Schools Closed Over Downpour: ଲଗାଣ ବର୍ଷା ଯୋଗୁଁ ସ୍କୁଲ ଛୁଟି, ବଡ଼ ଘୋଷଣା କଲେ ଜିଲ୍ଲାପାଳ

Jul 02, 2026 - 12:38
Schools Closed Over Downpour: ଲଗାଣ ବର୍ଷା ଯୋଗୁଁ ସ୍କୁଲ ଛୁଟି, ବଡ଼ ଘୋଷଣା କଲେ ଜିଲ୍ଲାପାଳ

ରାଜ୍ୟରେ ଅନେକ ସ୍ଥାନରେ ଲଗାଣ ବର୍ଷା ହେଉଥିବା ବେଳେ କନ୍ଧମାଳ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ୨ ଦିନ ସ୍କୁଲ୍  ଛୁଟି ଘୋଷଣା କରାଯାଇଛି। ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ।

ଆଜି ଓ ଆସନ୍ତାକାଲି ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ରହିବ। ତେବେ ଏହି ସମୟରେ ପରୀକ୍ଷା ଓ ସ୍କୁଲର ଅନ୍ୟାନ୍ୟ କାର୍ଯ୍ୟ ଜାରି ରହିବ। ଗଲା କିଛି ଦିନ ଧରି କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।