Sensex Plunges 539 Points: ସେନ୍‌ସେକ୍ସ ୫୩୯ ପଏଣ୍ଟ ଖସିଲା

Aug 27, 2026 - 19:07
Sensex Plunges 539 Points: ସେନ୍‌ସେକ୍ସ ୫୩୯ ପଏଣ୍ଟ ଖସିଲା

"ମୁମ୍ବାଇ: ଆମେରିକାରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଅଡ଼ୁଆ ବଢ଼ିବା ସମ୍ପର୍କିତ ଖବର ଆସିବା ପରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସରେ ବଡ଼ ଧରଣର ହ୍ରାସ ଘଟିଛି।

ଆଜି ସେନ୍‌ସେକ୍ସ ୫୩୯.୩୫ ପଏଣ୍ଟ (୦.୭୦ ପ୍ରତିଶତ) ହ୍ରାସ ପାଇ ୭୬,୯୩୩.୫୯ ପଏଣ୍ଟ୍‌ରେ ବନ୍ଦ ହୋଇଛି।

ନ୍ୟାସନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍‌ଟି ୧୧୬.୯୦ ପଏଣ୍ଟ (୦.୪୮ ପ୍ରତିଶତ) ହ୍ରାସ ପାଇ ୨୪,୦୯୦.୮୫ ପଏଣ୍ଟରେ ବନ୍ଦ ହୋଇଛି।

ଆଜି କାରବାର ଶେଷ ବେଳକୁ ସେଥିରେ ଦ୍ରୁତ ହ୍ରାସ ଘଟିିଥିଲା।

ଏଚ୍‌ଡିଏଫ୍‌ସି ବ୍ୟାଙ୍କ ସେୟାର ମୂଲ୍ୟ ୨.୦୮ ପ୍ରତିଶତ ହ୍ରାସ ପାଇଛି।

ଏହ ବ୍ୟତୀତ ଇନ୍‌ଫୋସିସ୍‌, ଭାରତୀ ଏୟାରଟେଲ୍‌, ଏନ୍‌ଟିପିସି, ଏଲ୍‌ଆଣ୍ଡ୍‌ଟି ଓ ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ସେୟାର ମୂଲ୍ୟରେ ହ୍ରାସ ଘଟିଛି।

ଅନ୍ୟ ପକ୍ଷରେ କୋଟକ୍‌ ମହିନ୍ଦ୍ରା ବ୍ୟାଙ୍କର ସେୟାର ମୂଲ୍ୟ ୧.୭୧ ପ୍ରତିଶତ, ଆଇସିଆଇସିଆଇ ବ୍ୟାଙ୍କ ୦.୯୩ ପ୍ରତିଶତ, ଟେକ୍‌ ମହିନ୍ଦ୍ରା ୦.୮୦ ପ୍ରତିଶତ ବଢ଼ିଛି।

ବିଇଏଲ୍‌ ଓ ଆଦାନୀ ପୋର୍ଟସ୍‌ ସେୟାର ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି।Advertisment ପ୍ରକାଶ ପାଇଲା ଜିଡିଏସ ନିଯୁକ୍ତି ବିଜ୍ଞପ୍ତି "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।