Axis Bank: ଆକ୍ସିସ ବ୍ୟାଙ୍କ ଦେବ ୧୨,୫୦୦ ନିଯୁକ୍ତି

Sep 28, 2026 - 07:56
Axis Bank: ଆକ୍ସିସ ବ୍ୟାଙ୍କ ଦେବ ୧୨,୫୦୦ ନିଯୁକ୍ତି

"ମୁମ୍ବାଇ: କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଓ ଅଟୋମେସନ୍‌ର ବ୍ୟବହାର ବଢ଼ୁଥିବା ବେଳେ ଆକ୍ସିସ୍ ବ୍ୟାଙ୍କ କ୍ୟାମ୍ପସ୍ ନିଯୁକ୍ତି ବଢ଼ାଇବାକୁ ଯୋଜନା ରଖିଛି।

୨୦୨୬-୨୭ ଆର୍ଥିକ ବର୍ଷରେ ବ୍ୟାଙ୍କ ପ୍ରାୟ ୧୨,୦୦୦ରୁ ୧୨,୫୦୦  ଯୁବକଯୁବତୀଙ୍କୁ କ୍ୟାମ୍ପସ୍‌ରୁ ନିଯୁକ୍ତି ଦେବ।

୨୦୨୫-୨୬ରେ ଏହି ସଂଖ୍ୟା ପ୍ରାୟ ୧୧,୫୦୦ରୁ ୧୧,୬୦୦ ଥିଲା।

ଆକ୍ସିସ୍ ବ୍ୟାଙ୍କର ମାନବ ସମ୍ବଳ ମୁଖ୍ୟ ରାଜକମଲ ଭେମ୍ପତିଙ୍କ କହିବାନୁସାରେ, ବ୍ୟାଙ୍କ ଯୁବ ପ୍ରତିଭାଙ୍କୁ ନିଯୁକ୍ତ କରି ତାଙ୍କୁ ତାଲିମ ଦେବା ଓ ଆଗକୁ ବଢ଼ାଇବା ଉପରେ ଗୁରୁତ୍ୱ ଦେଉଛି।

ବ୍ୟାଙ୍କର କ୍ୟାମ୍ପସ୍ ନିଯୁକ୍ତି କାର୍ଯ୍ୟକ୍ରମରେ ପରିଚାଳନା, ବ୍ୟବସାୟ, ଗ୍ରାହକ ସେବା ଓ ଅନ୍ୟାନ୍ୟ କ୍ଷେତ୍ରରେ ନିଯୁକ୍ତି ଦିଆଯିବ।

ତେବେ ଏଆଇର ବ୍ୟବହାର ବଢ଼ିବା ଯୋଗୁଁ ବ୍ୟାଙ୍କର କିଛି ପାରମ୍ପରିକ କାମର ଆବଶ୍ୟକତା ମଧ୍ୟ କମୁଛି।

ବିଶେଷକରି ନିୟମିତ ଓ କାରବାର ପ୍ରକ୍ରିୟାକରଣ ଭଳି କାମକୁ ପ୍ରଯୁକ୍ତି ଦ୍ୱାରା କରାଯାଇପାରୁଛି।Advertisment ଉତ୍ତରା ଛକରେ ସିରିଜ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ୬୨ ଯାତ୍ରୀ ଏଥିପାଇଁ କିଛି କର୍ମଚାରୀଙ୍କୁ ଅନ୍ୟ ବିଭାଗରେ ନିୟୋଜିତ କରାଯାଉଛି।

ବ୍ୟାଙ୍କ ପ୍ରଥମେ କର୍ମଚାରୀଙ୍କୁ ଅନ୍ୟ କାମରେ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦେଉଛି।

ଏହା ସହିତ ଗ୍ରାହକଙ୍କ ସହ ସିଧାସଳଖ ଯୋଗାଯୋଗ ଥିବା କାମରେ ନିଯୁକ୍ତି ବଢ଼ାଇବାକୁ ପ୍ରୟାସ କରାଯାଉି।

ବାଣିଜ୍ୟିକ ବ୍ୟାଙ୍କ କାରବାର, ସମ୍ପତ୍ତି ପରିଚାଳନା ଓ ଏମ୍‌ଏସଏମ୍‌ଇ ବ୍ୟବସାୟରେ ରିଲେସନସିପ୍ ମ୍ୟାନେଜମେଣ୍ଟ ଭଳି କ୍ଷେତ୍ରରେ କର୍ମଚାରୀଙ୍କ ଭୂମିକା ଏବେ ବି ଗୁରୁତ୍ୱପୂର୍ଣ୍ଣ ରହିଛି।

ଗ୍ରାହକଙ୍କ ଆବଶ୍ୟକତା ବୁଝିବା ଓ ବିଶ୍ୱାସ ସୃଷ୍ଟି କରିବାରେ କର୍ମଚାରୀ ଯୋଗାଯୋଗ ଆବଶ୍ୟକ ବୋଲି ବ୍ୟାଙ୍କ ମତ ଦେଇଛି।

ବ୍ୟାଙ୍କର ମୋଟ କର୍ମଚାରୀ ସଂଖ୍ୟା ୨୦୨୫-୨୬ରେ ୧,୦୧,୩୩୭କୁ ହ୍ରାସ ପାଇଥିଲା।

ଏହାର ପୂର୍ବବର୍ଷ ଏହି ସଂଖ୍ୟା ୧,୦୪,୪୫୩ ଥିଲା।

ଗତ ଆର୍ଥିକ ବର୍ଷରେ ବ୍ୟାଙ୍କ ୩୧,୬୬୫ ଜଣଙ୍କୁ ନିଯୁକ୍ତି ଦେଇଥିଲା।

Narendra Modi: ସର୍ଜିକାଲ୍ ଷ୍ଟ୍ରାଇକ୍ ଆତଙ୍କବାଦ ବିରୋଧରେ ଏକ ସାହସିକ ଉଦାହରଣ: ପ୍ରଧାନମନ୍ତ୍ରୀ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।