Serial accident: ମେରିଆବଜାରରେ ସିରିଜ୍‌ ଦୁର୍ଘଟଣା: ପୁଲିସ ଅଧିକାରୀଙ୍କ ସମେତ ୪ ଆହତ; ଗାଡ଼ି ଭଙ୍ଗାରୁଜା

Sep 08, 2026 - 04:30
Serial accident: ମେରିଆବଜାରରେ ସିରିଜ୍‌ ଦୁର୍ଘଟଣା: ପୁଲିସ ଅଧିକାରୀଙ୍କ ସମେତ ୪ ଆହତ; ଗାଡ଼ି ଭଙ୍ଗାରୁଜା

"କଟକ: ମେରିଆବଜାର ଛକରେ ଆଜି ଅପରାହ୍ନ ପ୍ରାୟ ସାଢେ ଚାରିଟା ବେଳେ ସିରିଜ ଦୁର୍ଘଟଣା ଘଟି ୪ ଜଣ ଆହତ ହୋଇଛନ୍ତି।

ଏହି ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି।

ଆଜି ଅପରାହ୍ନରେ କଟକ ନଗର ବିଜେପିର ପୂର୍ବତନ ସଭାପତି, ବରିଷ୍ଠ ବିଜେପି ନେତା ଲଲାଟେନ୍ଦୁ ବଡ଼ୁ ନିଜେ କାର୍‌ ଚଲାଇ ଯାଉଥିବା ବେଳେ ଗାଡ଼ି ଭିତରେ ହଠାତ ଅସୁସ୍ଥ ଅନୁଭବ କରିଥିଲେ।

ଫଳରେ ନିୟନ୍ତ୍ରଣ ହରାଇ ଜଣେ ବାଇକ୍‌ ଚାଳକଙ୍କୁ ଧକ୍କା ଦେଇଥିଲେ।

ପରେ ପରେ ଦୁଇ ଜଣ ନାବାଳକ, ଜଣେ ପୁଲିସ ଅଧିକାରୀଙ୍କ ଦେହରେ ଗାଡ଼ି ବାଜିବା ପରେ ଏକ ଅଟୋରେ ପିଟି ହୋଇ ଶ୍ରୀ ବଡ଼ୁଙ୍କ ଗାଡ଼ି ଅଟକି ଯାଇଥିଲା।Advertisment Traffic: ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ବିଯୁକ୍ତ ପଏଣ୍ଟ ମିଳିବ, ଭଲ ଆଚରଣ ପାଇଁ ରିୱାର୍ଡ ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ବିଜେପି ନେତା ଲଲାଟେନ୍ଦୁ ବଡ଼ୁ ଆହତ Traffic: ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ବିଯୁକ୍ତ ପଏଣ୍ଟ ମିଳିବ, ଭଲ ଆଚରଣ ପାଇଁ ରିୱାର୍ଡ ଏଥିରେ ଦୁଇ ଜଣ ନାବାଳକଙ୍କ ସହିତ ପୁଲିସ ଅଧିକାରୀ ରିଆଜଉଦ୍ଦିନ ଖାଁ ଓ ହେମନ୍ତ ସାହୁ ଆହତ ହୋଇଥିଲେ।

ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକ ଶ୍ରୀ ବଡ଼ୁଙ୍କୁ ମାଡ଼ ମାରିବା ସହିତ ତାଙ୍କ କାର୍‌ ଭଙ୍ଗାରୁଜା କରିଥିଲେ।

ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ସେ ଆହତ ହୋଇଥିଲେ।

ଦରଘା ବଜାର ଥାନା ପୁଲିସ ପହଞ୍ଚି ଶ୍ରୀ ବଡ଼ୁଙ୍କୁ ଉଦ୍ଧାର କରି କଟକ ବଡ଼ମେଡିକାଲକୁ ନେବା ସହିତ ଆହତଙ୍କୁ ବଡ଼ ମେଡିକାଲକୁ ନେଇ ଚିକିତ୍ସା କରାଇଛି।

କଟକ ଜିଲ୍ଲା ବିଜେପି ସଭାପତି ସୁକାନ୍ତ ବିଶ୍ବାଳ, ହିନ୍ଦୁ ସେନା ରାଜ୍ୟ ସଭାପତି ଦେବାଶିଷ ରାଉତ, ସଂପାଦକ ସୌମିତ୍ର ଲେଙ୍କା ପ୍ରମୁଖ କଟକ ବଡ଼ ମେଡିକାଲରେ ପହଞ୍ଚି ଶ୍ରୀ ବଡ଼ୁ ଓ ଅନ୍ୟ ଆହତଙ୍କୁ ଭେଟିଥିଲେ।

ପୁଲିସ ସ୍ଥିତି ଉପରେ ନଜର ରଖିବା ସହିତ ଉତ୍ତେଜନା ଯେଭଳି ନଢ଼େ, ସେ ଦିଗରେ ପ୍ରୟାସ କରୁଛି।

Nabarangpur: ଓସ୍ବାସ ଫାଇଲ୍ ପ୍ରକ୍ରିୟାକରଣରେ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାଜ୍ୟରେ ପ୍ରଥମ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।