Scrub Typhus Outbreak: ସ୍କ୍ରବ୍ ଟାଇପସ୍ ଆତଙ୍କ; ଜଣେ ମୃତ, ୧୫ରୁ ଅଧିକ ଆକ୍ରାନ୍ତ… ଗାଁରେ ଭୟର ବାତାବରଣ

Aug 28, 2026 - 18:32
Scrub Typhus Outbreak: ସ୍କ୍ରବ୍ ଟାଇପସ୍ ଆତଙ୍କ; ଜଣେ ମୃତ, ୧୫ରୁ ଅଧିକ ଆକ୍ରାନ୍ତ… ଗାଁରେ ଭୟର ବାତାବରଣ

ପାଲଲହଡା ବ୍ଲକ ପବିତ୍ରପୁର ପଞ୍ଚାୟତ ଅନ୍ତର୍ଗତ ସାନବାଗଦରୀ ଗାଁ ରେ ସ୍କ୍ରବ ଟାଇପସ ଆତଙ୍କ। ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ସ୍କ୍ରବ ଟାଇପସ ପାଇଁ ଗାଁ ରେ ଭୟର ବାତାବରଣ ଖେଳିଯାଇଛି। ଗତ କିଛି ଦିନ ତଳେ ଗାଁରେ ଏକ ଅଜଣା ପୋକ କାମୁଡିବାରୁ କିଛି ଲୋକଙ୍କୁ ଜ୍ବର ସହ ମୁଣ୍ଡବିନ୍ଧା ହୋଇଥିଲା। ପରେ ମେଡିକାଲରେ ପରୀକ୍ଷା କରିବା ପରେ ସ୍କ୍ରବ ଟାଇପସ ପଜିଟିଭି ଥିବା ଜଣାପଡିଛି। 

ସୁମନ୍ତ ସେଠି ନାମକ ଜଣଙ୍କର ମୃତ୍ୟୁ ହୋଇଛି। ଏନେଇ ଗାଁରେ ଭୟର ବାତାବରଣ ଖେଳିଯାଇଛି। ଘଟଣା ନେଇ ପୁରା ନଜର ରଖାଯାଇଥିବା ପ୍ରଶାସନ କହିଛି।

  • ସ୍କ୍ରବ୍ ଟାଇପସ୍ ଆତଙ୍କ 
  • ପାଲଲହଡାରେ ସ୍କ୍ରବ୍ ଟାଇପସ୍ ଆତଙ୍କ
  • ଜଣେ ମୃତ, ୧୫ରୁ ଅଧିକ ଆକ୍ରାନ୍ତ ସୂଚନା 
  • ସ୍କ୍ରବ୍ ଟାଇପସ୍ ପାଇଁ ଗାଁରେ ଭୟର ବାତାବରଣ
  • ପ୍ରଶାସନ କହିଲା ସମସ୍ତଙ୍କୁ ଚିକିତ୍ସା ଯୋଗାଇ ଦିଆଯାଉଛି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।