13 OCTOBER 2026

Welcome!

Unlock your personalized experience.
Sign Up

Guest teachers: ୬୩୮୭ ଅତିଥି ଶିକ୍ଷକ ନିଯୁକ୍ତି ମାମଲା: ସରକାରୀ ନିଷ୍ପତ୍ତି ଉପରେ ନଭେମ୍ବର ୪ ପର୍ଯ୍ୟନ୍ତ ରହିତାଦେଶ

Oct 13, 2026 - 07:20
Guest teachers: ୬୩୮୭ ଅତିଥି ଶିକ୍ଷକ ନିଯୁକ୍ତି ମାମଲା: ସରକାରୀ ନିଷ୍ପତ୍ତି ଉପରେ ନଭେମ୍ବର ୪ ପର୍ଯ୍ୟନ୍ତ ରହିତାଦେଶ

କଟକ: ରାଜ୍ୟ ସରକାର ବିଭିନ୍ନ ସ୍କୁଲରେ ୬୩୮୭ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ନିଯୁକ୍ତି ଦେବା ପାଇଁ ନେଇଥିବା ନିଷ୍ପତ୍ତି ଉପରେ ଅନ୍ତରୀଣ ରହିତାଦେଶ ନଭେମ୍ବର ୪ ପର୍ଯ୍ୟନ୍ତ ବଳବତ୍ତର ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଜି ହାଇକୋର୍ଟରେ ଏ ସଂପର୍କିତ ମାମଲାର ଶୁଣାଣି ଅସଂପୂର୍ଣ୍ଣ ରହିଥିଲା। ନଭେମ୍ବର ୪କୁ ପୂର୍ଣ୍ଣାଙ୍ଗ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଥିଲା। ଜଷ୍ଟିସ୍‌ ଆର.କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାଗୁଡ଼ିକର ଶୁଣାଣି କରି ସରକାରୀ, ପୂର୍ଣ୍ଣ ଅନୁଦାନପ୍ରାପ୍ତ, ବ୍ଲକ୍‌ ଗ୍ରାଣ୍ଟ ସ୍କୁଲ, ସଂସ୍କୃତ ଟୋଲରେ ୬୩୮୭ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ନିଯୁକ୍ତି ପ୍ରଦାନ ସଂକ୍ରାନ୍ତୀୟ ସରକାରଙ୍କ ୨୦୨୫ ଅଗଷ୍ଟ ୧ର ନିଷ୍ପତ୍ତିର କାର୍ଯ୍ୟକାରିତା ଉପରେ ରହିତାଦେଶ ଜାରି କରିଛନ୍ତି।

Pitru Mahotsav: ଦିଲ୍ଲୀରେ ପିତୃ ମହୋତ୍ସବ ଆୟୋଜନ

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୫-୨୬ ଶିକ୍ଷା ବର୍ଷରେ ୬୩୮୭ ଅତିଥି ଶିକ୍ଷକଙ୍କ ନିଯୁକ୍ତି ପାଇଁ ସରକାରୀ ସ୍ତରରେ ନିଷ୍ପତ୍ତି ନିଆଯାଇଥିଲା। ଅବସରପ୍ରାପ୍ତ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ନିଯୁକ୍ତି ଦେବା ପାଇଁ ୨୦୨୫ ଅଗଷ୍ଟ ୧ର ଗଣଶିକ୍ଷା ବିଭାଗ ଚିଠିରେ କୁହାଯାଇଥିଲା। ଏହି ଚିଠି ଆଧାରରେ କେତେକ ଜିଲ୍ଲାରେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ନିଯୁକ୍ତି ଦିଆଯିବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା। ନିୟମିତ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ଶିକ୍ଷକ ନିଯୁକ୍ତି ନ କରି ଏପରି ଭାବେ ଅତିଥି ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବା ବେଆଇନ ବୋଲି ଦର୍ଶାଇ ହାଇକୋର୍ଟରେ ୨୦୨୫ ସେପ୍ଟେମ୍ବରରେ ମାମଲା ଦାୟର ହୋଇଥିଲା।

Protest: ଦିଲ୍ଲୀରେ କଂଗ୍ରେସ ପ୍ରତିବାଦ: ଚର୍ଚ୍ଚାରେ ବ୍ୟାଟ୍‌ମ୍ୟାନ୍‌ ମାସ୍କ

ନିୟମିତ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ୬୩୮୭ ପଦ ପୂରଣ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା। ୨୦୨୫ ସେପ୍ଟେମ୍ବର ୨୩ରେ ହାଇକୋର୍ଟ ମାମଲାର ଶୁଣାଣି କରି ଖାଲି ପଦବି ପାଇଁ ନିୟମିତ ବ୍ୟବଧାନରେ କାହିଁକି ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହେଉ ନାହିଁ ବୋଲି ପ୍ରଶ୍ନ କରିଥିଲେ। ଏଥି ସହିତ ଶିକ୍ଷିତ ଯୁବକଯୁବତୀ କୁଆଡ଼େ ଯିବେ ବୋଲି ହାଇକୋର୍ଟ ଶୁଣାଣି ବେଳେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ। ପ୍ରଥମେ ୨୦୨୬ ସେପ୍ଟେମ୍ବର ୨୯ରେ ହାଇକୋର୍ଟ ଏହି ବିଜ୍ଞପ୍ତିର କାର୍ଯ୍ୟକାରିତା ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସମୀର କୁମାର ଦାସ ମାମଲା ପରିଚାଳନା କରୁଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।