Schools Closed: ଭଦ୍ରକର ୩୪୧ ଓ ଯାଜପୁର ଜିଲ୍ଲାର ୯୧ ସ୍କୁଲ୍ ଆଜି ବନ୍ଦ ରହିବ
"ଭୁବନେଶ୍ବର: ରାଜ୍ୟ ସାରା ପ୍ରବଳ ବର୍ଷାର ପ୍ରଭାବରେ ଏଥର ବି ଭଦ୍ରକ ଓ ଯାଜପୁର ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି।
ଏଥିଲାଗି ଆଜି ରାଜ୍ୟର ୪ ଜିଲ୍ଲାର ସବୁ ସରକାରୀ, ବେସରକାରୀ ସ୍କୁଲ୍ ଓ ଅଙ୍ଗନବାଡିକୁ ଛୁଟି ଘୋଷଣା କରାଯାଇଥିବା ଜଣାଯାଇଛି।
ଯାଜପୁର ଓ ଭଦ୍ରକ ଜିଲ୍ଲାର କେତେକ ସ୍କୁଲ ଓ ଅଙ୍ଗନବାଡି ୨୮ ତାରିଖ ପାଇଁ ଛୁଟି ଘୋଷଣା କରାଯାଇଛି।
ଏନେଇ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ପିଲାମାନଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଏଭଳି ସତର୍କତାମୂଳକ ପଦକ୍ଷେପ ନିଅାଯାଇଛି।Advertisment ପିଲାମାନଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ସତର୍କତାମୂଳକ ପଦକ୍ଷେପ ନିଅାଯାଇଛି ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲାର ଦଶରଥପୁର.
ଯାଜପୁର ଓ ବିଞ୍ଝାରପୁର ବ୍ଲକର ୯୧ଟି ସ୍କୁଲ୍ ୨୮ ତାରିଖ ପାଇଁ ଛୁଟି ଘୋଷଣା କରାଯାଇଛି।
ତେଣେ ଭଦ୍ରକ ଜିଲ୍ଲାର ଭଦ୍ରକ, ତିହିଡ଼ି ଓ ଧାମନଗର ବ୍ଲକର ୩୪୧ଟି ସ୍କୁଲ୍ ବନ୍ଦ ରହିବ ବୋଲି ଜଣାଯାଇଛି।
ଆଜିର ସ୍ଥିତି ଦେଖିବା ପରେ ଆସନ୍ତକାଲି ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।ପିଲାମାନଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଏଭଳି ସତର୍କତାମୂଳକ ପଦକ୍ଷେପ ନିଅାଯାଇଛି।
Neglect: ଘର ପିଛା ୨୦ ହଜାର ସହାୟତା, ଭୁଶୁଡିଛି ୧୭୯ ଘର "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।