Saturn Opposition: ଆସନ୍ତା ୪ରେ ‘ସାଟର୍ନ ଅପୋଜିସନ୍’
"ଆମ ସୌରମଣ୍ଡଳର ଗ୍ରହଗୁଡ଼ିକ ମଧ୍ୟରୁ ଶନି ଗ୍ରହଟି ସବୁଠୁ ରହସ୍ୟମୟ।
ସୂର୍ଯ୍ୟଠାରୁ ଦୂରତା ଅନୁସାରେ ଏହା ଷଷ୍ଠ ଗ୍ରହ ଓ ସୌର ମଣ୍ଡଳରେ ଦ୍ବିତୀୟ ବୃହତ୍ତମ।
ପୁଣି ଏହାର ଚାରିପଟେ ଏକ ବଳୟ ରହିଛି, ଯାହା ଅନ୍ୟ ଗ୍ରହଠାରୁ ଏହାକୁ ସ୍ବତନ୍ତ୍ର କରେ।
ବୈଜ୍ଞାନିକମାନଙ୍କ ଅନୁସାରେ, ପୃଥିବୀଠାରୁ ଏହା ୯ଗୁଣ ଅଧିକ ଓସାର ଓ ସୂର୍ଯ୍ୟ ଚାରିପଟେ ଥରେ ବୁଲିବାକୁ ପ୍ରାୟ ୨୯.୪ ବର୍ଷ ସମୟ ନିଏ।
ବଡ଼ ଆକାର ହୋଇଥିଲେ ବି ଏହା ଖୁବ୍ ଦ୍ରୁତ ଗତିରେ ସୂର୍ଯ୍ୟ ଚାରିପଟେ ବୁଲେ ଓ ଶନିର ଗୋଟିଏ ଦିନ ହେଉଛି ମାତ୍ର ୧୦.୭ ଘଣ୍ଟା।
ସେହିପରି ଏହି ଗ୍ରହରେ ପୃଥିବୀ ପରି ଭୂପୃଷ୍ଠ ନାହିଁ।
ଏହା ମୁଖ୍ୟତଃ ହାଇଡ୍ରୋଜେନ୍ ଓ ହିଲିୟମ୍ରେ ଭର୍ତ୍ତି ଏକ ଗ୍ୟାସ୍ପିଣ୍ଡ ଆଉ ତା"ର ବଳୟ କୋଟି କୋଟି ବରଫ ଓ ପଥର ଖଣ୍ଡରେ ଗଠିତ।
ଆମ ପୃଥିବୀର ଚନ୍ଦ୍ର ଭଳି ଏହାର ପୁଣି ୨୯୩ଟି ଉପଗ୍ରହ ବି ରହିଛି।Advertisment Smart Bazaar: ସ୍ମାର୍ଟ ବଜାରର ତ୍ୟୋହାର ରେଡି ସେଲ୍ ଏହି ରହସ୍ୟମୟ ଗ୍ରହକୁ ୪ ଅକ୍ଟୋବର ରବିବାର ଦିନ ଖାଲି ଆଖିରେ ଦେଖିହେବ।
କାରଣ ଏହିଦିନ ଶନି ପୃଥିବୀର ନିକଟତର ହେବାକୁ ଯାଉଛି।
ଏହାଛଡ଼ା ରବିବାର ଦିନ ଶନି ଗ୍ରହ ବର୍ଷର ସବୁଠାରୁ ଅଧିକ ଉଜ୍ଜ୍ୱଳ ଏବଂ ବଡ଼ ଦେଖାଯିବ।
ମହାକାଶ ବିଜ୍ଞାନ ଭାଷାରେ ଏହାକୁ "ସାଟର୍ନ ଅପୋଜିସନ୍" କୁହାଯାଏ।
ଅର୍ଥାତ୍ ଏହି ଦିନ ସୂର୍ଯ୍ୟ, ପୃଥିବୀ ଓ ଶନି ଗ୍ରହ ମହାକାଶରେ ଏକ ସରଳରେଖାରେ ରହିବେ।
ପୃଥିବୀ ଠିକ୍ ସୂର୍ଯ୍ୟ ଓ ଶନିର ମଝିରେ ରହିବ।
ଏହିଦିନ ସୂର୍ଯ୍ୟ ଅସ୍ତ ହେବା ମାତ୍ରେ ପୂର୍ବ ଆକାଶରେ ଶନି ଗ୍ରହ ଉଦୟ ହେବ ଏବଂ ସାରା ରାତି ଦେଖାଯାଇ ସକାଳେ ପଶ୍ଚିମରେ ଅସ୍ତ ହେବ।
Health budget: ଯେଉଁଠି ହସ୍ପିଟାଲ ନାହିଁ, ସେଠାରେ ରକ୍ଷଣାବେକ୍ଷଣ ପାଇଁ ଦିଆଗଲା ୧୪.୬୨ ଲକ୍ଷ ଟଙ୍କା ସୂଚନା ଅନୁସାରେ, ଆକାଶ ନିର୍ମଳ ଥିଲେ ଆପଣ ଏହାକୁ ଖାଲି ଆଖିରେ ଦେଖିପାରିବେ।
ଏହା ଆକାଶରେ ଏକ ଉଜ୍ଜ୍ୱଳ, ସ୍ଥିର ସୁନେଲି ଓ ହଳଦିଆ ରଙ୍ଗର ତାରା ଭଳି ଚମକିବ।
ଟେଲିସ୍କୋପ୍ ସାହାଯ୍ୟରେ ଶନି ଗ୍ରହର ଚାରିପାଖରେ ଥିବା ବଳୟ ବା ରିଙ୍ଗ୍କୁ ମଧ୍ୟ ସ୍ପଷ୍ଟ ଭାବେ ଦେଖିହେବ।
କେବଳ ଏହି ଦିନ ନୁହେଁ, ସାରା ଭାରତରେ ଏହାକୁ ଅକ୍ଟୋବର ଦ୍ୱିତୀୟ ସପ୍ତାହ ଯାଏଁ ଦେଖିହେବ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।