Scooter Accident ଆଗପଡ଼ା ଛକରେ ସ୍କୁଟି ଦୁର୍ଘଟଣାରେ ଦୁଇ ମୃତ

Sep 28, 2026 - 23:14
Scooter Accident ଆଗପଡ଼ା ଛକରେ ସ୍କୁଟି ଦୁର୍ଘଟଣାରେ ଦୁଇ ମୃତ

"ରାଜକନିକା:  ରାଜକନିକା ବ୍ଲକ୍‌ ଓଳାଭରରୁ କଣ୍ଡିଆ ରାସ୍ତାରେ ଆଗପଡ଼ା ଛକ ନିକଟରେ ଭାରସାମ୍ୟ ହରାଇ ସ୍କୁଟି ଏକ ଷଣ୍ଢକୁ ଧକ୍କ ଦେବା ଫଳରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି l ମୃତ ଦୁଇ ଯୁବକ ହେଲେ ଦୈତାରୀପୁର ଗାଁ ସିଦ୍ଧାର୍ଥ ମଲିକ (୨୩ )ଓ଼ ଶିବ ପ୍ରସାଦ ସେଠି (୨୫ )l Advertisment Youth Missing: ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇ ନଦୀକୁ ଡେଇଁ ଯୁବକ ନିଖୋଜ; ସ୍କୁଟି ରଖି ହଠାତ୍‌ ନଦୀକୁ ଡେଇଁପଡ଼ିଲେ ସୂଚନା ଅନୁସାରେ, ଆଳି ଥାନା ଅନ୍ତର୍ଗତ ପଦାନୀପାଳ ପଞ୍ଚାୟତର ଦୈତାରୀ ପର ଗାଁର ଗୁରୁଚରଣ ମଲିକ ଙ୍ ଏକମାତ୍ର ପୁଅ ସିଦ୍ଧାର୍ଥ ମଲିକ (୨୩ ) ଓ଼ ନଣ୍ଡା ସେଠୀଙ୍କ ଏକମାତ୍ର ପୁଅ ଶିବ ପ୍ରସାଦ ସେଠି (୨୫ ) l ସାଙ୍ଗ ହୋଇ ରାଜକନିକା ଆସିଥିଲେ।

ସନ୍ଧ୍ୟା ଛଅଟା ସମୟରେ ଓଳାଭରରୁ କଣ୍ଡିଆ ରାସ୍ତାର ଆଗପଡା ଛକ ନିକଟରେ ସ୍କୁଟି ଭାରସାମ୍ୟ ହରାଇ ରାସ୍ତାରେ ଥିବା ଏକ ଷଣ୍ଢକୁ ଧକ୍କ ଦେଇ ଛିଟିକି ପଡ଼ିଥିଲେ।

ସ୍ଥାନୀୟ ଲୋକମାନେ ଉଭୟଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଓ଼ ଅଗ୍ନିଶମ ବାହନୀ ସହାୟତାରେ  ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଳେ।

ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

Body of missing youth found: ମିଳିଲା ନିଖୋଜ ଯୁବକଙ୍କ ମୃତଦେହ: ସ୍କୁଟିରେ ଆସି ଟଙ୍କପାଣି ବ୍ରିଜ ଉପରୁ ଡେଇଁଥିଲେ ସିଦ୍ଧାର୍ଥ ଓ଼ ଶିବ ପ୍ରସାଦ ଉଭୟ ବାହାର ରାଜ୍ୟରେ ପାଣି ପାଇପ କାମ କରି ନିଜର ପରିବାର ଚଳାଇଥାନ୍ତି l ସିଦ୍ଧାର୍ଥ ର ଦେହ ଖରାପ ଥିବାରୁ ସେ ୯ ମାସ ହେବ ଗାଁ ରେ ରହିଥିଲା, ଶିବ ପ୍ରସାଦ ପାଞ୍ଚ ଦିନ ହେବ ବାହାରୁ ଆସି ଥିବାରୁ ଉଭୟ ସାଙ୍ଗ ହୋଇ ବୁଲିଯାଇଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।