Security Upgrade Sought: ସୁରକ୍ଷା ବୃଦ୍ଧି ଦାବି କଲେ ତେଲକୋଇ ବିଧାୟକ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କଲେ ନିବେଦନ

Sep 11, 2026 - 18:17
Security Upgrade Sought: ସୁରକ୍ଷା ବୃଦ୍ଧି ଦାବି କଲେ ତେଲକୋଇ ବିଧାୟକ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କଲେ ନିବେଦନ

ସୁରକ୍ଷା ବୃଦ୍ଧି ଦାବି କଲେ ତେଲକୋଇ ବିଧାୟକ ଫକୀର ମୋହନ ନାଏକ। ନିଜର ସୁରକ୍ଷା ବଢ଼ାଇବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି। କିଛିଦିନ ଧରି ସୋସିଆଲ ମିଡିଆରେ ତାଙ୍କୁ ଧମକ ମିଳୁଥିବା ଅଭିଯୋଗ କରିଛନ୍ତି ବିଧାୟକ। ଏଥିସହ ତେଲକୋଇ ନିର୍ବାଚନମଣ୍ଡଳୀରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଥିବା ଚିଠିରେ ଉଲ୍ଲେଖ କରିଛନ୍ତି।

ତେଣୁ ତୁରନ୍ତ ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ସହ ଧମକ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଦାବି କରିଛନ୍ତି ତେଲକୋଇ ବିଧାୟକ। 

ନିଜର ସୁରକ୍ଷା ବୃଦ୍ଧି ଦାବି କଲେ ତେଲକୋଇ ବିଧାୟକ ଫକୀର ମୋହନ ନାଏକ
ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖି ନିବେଦନ କଲେ
ତୁରନ୍ତ ସୁରକ୍ଷା ବ୍ୟବସ୍ଥା ବଢ଼ାଇବାକୁ ଚିଠି ଲେଖି ଜରୁରୀ ନିବେଦନ କଲେ
କିଛିଦିନ ଧରି ସୋସିଆଲ ମିଡିଆରେ ତାଙ୍କୁ ଧମକ ମିଳୁଥିବା ଅଭିଯୋଗ
ତେଲକୋଇ ନିର୍ବାଚନମଣ୍ଡଳୀରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଥିବା ଉଲ୍ଲେଖ
ସୁରକ୍ଷା ବ୍ୟବସ୍ଥା ବଢ଼ାଇବା ସହ ଘଟଣାର ନିରପେକ୍ଷ ତଦନ୍ତ ଦାବି କଲେ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।