School Without Power For 17 Days: ବକେୟା ବିଲ୍ ପାଇଁ ଅନ୍ଧାରରେ ପିଲାଙ୍କ ଭବିଷ୍ୟତ; ବିଦ୍ୟାଳୟରେ ୧୭ ଦିନ ହେଲା ନାହିଁ ବିଦ୍ୟୁତ
ସ୍କୁଲରେ ସ୍ମାର୍ଟ ବୋର୍ଡ ତ ଦୂରର କଥା, ଫ୍ୟାନ ଚାଲିବା ପାଇଁ ନାହିଁ ବିଦ୍ୟୁତ। ବକେୟା ବିଲ୍ ପାଇଁ ପିଲାଙ୍କ ଭବିଷ୍ୟତ ଏବେ ଅନ୍ଧାରରେ। ଭଦ୍ରକ ବ୍ଲକ ଅଧିନ ନଳାଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୧୭ ଦିନ ହେଲା ବିଦ୍ୟୁତ ନାହିଁ। ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୭୭ ଜଣ ଛାତ୍ରଛାତ୍ରୀ ଅନ୍ଧାରରେ ପାଠ ପଢୁଛନ୍ତି।
ଅସହ୍ୟ ଗୁଳୁଗୁଳି ଓ ଗରମରେ ପିଲାଙ୍କ ପାଠ ପଢା ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି। କିଛି ଛାତ୍ରଛାତ୍ରୀ ସ୍କୁଲରେ ଅଚେତ ହେବା ଘଟଣା ପରେ ଚିନ୍ତାରେ ପଡିଛନ୍ତି ଅଭିଭାବକ। ଅନେକ ଅଭିଭାବକ ପିଲାଙ୍କୁ ସ୍କୁଲକୁ ଛାଡୁ ନାହାନ୍ତି। ପୂର୍ବରୁ ୯୦ପ୍ରତିଶତ ଉପସ୍ଥାନ ଥିବାବେଳେ ଏବେ ତାହା ତଳକୁ ଖସିଆସିଛି।
ଏନେଇ ବିଦ୍ୟୁତ ବିଭାଗ କହୁଛି, ବିଦ୍ୟାଳୟର ବକେୟା ବିଲ୍ ରହିଛି, ତେଣୁ କଟା ହୋଇଛି। ସେପଟେ ବ୍ଲକ ଶିକ୍ଷାଧିକାରୀ କହିଛନ୍ତି, ଭଦ୍ରକ ବ୍ଲକରେ ଅନେକ ସ୍କୁଲରେ ଏଭଳି ସମସ୍ୟା ନଜରକୁ ଆସିଛି, ଆମେ ତ୍ୱରିତ ପଦକ୍ଷେପ ନେଉଛୁ।
- ବକେୟା ବିଲ୍ ପାଇଁ ଅନ୍ଧାରରେ ପିଲାଙ୍କ ଭବିଷ୍ୟତ
- ବିଦ୍ୟାଳୟରେ ୧୭ ଦିନ ହେଲା ନାହିଁ ବିଦ୍ୟୁତ
- ଭଦ୍ରକ ଜିଲ୍ଲା ନଳାଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଲି ସ୍ଥିତି
- ଅନ୍ଧାରରେ ପାଠ ପଢୁଛନ୍ତି ୧୭୭ ଜଣ ଛାତ୍ରଛାତ୍ରୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।