Scrub Typhus Concerns Grow: ସ୍କ୍ରବ୍ ଟାଇଫସ୍ ଆତଙ୍କ! ଅନୁଗୁଳରେ ନାବାଳକଙ୍କ ମୃତ୍ୟୁ ଅଭିଯୋଗ, ବଢ଼ିଲା ଚିନ୍ତା
ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକରେ ସ୍କ୍ରବ୍ ଟାଇଫସ୍କୁ ନେଇ ଚିନ୍ତା ବଢ଼ିଛି।
ରେଙ୍ଗାଳି ଗାଁର ଜଣେ ନାବାଳକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି।
ତେବେ ମୃତ୍ୟୁର ପ୍ରକୃତ କାରଣ ସ୍କ୍ରବ୍ ଟାଇଫସ୍ କି ନୁହେଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।
Advertisment ସୂଚନା ଅନୁସାରେ, ନାବାଳକଙ୍କୁ ପ୍ରଥମେ ଜ୍ୱର ହୋଇଥିଲା।
ତେବେ ଚିକିତ୍ସା ପରେ ମଧ୍ୟ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ ପ୍ରଥମେ ଅନୁଗୁଳ ଏବଂ ପରେ କଟକ ଶିଶୁ ଭବନରେ ଭର୍ତ୍ତି କରାଯାଇଥିଲା।
ସେଠାରେ ଚିକିତ୍ସା ଚାଲିଥିବା ସମୟରେ ନାବାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଅନ୍ୟପଟେ, ପାଲଲହଡ଼ା ଅଞ୍ଚଳରେ ସ୍କ୍ରବ୍ ଟାଇଫସ୍ରେ ନାବାଳକଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
ଏହି ଅଞ୍ଚଳରେ ପୂର୍ବରୁ ମଧ୍ୟ ଏହି ରୋଗରେ ଦୁଇ ଜଣଙ୍କ ମୃତ୍ୟୁ ଏବଂ ୧୦୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି।
ତେଣୁ ପୁଣି ଜଣେ ନାବାଳକଙ୍କ ମୃତ୍ୟୁ ଖବରକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ଓ ଚିନ୍ତା ବଢ଼ିଛି।
Advertisment ଘରକୁ ଘର ବୁଲୁଛନ୍ତି ସ୍ୱାସ୍ଥ୍ୟକର୍ମୀ ପରିସ୍ଥିତି ଉପରେ ନଜର ରଖିବାକୁ ଆଶାକର୍ମୀ ଓ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ଯାଇ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛନ୍ତି।
କଣିହାଁ ଜନସ୍ୱାସ୍ଥ୍ୟ ଅଧିକାରୀ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଓ ଅନ୍ୟାନ୍ୟ ତଥ୍ୟ ସ୍ପଷ୍ଟ ହେବ ବୋଲି କହିଛନ୍ତି।
ସ୍କ୍ରବ୍ ଟାଇଫସ୍କୁ ନେଇ ଅଞ୍ଚଳରେ ଚିନ୍ତା ବଢ଼ୁଥିବାରୁ ରୋଗ ଚିହ୍ନଟ, ଆକ୍ରାନ୍ତଙ୍କ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ବିଭାଗର ପଦକ୍ଷେପ ଉପରେ ଏବେ ସମସ୍ତଙ୍କ ନଜର।
ତେବେ ନାବାଳକଙ୍କ ମୃତ୍ୟୁ ସ୍କ୍ରବ୍ ଟାଇଫସ୍ଜନିତ ବୋଲି ଏଯାଏଁ ସରକାରୀ ଭାବେ ସ୍ପଷ୍ଟ ହୋଇନାହିଁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।