୁଯାୟୀ, ବାହୁଦା ମୁହାଣରେ ପ୍ରସ୍ତାବିତ ସାଟେଲାଇଟ୍ ମେଜର ପୋର୍ଟ ବିକାଶ ପାଇଁ ରାଜ୍ୟ ସରକାର ନୀତିଗତ ଅନୁମୋଦନ ଦେଇଛନ୍ତି। ପ୍ରକଳ୍ପ ପାଇଁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ, ଓଡ଼ିଶା ସରକାର ଏବଂ ସାଗରମାଳା ଫାଇନାନ୍ସ କର୍ପୋରେସନ୍ ଲିମିଟେଡ୍ ମଧ୍ୟରେ ଏକ ସ୍ୱତନ୍ତ୍ର ଉଦ୍ଦେଶ୍ୟ ବାହନ (ଏସ୍ପିଭି) ଗଠନ ପ୍ରକ୍ରିୟା ଆରମ୍ଭ କରିବାକୁ ମଧ୍ୟ ଅନୁମୋଦନ ଦିଆଯାଇଛି। ବାହୁଦା ବନ୍ଦର ପାଇଁ ରାଜ୍ୟ ସରକାରଙ୍କ ନୀତିଗତ ଅନୁମୋଦନ ପରେ ପ୍ରକଳ୍ପର ପରବର୍ତ୍ତୀ ପ୍ରକ୍ରିୟା ଆଗକୁ ବଢ଼ିବାର ପଥ ପରିଷ୍କାର ହୋଇଛି। ଏହି ଅନୁମୋଦନ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଅବଗତି ପାଇଁ ବିଭାଗ ପକ୍ଷରୁ ଚିଠିର ନକଲ ପଠାଯାଇଛି।
Flight service: ପାକିସ୍ତାନ ଆକାଶପଥ ବନ୍ଦ: ବିକଳ୍ପ ରୁଟ୍ ପାଇଁ ଚୀନ୍ ସହ ଆଲୋଚନା କରୁଛି ଭାରତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।