School Roof Collapses: ଭୁଶୁଡିଲା ସ୍କୁଲ ଛାତ; ୨୫ରୁ ଅଧିକ ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀ ମୃତ, ଅନେକ ଆହତ

Oct 15, 2026 - 13:37
School Roof Collapses: ଭୁଶୁଡିଲା ସ୍କୁଲ ଛାତ; ୨୫ରୁ ଅଧିକ ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀ ମୃତ, ଅନେକ ଆହତ

ପାକିସ୍ତାନର ପେଶାୱର ସହରରେ ଏକ ଘରୋଇ ସ୍କୁଲ୍‌ର ଛାତ ଭୁଶୁଡ଼ି ପଡ଼ି ୨୯ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୬ ଜଣ ଛାତ୍ରୀ ଓ ଜଣେ ଶିକ୍ଷୟିତ୍ରୀ ଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ୪୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଘଟଣା ପରେ ଉଦ୍ଧାରକାରୀ ଦଳ ଭଗ୍ନାବଶେଷ ତଳେ ଫସିଥିବା ଲୋକଙ୍କୁ ଖୋଜିବା ସହ ଆହତଙ୍କୁ ହସ୍ପିଟାଲ୍‌ରେ ପହଞ୍ଚାଇବା କାର୍ଯ୍ୟ ଜାରି ରଖିଛନ୍ତି।

ପେଶାୱାରର ଦିର୍ କଲୋନୀ ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲ୍‌ରେ ଘଟିଛି। ସ୍କୁଲ୍‌ରେ ପାଠପଢ଼ା ଚାଲିଥିବା ସମୟରେ ହଠାତ୍ ଛାତ ଭୁଶୁଡ଼ି ପଡ଼ିଥିଲା। ଫଳରେ ଛାତ୍ରଛାତ୍ରୀ ଓ ସ୍କୁଲ୍ କର୍ମଚାରୀ ଭଗ୍ନାବଶେଷ ତଳେ ଫସିଯାଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ଉଦ୍ଧାରକାରୀ ଦଳ ଏବଂ ଜରୁରୀକାଳୀନ ସେବା କର୍ମଚାରୀ ତୁରନ୍ତ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ଆହତଙ୍କ ଚିକିତ୍ସା ପାଇଁ ହସ୍ପିଟାଲରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ତେବେ ସ୍କୁଲ୍‌ର ଛାତ କେଉଁ କାରଣରୁ ଭୁଶୁଡ଼ି ପଡ଼ିଲା, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ଘଟଣାର ପ୍ରକୃତ କାରଣ ଜାଣିବାକୁ ତଦନ୍ତ ଜାରି ରହିଛି। ରାଜ୍ୟପାଳ ଫୈସଲ କରିମ କୁଣ୍ଡି ମଧ୍ୟ ଛାତ ଭୁଶୁଡ଼ିବା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।