Scotch whisky: ମହାକାଶକୁ ଯିବ ସ୍କଚ୍ ହୁଇସ୍କି
ମହାକାଶ ଗବେଷଣା କ୍ଷେତ୍ରରେ ମଣିଷ ଅନେକ ଅସାଧ୍ୟ କାମକୁ ସଫଳ କରିସାରିଲାଣି। ଏବେ ପୁଣି ମହାକାଶ ବିଜ୍ଞାନ ଜଗତରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ତାହା ହେଲା, ସ୍କଟ୍ଲାଣ୍ଡ ଓ ଜାପାନର ବୈଜ୍ଞାନିକମାନେ ମିଳିତ ଭାବେ ସ୍କଚ୍ ହୁଇସ୍କି ଭଳି ପାନୀୟକୁ ମହାକାଶ ପଠାଇବା ପାଇଁ ଏକ ଅଭିନବ ଯୋଜନା ପ୍ରସ୍ତୁତ କରିଛନ୍ତି। ମହାକାଶର ଶୂନ୍ୟ ମାଧ୍ୟାକର୍ଷଣ ବା ଜିରୋ ଗ୍ରାଭିଟି ପରିବେଶରେ ହୁଇସ୍କିର ପରିପକ୍ୱତା ବା ଏଜିଙ୍ଗ୍ ପ୍ରକ୍ରିୟା ତ୍ବରାନ୍ବିତ ହେବ କି ନାହିଁ, ତାହା ଅନୁଧ୍ୟାନ କରିବା ଏହି ଗବେଷଣାର ମୁଖ୍ୟ ଉଦ୍ଦେଶ୍ୟ।
Nabarangpur flood: ୨୦ଦିନରେ ସ୍ବତନ୍ତ୍ର ପ୍ୟାକେଜରେ ବନ୍ୟା କ୍ଷତିପୂରଣ ଦିଅ, ନଚେତ ନବରଂଗପୁର ଜିଲ୍ଲାବନ୍ଦ
ଏହି ଅଭିଯାନର ନାମ ରଖାଯାଇଛି ‘ସ୍ପେସ୍ ପଫିନ୍’। ବୈଜ୍ଞାନିକମାନଙ୍କ ସୂଚନା ଅନୁଯାୟୀ, ୨୦୨୮ ମସିହାରେ ଏକ ସ୍ପେସ୍-ଏକ୍ସ ରକେଟ୍ ସାହାଯ୍ୟରେ ଏହି ଅଭିଯାନ ଆରମ୍ଭ ହେବ। ଏଥିପାଇଁ ଏକ ସ୍ବତନ୍ତ୍ର ଛୋଟିଆ ସାଟେଲାଇଟ୍ ବା ‘କ୍ୟୁବ୍ସାଟ୍’ ପ୍ରସ୍ତୁତ କରାଯାଉଛି। ସୂଚନା ଅନୁସାରେ, ଜାପାନ ଓ ସ୍କଟ୍ଲାଣ୍ଡର ବିଜ୍ଞାନ ଛାତ୍ରମାନେ ମିଶି ଏହି ସାଟେଲାଇଟ୍ ନିର୍ମାଣ କରୁଛନ୍ତି, ଯେଉଁଥିରେ ହୁଇସ୍କିର କିଛି ନମୁନା ମହାକାଶକୁ ପଠାଯିବ। ମହାକାଶରେ ପାରମ୍ପରିକ କାଠ ବ୍ୟାରେଲ୍ର ବ୍ୟବହାର ସମ୍ଭବ ନଥିବାରୁ, ବୈଜ୍ଞାନିକମାନେ ବିଶେଷ ଭାବେ ନିର୍ମିତ କ୍ଷୁଦ୍ର କଣ୍ଟେନର୍ରେ ଓକ୍ କାଠର ଚିପ୍ସ ବ୍ୟବହାର କରିବେ।
Protest: ଦିଲ୍ଲୀରେ କଂଗ୍ରେସ ପ୍ରତିବାଦ: ଚର୍ଚ୍ଚାରେ ବ୍ୟାଟ୍ମ୍ୟାନ୍ ମାସ୍କ
ପୃଥିବୀ ପୃଷ୍ଠରେ ହୁଇସ୍କି ପରିପକ୍ବ ହେବା ପାଇଁ ଅନେକ ବର୍ଷ ଲାଗିଥାଏ। ତେବେ ମହାକାଶର ପ୍ରତିକୂଳ ତାପମାତ୍ରା ଓ ଶୂନ୍ୟ ମାଧ୍ୟାକର୍ଷଣ ଯୋଗୁଁ ଏହି ପ୍ରକ୍ରିୟା ତ୍ବରାନ୍ବିତ ହେବ ବୋଲି ବୈଜ୍ଞାନିକମାନେ ଆଶା ରଖିଛନ୍ତି। ଏହି ପରୀକ୍ଷଣ ୫ ବର୍ଷ ପର୍ଯ୍ୟନ୍ତ ଚାଲିବ, ଅର୍ଥାତ୍ ସାଟେଲାଇଟ୍ଟି ପ୍ରତି ୯୦ ମିନିଟରେ ଥରେ ୫ ବର୍ଷ କାଳ ପୃଥିବୀ ଚାରିପଟେ ବୁଲିବ। ତେବେ ଏହି ସାଟେଲାଇଟ୍ ପୃଥିବୀ ପୃଷ୍ଠକୁ ଫେରିବ ନାହିଁ ବୋଲି ଗ୍ଲାସ୍ଗୋ ବିଶ୍ବବିଦ୍ୟାଳୟର ଡକ୍ଟର୍ ଗିଲେଟ୍ ବେଲେଟ୍ ପ୍ରକାଶ କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।