Scotch Prices to Fall : Scotch Prices to Fall: ଦିଲ୍ଲୀରେ ଶସ୍ତା ହେବ ମଦ, ୭% ପର୍ଯ୍ୟନ୍ତ କମିବ ଦାମ୍

Nov 04, 2026 - 22:08
Scotch Prices to Fall : Scotch Prices to Fall: ଦିଲ୍ଲୀରେ ଶସ୍ତା ହେବ ମଦ, ୭% ପର୍ଯ୍ୟନ୍ତ କମିବ ଦାମ୍

ନୂଆଦିଲ୍ଲୀ: ଦିଲ୍ଲୀ ରେ ଦାମୀ ମଦ କିଣୁଥିବା ଗ୍ରାହକଙ୍କୁ ଆଗାମୀ ଦିନରେ ମିଳିପାରେ ଆଶ୍ୱସ୍ତି।

ଦୀପାବଳି ପରେ କିଛି ଲୋକପ୍ରିୟ ସ୍କଚ୍ ହ୍ୱିସ୍କି କମ୍ପାନିର ଦାମ୍ ହ୍ରାସ ହେବାର ସମ୍ଭାବନା ରହିଛି।

ଏହା ପଛରେ ଭାରତ ଓ ବ୍ରିଟେନ୍ ମଧ୍ୟରେ ହୋଇଥିବା ବାଣିଜ୍ୟ ଚୁକ୍ତି ଏକ ପ୍ରମୁଖ କାରଣ।

ଦିଲ୍ଲୀର ଅବକାରୀ ବିଭାଗ ମଧ୍ୟ ନୂଆ ଦର ନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ କରିଛି।

ଫଳରେ ମଦପ୍ରେମୀଙ୍କୁ ଏହାର ଫାଇଦା ମିଳିପାରେ।

Advertisment ପ୍ରଥମେ ହୋଟେଲ୍ ଓ ରେସ୍ତୋରାଁରେ ଲାଗୁ ହେବ ନୂଆ ଦର ଅବକାରୀ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁସାରେ, ଦର ସଂଶୋଧନ ସମ୍ପର୍କିତ ପ୍ରସ୍ତାବକୁ ଖୁବଶୀଘ୍ର ଅନୁମୋଦନ ପାଇଁ ଉପସ୍ଥାପନ କରାଯାଇପାରେ।

ନୂଆ ଦରରେ ମଦ ଯୋଗାଣ ପ୍ରଥମେ ହୋଟେଲ୍, କ୍ଲବ୍ ଓ ରେସ୍ତୋରାଁରେ କରାଯିବ।

ଏହାପରେ ଦିଲ୍ଲୀର ଖୁଚୁରା ମଦ ଦୋକାନଗୁଡ଼ିକରେ ନୂଆ ଦରର ଷ୍ଟକ୍ ପହଞ୍ଚିବ।

ତେବେ ଦୋକାନଗୁଡ଼ିକରେ ନୂଆ ଦର ଲାଗୁ ହେବାକୁ କିଛି ସମୟ ଲାଗିପାରେ।

କାରଣ ବଜାରରେ ପୂର୍ବରୁ ଥିବା ପୁରୁଣା ଷ୍ଟକ୍ ବିକ୍ରି ହେବା ପରେ ହିଁ କମ୍ ଦାମ୍‌ର ନୂଆ ବୋତଲ ବଜାରକୁ ଆସିବ।

ସ୍କଚ୍ ହ୍ୱିସ୍କିର ଦାମ୍ କେତେ କମିବ?

ଦିଲ୍ଲୀରେ କିଛି ସ୍କଚ୍ ହ୍ୱିସ୍କିର ଦାମ୍ ପ୍ରାୟ ୭ ପ୍ରତିଶତ ପର୍ଯ୍ୟନ୍ତ କମିପାରେ।

ଭାରତ ଓ ବ୍ରିଟେନ୍ ମଧ୍ୟରେ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତି ଅନୁଯାୟୀ ଆମଦାନୀ ଶୁଳ୍କ ହ୍ରାସ ପାଇବା ପରେ ଏହି ପରିବର୍ତ୍ତନ କରାଯାଉଛି।

ତେବେ ବିଭିନ୍ନ ବ୍ରାଣ୍ଡର ଉତ୍ପାଦନ ଖର୍ଚ୍ଚ ଓ ଟିକସ ଅନୁସାରେ ଦାମ୍ ହ୍ରାସର ପରିମାଣ ଭିନ୍ନ ହୋଇପାରେ।

