Sensex Tanks 1,000 Points: ଦଲାଲ୍ ଷ୍ଟ୍ରିଟ୍ରେ ହାହାକାର, ଜାଣନ୍ତୁ କାହିଁକି ହଠାତ୍ ଖସିଲା ମାର୍କେଟ୍ ?
ସପ୍ତାହ ଆରମ୍ଭରୁ ଦଲାଲ୍ ଷ୍ଟ୍ରିଟ୍ରେ ହାହାକାର। ସେନ୍ସେକ୍ସ ୧,୦୦୦ ପଏଣ୍ଟ ଖସିଥିବା ବେଳେ ନିଫ୍ଟିରେ ୨୯୫ ପଏଣ୍ଟର ହ୍ରାସ ହୋଇଛି। ଗୋଟିଏ ଦିନରେ ନିବେଶକଙ୍କ ପ୍ରାୟ ୪ ଲକ୍ଷ କୋଟି ଟଙ୍କା ସମ୍ପତ୍ତି ହ୍ରାସ ପାଇଛି।
ବଜାର ଖସିବା ପଛରେ ରହିଛି ୩ଟି ବଡ଼ କାରଣ। ପ୍ରଥମତଃ, ଏଚ୍ଡିଏଫ୍ସି, ଆଇସିଆଇସିଆଇ ଓ ଆକ୍ସିସ୍ ବ୍ୟାଙ୍କର ସେୟାର ମୂଲ୍ୟରେ ବଡ଼ ହ୍ରାସ। ଦ୍ୱିତୀୟତଃ, ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୮ରୁ ୧୦୯ ଡଲାର ମଧ୍ୟରେ ରହିବା। ତୃତୀୟତଃ, ବିଦେଶୀ ନିବେଶକଙ୍କ ଲଗାତାର ସେୟାର ବିକ୍ରି।
ଏହି ୩ଟି କାରଣ ବଜାରରେ ନିବେଶକଙ୍କ ଚିନ୍ତା ବଢ଼ାଇଛି। ଆଗକୁ କମ୍ପାନୀଗୁଡ଼ିକର ତ୍ରୈମାସିକ ଫଳାଫଳ, ଅଶୋଧିତ ତୈଳ ଦର ଓ ବିଦେଶୀ ନିବେଶକଙ୍କ କାରବାର ଉପରେ ରହିବ ବଜାରର ନଜର।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।