CJP: ଜ୍ଞାନେଶ କୁମାରଙ୍କ ବିରୋଧରେ ଅକ୍ଟୋବର ୨ରୁ ‘ଜେଲ୍ ଭରୋ’ ଆନ୍ଦୋଳନ: ପୁଲିସ ଅନୁମତି ଦେଇନଥିଲେ ବି ହଟିବନି ସିଜେପି

Sep 28, 2026 - 22:53
CJP: ଜ୍ଞାନେଶ କୁମାରଙ୍କ ବିରୋଧରେ ଅକ୍ଟୋବର ୨ରୁ ‘ଜେଲ୍ ଭରୋ’ ଆନ୍ଦୋଳନ: ପୁଲିସ ଅନୁମତି ଦେଇନଥିଲେ ବି ହଟିବନି ସିଜେପି

"ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ ଘୋଷଣା କରିଥିବା କକ୍ରୋଚ୍ ଜନତା ପାର୍ଟି (ସିଜେପି) ଅକ୍ଟୋବର ୨ରୁ ମୁମ୍ବାଇରେ "ଜେଲ୍ ଭରୋ ଆନ୍ଦୋଳନ" ଆରମ୍ଭ କରିବ ବୋଲି ଘୋଷଣା କରିଛି।

ସିଜେପିର ପ୍ରତିଷ୍ଠାତା ଅଭିଜିତ ଦୀପକେ ସୋମବାର ଏହି ଘୋଷଣା କରିଛନ୍ତି।

ଗାନ୍ଧୀ ଜୟନ୍ତୀ ଦିନ ଶିବାଜୀ ପାର୍କରେ ଆନ୍ଦୋଳନ କରିବାକୁ ସଂଗଠନ ଯୋଜନା କରିଥିଲା।

ତେବେ ମୁମ୍ବାଇ ପୁଲିସ ଏଥିପାଇଁ ଅନୁମତି ଦେଇନାହିଁ।

ଏହାସତ୍ତ୍ୱେ ଆନ୍ଦୋଳନ କରାଯିବ ବୋଲି ଦୀପକେ କହିଛନ୍ତି।Advertisment ସିଜେପି ପକ୍ଷରୁ ଜ୍ଞାନେଶ କୁମାରଙ୍କ ଇସ୍ତଫା ସହ ନିର୍ବାଚନୀ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍‌ଆଇଆର୍‌କୁ ସ୍ଥଗିତ ରଖିବା ଏବଂ ନିର୍ବାଚନ କମିସନ ସମ୍ପର୍କିତ ୨୦୨୩ର ଆଇନରେ ପରିବର୍ତ୍ତନ ଭଳି ଦାବି ଉଠାଯାଇଛି।

ଗତ ୨୪ ସେପ୍ଟେମ୍ବରରେ ଦୀପକେ ଓ ସହଯୋଗୀମାନେ ଜ୍ଞାନେଶ କୁମାରଙ୍କୁ ୪୮ ଘଣ୍ଟା ମଧ୍ୟରେ ଇସ୍ତଫା ଦେବାକୁ ସମୟ ଦେଇଥିଲେ।

ଇସ୍ତଫା ନ ଦେଲେ ଦେଶବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ସେମାନେ କହିଥିଲେ।

ଆହୁରି ପଢନ୍ତୁ: Mojtaba Khamenei: ଆରବ ସାଗର ପାର୍ ହେବା ଆମେରିକାକୁ କେବଳ କ୍ଷତି ଦେଇଛି: ମୋଜତାବା ଖେମିନି ମୁମ୍ବାଇ ପୁଲିସ ଶିବାଜୀ ପାର୍କରେ ବିକ୍ଷୋଭ ପାଇଁ ଅନୁମତି ନ ଦେବା ପରେ ଦୀପକେ "ଜେଲ୍ ଭରୋ ଆନ୍ଦୋଳନ" ଘୋଷଣା କରିଛନ୍ତି।

ପୁଲିସ ପକ୍ଷରୁ କୁହାଯାଇଛି ଯେ ଶିବାଜୀ ପାର୍କରେ ସାଧାରଣ ସଭା ପାଇଁ ଅନୁମତି ଦେବା ନେଇ ଉଚ୍ଚ ନ୍ୟାୟାଳୟର ଆଦେଶ ଓ ସରକାରୀ ନିର୍ଦ୍ଦେଶ ରହିଛି।

ଏଥିସହ ବିଏମ୍‌ସିର ଆବଶ୍ୟକ ଅନୁମତି ନ ଥିବା କଥା ମଧ୍ୟ ଜଣାପଡ଼ିଛି।

ଏଥି ମଧ୍ୟରେ ସିଜେପିର ସହ-ସଂଯୋଜକ ସୌରଭ ଦାସ କହିଛନ୍ତି ଯେ ଜ୍ଞାନେଶ କୁମାରଙ୍କ ବିରୋଧରେ ଅଦାଲତରେ ଯେତେ ଆବେଦନ ହେଉ କିମ୍ବା ଅଦାଲତ ଯେଉଁ ରାୟ ଦିଅନ୍ତୁ, ସଂଗଠନ ନିଜ ଦାବିରୁ ପଛକୁ ହଟିବ ନାହିଁ।

ସିଜେପି ପକ୍ଷରୁ ନିର୍ବାଚନୀ ପ୍ରକ୍ରିୟାରେ ଅନିୟମିତତା ଓ ଭୋଟର ଅଧିକାର ସମ୍ପର୍କରେ ଅଭିଯୋଗ ମଧ୍ୟ କରାଯାଇଛି।

ଅକ୍ଟୋବର ୨ର ଆନ୍ଦୋଳନ ମୁମ୍ବାଇରୁ ଆରମ୍ଭ କରି ପରେ ଅନ୍ୟ ସହରକୁ ନେବାକୁ ସିଜେପି ଯୋଜନା କରିଥିବା ଜଣାପଡ଼ିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।