ଏହି ପରିବର୍ତ୍ତନ ଯୋଗୁଁ ଜନି ୱାକର୍ ବ୍ଲାକ୍ ଲେବଲ୍, ଡବଲ୍ ବ୍ଲାକ୍, ରେଡ୍ ଲେବଲ୍ ଏବଂ ଗ୍ଲେନ୍‌ଫିଡିକ୍ ୧୨ ଇୟର୍ ଭଳି ଲୋକପ୍ରିୟ ବ୍ରାଣ୍ଡର ଦାମ୍ ପ୍ରଭାବିତ ହୋଇପାରେ।

ନୂଆ ଦର ଲାଗୁ ହେବା ପରେ ଗ୍ରାହକଙ୍କୁ ପୂର୍ବ ଅପେକ୍ଷା କମ୍ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିପାରେ।

ବିବାହ ଋତୁ ପୂର୍ବରୁ ମିଳିପାରେ ଆଶ୍ୱସ୍ତି ସେପ୍ଟେମ୍ବର ମାସରେ ଦିଲ୍ଲୀ ଅବକାରୀ ବିଭାଗ ପକ୍ଷରୁ ଥୋକ ବିକ୍ରେତାମାନଙ୍କୁ ସଂଶୋଧିତ ଖର୍ଚ୍ଚ ଓ ଦାମ୍ ସମ୍ପର୍କିତ ଦସ୍ତାବିଜ୍ ମଗାଯାଇଥିଲା।

ଗୋଆ, ମହାରାଷ୍ଟ୍ର, ରାଜସ୍ଥାନ ଓ ଉତ୍ତରପ୍ରଦେଶ ଭଳି ରାଜ୍ୟରେ ମଧ୍ୟ ଶୁଳ୍କ ହ୍ରାସ ପରେ ମଦର ଦାମ୍‌ରେ ପରିବର୍ତ୍ତନ କରାଯାଇଛି।

ଶିଳ୍ପ ସହ ଜଡ଼ିତ ବ୍ୟକ୍ତିଙ୍କ ଅନୁସାରେ, ଦିଲ୍ଲୀରେ ପୁରୁଣା ଷ୍ଟକ୍ ଶେଷ ହେବାକୁ ଅତି କମ୍‌ରେ ଦୁଇ ସପ୍ତାହ ଲାଗିପାରେ।

ତେଣୁ ଦୀପାବଳି ପରେ ଏବଂ ବିବାହ ଋତୁ ପୂର୍ବରୁ ବଜାରରେ ନୂଆ ଦର ଦେଖିବାକୁ ମିଳିପାରେ।

ତେବେ ଏହି ରିହାତି ସମସ୍ତ କମ୍ପାନି ପାଇଁ ଲାଗୁ ହେବ ନାହିଁ।

ଭାରତ-ବ୍ରିଟେନ୍ ଚୁକ୍ତିରୁ କିପରି ମିଳିବ ଫାଇଦା?

ଭାରତ ଓ ବ୍ରିଟେନ୍ ମଧ୍ୟରେ ବାଣିଜ୍ୟ ଚୁକ୍ତି ୧୫ ଜୁଲାଇ ୨୦୨୬ରୁ ଲାଗୁ ହୋଇଥିଲା।

ଏହି ଚୁକ୍ତି ଅନୁଯାୟୀ, ବ୍ରିଟେନ୍‌ରେ ବୋତଲବନ୍ଦ ହୋଇ ଭାରତକୁ ଆସୁଥିବା ଯୋଗ୍ୟ ସ୍କଚ୍ ହ୍ୱିସ୍କି ଉପରେ ସୀମା ଶୁଳ୍କ ୧୫୦ ପ୍ରତିଶତରୁ ହ୍ରାସ କରାଯାଇ ୭୫ ପ୍ରତିଶତ କରାଯାଇଛି।

ଆଗାମୀ ୧୦ ବର୍ଷ ମଧ୍ୟରେ ଏହାକୁ ପର୍ଯ୍ୟାୟକ୍ରମେ ୪୦ ପ୍ରତିଶତକୁ ହ୍ରାସ କରିବାର ଯୋଜନା ରହିଛି।

ଗାଁକୁ ପହଁଚି ପାରିଲାନି ଆମ୍ବୁଲାନ୍ସ , ୫କିମି ଭାରରେ ବୁହାହେଲେ ଗର୍ଭବତୀ ମହିଳା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।