SCB Medical: କଟକ ବଡ଼ ମେଡିକାଲରେ ମାନସିକ ରୋଗୀଙ୍କୁ ପିଟିପିଟି ମାରିଦେଇଥିବା ଅଭିଯୋଗ
"କଟକ: କଟକ ବଡ଼ ମେଡିକାଲରେ ଜଣେ ମାନସିକ ରୋଗୀଙ୍କୁ ପିଟିପିଟି ମାରିଦେଲେ!
ମାନସିକ ରୋଗୀଙ୍କୁ ପିଟିପିଟି ମାରିଦେଇଥିବା ଅଭିଯୋଗ କରିଛନ୍ତି ସଂପୃକ୍ତ ରୋଗୀଙ୍କ ସାନଭାଇ ବିନୋଦ ବିହାରୀ ଦାସ।
ସୁରକ୍ଷାକର୍ମୀ ଓ ଅଟେଣ୍ଡାଣ୍ଟ ପିଟି ମାରିଦେଇଥିବା ଅଭିଯୋଗ କରିଛନ୍ତି ସେ।
ଯାଜପୁର ଅଞ୍ଚଳର ମାନସିକ ରୋଗୀ ଶ୍ରୀକାନ୍ତ ଦାସ ମଦ୍ୟପାନ କରିଥିବା ସମୟରେ ଗତକାଲି ତାଙ୍କୁ ସୁରକ୍ଷାକର୍ମୀ ଓ ଅଟେଣ୍ଡାଣ୍ଟ ମାଡ଼ ମାରି କ୍ଷତବିକ୍ଷତ କରିଥିବା ଅଭିଯୋଗ ହୋଇଛି।
ଗତକାଲି ଏହି ଘଟଣା ଘଟିଥିବା ବେଳେ ଆଜି ସକାଳେ ଶ୍ରୀକାନ୍ତ ଦାସ ମୃତ୍ୟୁ ଘଟିଛି।Advertisment ପରିବାର ପକ୍ଷରୁ ମାମଲା ରୁଜୁ ଯାଜପୁର ଅଞ୍ଚଳର ଶ୍ରୀକାନ୍ତ ଦାସ ନାମକ ଜଣେ ରୋଗୀ ନିଶାମୁକ୍ତି ଚିକିତ୍ସା ପାଇଁ କଟକ ଏସସିବିର ମାନସିକ ରୋଗ ବିଭାଗରେ ଭର୍ତ୍ତି ହୋଇଥିଲେ।
ମଙ୍ଗଳାବାଗ ଥାନାରେ ପରିବାର ପକ୍ଷରୁ ମାମଲା ରୁଜୁ ହୋଇଛି।
ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ତେବେ ପ୍ରକୃତରେ ରୋଗୀଙ୍କ ମୃତ୍ୟୁ କେମିତି ହେଲା, ମୃତ୍ୟୁ ପୂର୍ବରୁ ତାଙ୍କ ସହ କ'ଣ ଘଟିଥିଲା ଏବଂ ଅଭିଯୋଗରେ କେତେ ସତ୍ୟତା ରହିଛି ତାହା ପୁଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।
Road Accidents: ଛତ୍ରପୁରରେ ବଢୁଛି ସଡ଼କ ଦୁର୍ଘଟଣା: ଦୁର୍ଘଟଣା ରୋକିବାକୁ ଜିଲ୍ଲାପାଳଙ୍କୁ କଂଗ୍ରେସର ଦାବିପତ୍ର "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।