Sensex Crashes Over 1,000 Points: ହଜାରେ ପଏଣ୍ଟ ଖସିଲା ସେନସେକ୍ସ, ନିବେଶକ ହରାଇଲେ ୬ ଲକ୍ଷ କୋଟି
ଶେୟାର ବଜାରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ସୋମବାର କାରବାର ଆରମ୍ଭରୁ ଭାରତୀୟ ବଜାରରେ ଜୋରଦାର ବିକ୍ରି ଦେଖିବାକୁ ମିଳିଛି। ସେନସେକ୍ସ ୧,୦୦୦ ପଏଣ୍ଟରୁ ଅଧିକ ଖସିଥିବା ବେଳେ ନିଫ୍ଟି ୨୩ ହଜାର ତଳକୁ ଚାଲିଯାଇଛି। ଏହାର ପ୍ରଭାବରେ ନିବେଶକଙ୍କ ପ୍ରାୟ ୬.୧୭ ଲକ୍ଷ କୋଟି ଟଙ୍କାର ବଜାର ମୂଲ୍ୟ ହ୍ରାସ ପାଇଛି।
ବଜାର ଖସିବାର ମୁଖ୍ୟ କାରଣ ହେଉଛି ଅଶୋଧିତ ତେଲ ଦର ବୃଦ୍ଧି। ଅଶୋଧିତ ତେଲ ଦର ୧୦୬ ଡଲାର ଟପିଛି। ଏହା ସହ ଆମେରିକାର ବଣ୍ଡ ରିଟର୍ନ ବୃଦ୍ଧି ଏବଂ ବିଦେଶୀ ନିବେଶକଙ୍କ ବିକ୍ରି ଚାପ ବଜାରକୁ ପ୍ରଭାବିତ କରିଛି।
ବ୍ୟାଙ୍କ ଓ ଫାଇନାନ୍ସିଆଲ୍ ଷ୍ଟକ୍ରେ ମଧ୍ୟ ବଡ଼ ହ୍ରାସ ଦେଖାଯାଇଛି। ସେପଟେ ସେପ୍ଟେମ୍ବରରେ ବିଦେଶୀ ନିବେଶକ ପ୍ରାୟ ୧୯ ହଜାର କୋଟି ଟଙ୍କାର ଭାରତୀୟ ଶେୟାର ବିକ୍ରି କରିଛନ୍ତି। ଆଗକୁ ତେଲ ଦର, ଆମେରିକୀୟ ବଣ୍ଡ୍ ୟିଲ୍ଡ ଓ ବିଦେଶୀ ନିବେଶକଙ୍କ ଗତିବିଧି ଉପରେ ବଜାରର ନଜର ରହିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।