SBI Trade Finance Officer Recruitment :ଟ୍ରେଡ୍ ଫାଇନାନ୍ସ ଅଫିସର ପଦବି ପାଇଁ ନିଯୁକ୍ତି ଆବେଦନ ଆରମ୍ଭ

Sep 01, 2026 - 18:37
SBI Trade Finance Officer Recruitment :ଟ୍ରେଡ୍ ଫାଇନାନ୍ସ ଅଫିସର ପଦବି ପାଇଁ ନିଯୁକ୍ତି ଆବେଦନ ଆରମ୍ଭ

"ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ପକ୍ଷରୁ ଟ୍ରେଡ୍ ଫାଇନାନ୍ସ ଅଫିସର ପଦବି ପାଇଁ ନିଯୁକ୍ତି ଆବେଦନ ଆରମ୍ଭ ହୋଇଛି।

ଏହି ନିଯୁକ୍ତି ଅଭିଯାନ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଚାଲୁ ହୋଇଛି।

ଯେଉଁ ପ୍ରାର୍ଥୀମାନେ ଏସବିଆଇରେ ଟ୍ରେଡ୍ ଫାଇନାନ୍ସ ଅଫିସର ଭାବେ ଚାକିରି କରିବାକୁ ଚାହୁଁଛନ୍ତି, ସେମାନେ ଅଫିସିଆଲ୍ ୱେବସାଇଟ୍‌କୁ ଯାଇ ଆବେଦନ କରିପାରିବେ।

ଏହି ପଦବିଗୁଡ଼ିକ ପାଇଁ ଆବେଦନର ଶେଷ ତାରିଖ ୨୦୨୬  ସେପ୍ଟେମ୍ବର ୧୮  ରହିଛି।Advertisment କିଏ ଆବେଦନ କରିପାରିବେ?

ପ୍ରାର୍ଥୀମାନଙ୍କ ବୟସ ୩୧ ଜୁଲାଇ ୨୦୨୨୬ ଆଧାରରେ ଗଣନା କରାଯିବ।

ପଦବି ଅନୁଯାୟୀ ସର୍ବନିମ୍ନ ବୟସ ୨୧ ଓ ୨୩ ବର୍ଷ ରହିଛି।ସର୍ବାଧିକ ବୟସ ପଦବି ଅନୁଯାୟୀ ୩୦ ଓ ୩୨ ବର୍ଷ ରହିଛି।ସଂରକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କୁ ନିୟମ ଅନୁଯାୟୀ ବୟସ ସୀମାରେ ଛାଡ଼ ମିଳିବ।ପ୍ରାର୍ଥୀମାନେ ଭାରତର କୌଣସି ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ସ୍ନାତକ ଶିକ୍ଷା ସମାପ୍ତ କରିଥିବା ଆବଶ୍ୟକ।ପଦବି ଅନୁଯାୟୀ ସମ୍ପୃକ୍ତ କାର୍ଯ୍ୟ ଅଭିଜ୍ଞତା ମଧ୍ୟ ରହିଥିବା ଆବଶ୍ୟକ।

କେତେ ଦରମା ମିଳିବ?ଜୁନିୟର ମ୍ୟାନେଜମେଣ୍ଟ ଗ୍ରେଡ୍ ସ୍କେଲ୍-୧ ପଦବିରେ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ମାସିକ ୪୮,୪୮୦ ରୁ ୮୫,୯୨୦ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ।

ସେହିପରି ମିଡିଲ୍ ମ୍ୟାନେଜମେଣ୍ଟ ଗ୍ରେଡ୍ ସ୍କେଲ୍-୨  ପଦବିରେ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ମାସିକ ୬୪,୮୨୦ ରୁ ୯୩,୯୬୦ ପର୍ଯ୍ୟନ୍ତ ଦରମା ପ୍ରଦାନ କରାଯିବ।

କିପରି ହେବ ଚୟନ?

ପ୍ରାର୍ଥୀମାନଙ୍କ ଚୟନ ସର୍ଟଲିଷ୍ଟିଂ, ସାକ୍ଷାତକାର (ଇଣ୍ଟରଭ୍ୟୁ) ଏବଂ ମେରିଟ୍ ଲିଷ୍ଟ ଆଧାରରେ କରାଯିବ।ଟ୍ରେଡ୍ ଫାଇନାନ୍ସ ଅଫିସର ପଦବି ପାଇଁ ଆବେଦନ କରିବାକୁ ପ୍ରାର୍ଥୀମାନେ ନିମ୍ନଲିଖିତ ପଦକ୍ଷେପ ଅନୁସରଣ କରିପାରିବେ।

ପ୍ରଥମେ ଏସବିଆଇର ଅଫିସିଆଲ୍ ୱେବସାଇଟ୍‌କୁ ଯାଆନ୍ତୁ।ୱେବସାଇଟ୍‌ର ହୋମପେଜ୍‌ରେ ଥିବା ଅନଲାଇନ ରେଜିଷ୍ଟ୍ରେସନ ସେକ୍ସନ୍‌ରେ କ୍ଲିକ୍ କରନ୍ତୁ।ଏହାପରେ ଆବଶ୍ୟକ ସମସ୍ତ ତଥ୍ୟ ସଠିକ୍ ଭାବରେ ପୂରଣ କରନ୍ତୁ।ଆବଶ୍ୟକ ଦଲିଲପତ୍ରର ସ୍କାନ୍ କପି ଅପଲୋଡ୍ କରନ୍ତୁ।ଫର୍ମ ପୂରଣ କରି ଆବେଦନ ଦାଖଲ କରନ୍ତୁ ଏବଂ ଭବିଷ୍ୟତ ପାଇଁ ଏହାର ଏକ ପ୍ରିଣ୍ଟଆଉଟ୍ ନିଜ ପାଖରେ ସୁରକ୍ଷିତ ରଖନ୍ତୁ।

ସ୍ମାର୍ଟଫୋନ୍ ନାହିଁ?

ତଥାପି କରିପାରିବେ ୟୁପିଆଇ ପେମେଣ୍ଟ, ଫୋନ୍‌ପେ ଆଣିଲା ନୂଆ ସୁବିଧା...

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।