SBI Data Leak Raises Concerns: ଏସ୍ବିଆଇ ଗ୍ରାହକଙ୍କ ତଥ୍ୟ ଲିକ୍, ଆପଣଙ୍କ ଟଙ୍କା ସୁରକ୍ଷିତ ଅଛି ତ ?
ଏସ୍ବିଆଇ ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ ହେବା ଖବରକୁ ନେଇ ବଢ଼ିଲା ଚିନ୍ତା! ଆପଣଙ୍କ ନାଁ, ମୋବାଇଲ୍ ନମ୍ବର, ଠିକଣା କିମ୍ବା ଋଣ ସମ୍ପର୍କିତ ତଥ୍ୟ ଯଦି ଠକଙ୍କ ହାତରେ ପଡ଼େ, ତେବେ ଆପଣଙ୍କୁ ଫୋନ୍ କରି ସେମାନେ ବ୍ୟାଙ୍କ କର୍ମଚାରୀ ବୋଲି ପରିଚୟ ଦେଇ ଠକିବାକୁ ଉଦ୍ୟମ କରିପାରନ୍ତି।
ପ୍ରାଥମିକ ଯାଞ୍ଚରେ ୩ ହଜାର ୮୯୭ ଗ୍ରାହକଙ୍କ ରେକର୍ଡ ସମ୍ପର୍କିତ ତଥ୍ୟ ସାମ୍ନାକୁ ଆସିଛି। ତେବେ ଏହାର ଅର୍ଥ ନୁହେଁ ଯେ ସମସ୍ତଙ୍କ ବ୍ୟାଙ୍କ ଖାତା ହ୍ୟାକ୍ ହୋଇଛି କିମ୍ବା ଟଙ୍କା ଚୋରି ହୋଇଛି। ତଥ୍ୟ କେଉଁଠୁ ଆସିଲା ଏବଂ କେମିତି ଲିକ୍ ହେଲା, ତାହାର ଯାଞ୍ଚ ଚାଲିଛି। ଏସ୍ବିଆଇ ମଧ୍ୟ କହିଛି ଯେ ଏହି ଘଟଣା ଯୋଗୁଁ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ଉପରେ ବଡ଼ ପ୍ରଭାବ ପଡ଼ିନାହିଁ।
ତେବେ ସାବଧାନ! ଅଜଣା ନମ୍ବରରୁ ଫୋନ୍ କରି କେହି ଓଟିପି, ଏଟିଏମ୍ ପିନ୍ କିମ୍ବା ପାସ୍ୱାର୍ଡ ମାଗିଲେ ଆଦୌ ଦିଅନ୍ତୁ ନାହିଁ। ନିଜ ବ୍ୟାଙ୍କ ଖାତାର ଟଙ୍କା ନେଣଦେଣ ଉପରେ ନଜର ରଖନ୍ତୁ ଏବଂ ସନ୍ଦେହଜନକ କାରବାର ଦେଖିଲେ ତୁରନ୍ତ ବ୍ୟାଙ୍କକୁ ଜଣାନ୍ତୁ। ସାଇବର ଠକେଇର ଶିକାର ହେଲେ ଜାତୀୟ ସାଇବର ହେଲ୍ପଲାଇନ୍ ୧୯୩୦ ନମ୍ବରରେ ଯୋଗାଯୋଗ କରନ୍ତୁ କିମ୍ବା cybercrime.gov.in ରେ ଅଭିଯୋଗ କରନ୍ତୁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।