Western Odisha: ଯୌତୁକ ଦାନବ କବଳରେ ପଶ୍ଚିମ ଓଡ଼ିଶା: ୫ ବର୍ଷରେ ୧୬୬ ବଧୂହତ୍ୟା, ୭୨ ଆତ୍ମହତ୍ୟା

Sep 08, 2026 - 06:59
Western Odisha: ଯୌତୁକ ଦାନବ କବଳରେ ପଶ୍ଚିମ ଓଡ଼ିଶା: ୫ ବର୍ଷରେ ୧୬୬ ବଧୂହତ୍ୟା, ୭୨ ଆତ୍ମହତ୍ୟା

"ରାଉରକେଲା (ଦେବବ୍ରତ ଗଡ଼ତିଆ): ପଶ୍ଚିମ ଓଡ଼ିଶାରେ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଛି ଯୌତୁକ ନିର୍ଯାତନା।

୧୦ଟି ଜିଲ୍ଲାରେ ଯୌତୁକଜନିତ ଅପରାଧ ଓ ନିର୍ଯାତନା ମାମଲା ବୃଦ୍ଧି, ସାମାଜିକ ସୁରକ୍ଷା ଓ ମହିଳା ସଶକ୍ତୀକରଣ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଗତ ପାଞ୍ଚ ବର୍ଷ ମଧ୍ୟରେ ମୋଟ ୪୦୧୬ଟି ଯୌତୁକ ନିର୍ଯାତନା ମାମଲା ବିଭିନ୍ନ ଥାନାରେ ପଞ୍ଜୀକୃତ ହୋଇଛି।

୨୦୨୧ରୁ ୨୦୨୫ (୫ବର୍ଷ)ର ପରିସଂଖ୍ୟାନ ଅନୁସାରେ, କେବଳ ଯୌତୁକ ଦାବିକୁ କେନ୍ଦ୍ର କରି ୧୬୬ ଜଣ ବୋହୂଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।

ଏମିତିକି ଯୌତୁକଜନିତ ମାନସିକ ଓ ଶାରୀରିକ ନିର୍ଯାତନା ସହି ନପାରି ୭୨ ଜଣ ମହିଳା ଆତ୍ମହତ୍ୟା କରିଛନ୍ତି।

ଏହି ତଥ୍ୟରୁ ସ୍ପଷ୍ଟ ହୁଏ ଯେ ଆଧୁନିକ ସମାଜରେ ଶିକ୍ଷାର ପ୍ରସାର ହେଉଥିଲେ ହେଁ ଯୌତୁକ ପ୍ରଥା ଆଜି ବି ଅନେକ ନିରୀହ ମହିଳାଙ୍କ ଜୀବନ ନେଉଛି।Advertisment Traffic: ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ବିଯୁକ୍ତ ପଏଣ୍ଟ ମିଳିବ, ଭଲ ଆଚରଣ ପାଇଁ ରିୱାର୍ଡ ୪୦୧୬ ନିର୍ଯାତନା ମାମଲା ଅନ୍ୟପଟେ, ପଞ୍ଜୀକୃତ ହୋଇଥିବା ମାମଲାଗୁଡ଼ିକ ମଧ୍ୟରେ ସବୁଠାରୁ ବଡ଼ ଭାଗ ହେଉଛି ଯୌତୁକ ନିର୍ଯାତନା ବା ଘରୋଇ ହିଂସାର।

ଗତ ପାଞ୍ଚ ବର୍ଷରେ ମୋଟ ୪,୦୧୬ଟି ଯୌତୁକ ନିର୍ଯାତନା ମାମଲା ରେକର୍ଡ କରାଯାଇଛି, ଯେଉଁଠି ମହିଳାମାନେ ପ୍ରତିଦିନ ସେମାନଙ୍କ ସ୍ୱାମୀ କିମ୍ବା ଶାଶୂଘର ସଦସ୍ୟଙ୍କ ଦ୍ୱାରା ଅକଥନୀୟ ଅତ୍ୟାଚାରର ଶିକାର ହୋଇଛନ୍ତି।

ଏଥିସହ ଅବଶିଷ୍ଟ ୫୦୨୪ଟି ମାମଲା ଅଣଯୌତୁକ କିମ୍ବା ପାରିବାରିକ ବିବାଦ ସହ ଜଡ଼ିତ ରହିଛି।

ବରଗଡ଼ ଜିଲ୍ଲାରେ ସର୍ବାଧିକ ୩୫ଟି ବଧୂହତ୍ୟା ଘଟଣା ସାମନାକୁ ଆସିଥିବା ବେଳେ ସମ୍ବଲପୁରରେ ୧୯ ଜଣ, ଝାରସୁଗୁଡ଼ାରେ ୧୩ ଜଣ, ବଲାଙ୍ଗୀରରେ ୨୬ ଜଣ, ସୁବର୍ଣ୍ଣପୁରରେ ୧୩ ଜଣ, ଦେବଗଡ଼ରେ ୩ ଜଣ, ବୌଦ୍ଧରେ ୧୨ଜଣ, କଳାହାଣ୍ଡିରେ ୨୪ ଜଣ, ନୂଆପଡ଼ାରେ ୪ ଜଣ, ସୁନ୍ଦରଗଡ଼ରେ ୮ ଜଣ ଓ ରାଉରକେଲାରେ ୯ ଜଣଙ୍କୁ ହତ୍ୟା କରାଯାଇଛି।

ସେହିପରି ଯୌତୁକଜନିତ ଆତ୍ମହତ୍ୟା ତାଲିକାରେ କଳାହାଣ୍ଡି ଜିଲ୍ଲା ଶୀର୍ଷରେ ରହିଛି।

କଳାହାଣ୍ଡିରେ ୧୯ ଜଣ ଆତ୍ମହତ୍ୟା କରିଥିବାବେଳେ ବଲାଙ୍ଗୀରରେ ୧୮ ଜଣ, ବରଗଡ଼ ଓ ଝାରସୁଗୁଡ଼ାରେ ୧୦ ଜଣ ଲେଖାଏଁ, ସମ୍ବଲପୁର ଓ ରାଉରକେଲାରେ ୯ ଜଣ ଲେଖାଏଁ, ସୁବର୍ଣ୍ଣପୁରରେ ୩ ଜଣ ଏବଂ ଦେବଗଡ଼, ବୌଦ୍ଧ, ନୂଆପଡ଼ା ଓ ସୁନ୍ଦରଗଡ଼ରେ ଜଣେ ଲେଖାଏଁ ଆତ୍ମହତ୍ୟା କରିଛନ୍ତି।

ଯୌତୁକ ଦାନବ ବିରୋଧରେ ଦୃଢ଼ ଆଇନଗତ ପଦକ୍ଷେପ ନେବା ସହ ମହିଳା ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସକ୍ରିୟ କରିବାକୁ ସାଧାରଣରେ ଦାବି ହେଉଛି।

Health: ଉପଖଣ୍ଡ ଚିକିତ୍ସାଳୟରେ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ଗୁରୁତର ଶିଶୁ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।