Sea to Shore: ରେଡ୍ ଟିମ୍ ବନାମ ବ୍ଲୁ ଟିମ୍, ଓଡ଼ିଶା ଉପକୂଳରେ ‘ସାଗର କବଚ’

Sep 16, 2026 - 11:12
Sea to Shore: ରେଡ୍ ଟିମ୍ ବନାମ ବ୍ଲୁ ଟିମ୍, ଓଡ଼ିଶା ଉପକୂଳରେ ‘ସାଗର କବଚ’

ରେଡ୍ ଟିମ୍ ବନାମ ବ୍ଲୁ ଟିମ୍ । ସମୁଦ୍ରରେ ଶତ୍ରୁଙ୍କୁ ଶେଷ କରିଦେବାର ରଣକୌଶଳ । ସାଗରରୁ ସ୍ଥଳଭାଗ ପର୍ଯ୍ୟନ୍ତ କଡ଼ା ପହରା। ଜଳପଥରେ ଆତଙ୍କବାଦୀଙ୍କ ମୁକାବିଲା ପାଇଁ ସଜାଗ ଓଡ଼ିଶା । ଆଜିଠୁ ଓଡ଼ିଶା ଉପକୂଳରେ ଆରମ୍ଭ ହେଉଛି ମେଗା ସମରାଭ୍ୟାସ ସାଗର କବଚ। ଜଳପଥ ଦେଇ ସମ୍ଭାବ୍ୟ ଆତଙ୍କବାଦୀ ଅନୁପ୍ରବେଶକୁ ପ୍ରତିହତ କରିବା ଏବଂ ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ଅଭେଦ୍ୟ କରିବା ପାଇଁ ଓଡ଼ିଶା ଓ ପଶ୍ଚିମବଙ୍ଗ ତରଫରୁ ମିଳିତ ମକଡ୍ରିଲ୍ କରାଯାଉଛି।

ଚଳିତ ବର୍ଷର ଏହା ହେଉଛି ଦ୍ୱିତୀୟ ମିଳିତ ସମରାଭ୍ୟାସ। ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ଉପକୂଳ ସୁରକ୍ଷାକୁ ଅଧିକ ଦୃଢ଼ କରିବା ପାଇଁ  ବର୍ଷକୁ ଦୁଇ ଥର ଏପରି ଅଭ୍ୟାସ କରାଯାଉଛି। ଏହି ସମରାଭ୍ୟାସରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ପ୍ରାୟ ୧୮ଟି ପ୍ରମୁଖ ସଂସ୍ଥା ସାମିଲ ହୋଇଛନ୍ତି। ଭାରତୀୟ ନୌସେନା ଓ ତଟରକ୍ଷୀ ବାହିନୀ, ମେରାଇନ ପୋଲିସ, CISF ସହିତ ବନ ବିଭାଗ, ମତ୍ସ୍ୟ ବିଭାଗ ଓ କଷ୍ଟମ୍ସ, ଜିଲ୍ଲା ପ୍ରଶାସନ, ପାରାଦୀପ ପୋର୍ଟ ସମେତ ବିଭିନ୍ନ ଶିଳ୍ପ ସଂସ୍ଥା ଏଥିରେ ଯୋଗଦେଇଛନ୍ତି ।

ଏହି ସମରାଭ୍ୟାସକୁ ଅଧିକ କାର୍ଯ୍ୟକ୍ଷମ କରିବା ପାଇଁ ସୁରକ୍ଷା ବାହିନୀକୁ ଦୁଇଟି ଟିମରେ ବିଭକ୍ତ କରାଯାଇଛି । ଗୋଟିଏ ରେଡ୍ ଟିମ୍ ଆଉ ଗୋଟିଏ ବ୍ଲୁ ଟିମ୍ । ରେଡ୍ ଟିମ୍ ଆତଙ୍କବାଦୀଙ୍କ ବେଶରେ ସାମୁଦ୍ରିକ ଜଳପଥରୁ ଉପକୂଳ ସ୍ଥଳଭାଗକୁ ଅନୁପ୍ରବେଶ ପାଇଁ ଉଦ୍ୟମ କରନ୍ତି । ସହର ଓ ବସ୍ତିରେ ଆତ୍ମଗୋପନ କରିବା ସହ ଜନଗହଳିପୂର୍ଣ୍ଣ ଏବଂ ସମ୍ବେଦନଶୀଳ ସ୍ଥାନରେ ମିଛିମିଛିକା ବିସ୍ଫୋରକ ରଖିବାର ଯୋଜନା କରିଥାନ୍ତି। ବ୍ଲୁ ଟିମ୍ ଏହି ଅନୁପ୍ରବେଶକୁ ପ୍ରତିହତ କରିବା ପାଇଁ ସମୁଦ୍ର ଓ ସ୍ଥଳଭାଗରେ କଡ଼ା ପାଟ୍ରୋଲିଂ କରିବା ସହ ରେଡ୍ ଟିମ୍ ସଦସ୍ୟମାନଙ୍କୁ ଠାବ କରିଥାଏ ।

ଆଜିଠୁ ଦୁଇ ଦିନିଆ ସମରାଭ୍ୟାସ `ସାଗର କବଚ'
ସମୁଦ୍ରରେ ଶତ୍ରୁଙ୍କୁ ଶେଷ କରିଦେବାର ରଣକୌଶଳ
ସମୁଦ୍ରରୁ ସ୍ଥଳଭାଗ ପର୍ଯ୍ୟନ୍ତ କଡ଼ା ପହରା
ସମୁଦ୍ରରେ ରେଡ୍ ଟିମ୍ ବନାମ ବ୍ଲୁ ଟିମ୍
ଆତଙ୍କବାଦୀଙ୍କ ମୁକାବିଲା ପାଇଁ ସଜାଗ ଓଡ଼ିଶା ଉପକୂଳ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।