Saudi Arab: ସାଉଦି ଆରବ ଆକ୍ରମଣରେ ୟେମେନର ୩ ଶିଶୁ ମୃତ

Oct 17, 2026 - 22:15
Saudi Arab: ସାଉଦି ଆରବ ଆକ୍ରମଣରେ ୟେମେନର ୩ ଶିଶୁ ମୃତ

"ସନା: ସାଉଦି ଆରବ ଓ ହୁତି ବିଦ୍ରୋହୀଙ୍କ ସଂଘର୍ଷ ଦିନକୁ ଦିନ ତୀବ୍ର ହୋଇଥିବାବେଳେ ୟେମେନ ଉପରେ ସାଉଦି ଆରବ ରାତି ସାରା ଆକ୍ରମଣ କରିଥିବାବେଳେ ଏଥିରେ ୩ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ହୁତି ବିଦ୍ରୋହୀଙ୍କ ପକ୍ଷରୁ ଶନିବାର କୁହାଯାଇଛି।

ହୁତିଙ୍କ ସବା ନ୍ୟୁଜ ଏଜେନ୍ସି କହିଛି ଯେ, ସାଉଦି ବାୟୁସେନା ପକ୍ଷରୁ ଧାମାର୍‌ ପ୍ରଦେଶରେ ଆବାସିକ ଅଞ୍ଚଳକୁ ଟାର୍ଗେଟ କରାଯାଇଥିଲା, ଯେଉଁଥିରେ ୩ ଶିଶୁଙ୍କ ମୃତ୍ୟୁ ହୋଇଥିବାବେଳେ ୧୭ ଜଣ ଲୋକ ଆହତ ହୋଇଛନ୍ତି।Advertisment ଆହୁରି ପଢନ୍ତୁ: Death Punishment: ବିଶ୍ୱର ଅନ୍ୟ ଦେଶମାନଙ୍କରେ କିପରି ଦିଆଯାଏ ମୃତ୍ୟୁଦଣ୍ଡ?

ହୁତିଙ୍କ ପକ୍ଷରୁ ସାଉଦି ଆରବ ଉପରେ ବାରମ୍ବାର ଆକ୍ରମଣ ହେଉଛି ଯେଉଁଥିରେ ଲୋହିତ ସାଗରରେ ଥିବା ଜାହାଜ, ତୈଳ କେନ୍ଦ୍ର ଓ ରିୟାଦର ଅନ୍ତର୍ଜାତୀୟ ବିମାନବନ୍ଦର ରହିଛି।

ଗତ ସପ୍ତାହରେ ରିୟାଦର କିଙ୍ଗ ଖାଲିଦ ଅନ୍ତର୍ଜାତୀୟ ବିମାନବନ୍ଦର ଉପରେ ହୋଇଥିବା ଆକ୍ରମଣରେ ୧୩ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା।

ତେବେ ହୁତିମାନଙ୍କ ପକ୍ଷରୁ କୁହାଯାଇଛି ଯେ, ସେପ୍ଟେମ୍ବର ୩ରୁ ଅକ୍ଟୋବର ୧୫ ତାରିଖ ମଧ୍ୟ ସାଉଦି ଆରବର ଆକ୍ରମଣରେ ୧୧୫ ଜଣ ୟେମେନ ଲୋକଙ୍କର ମୃତ୍ୟୁ ‌ହୋଇଥିବାବେଳେ ୩୦୫ ଜଣ ଆହତ ହୋଇଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।