Serial Thefts Near Bhubaneswar ଦୁଇ ଦିନ ତଳେ ଲୁଟିଥିଲେ, ଆଜି ପୁଣି ତାଲାଭାଙ୍ଗି ସୁନାରୂପା ଗହଣା ଓ ବାସନକୁସନ ଚୋରାଇନେଲେ

Oct 26, 2026 - 19:12
Serial Thefts Near Bhubaneswar ଦୁଇ ଦିନ ତଳେ ଲୁଟିଥିଲେ, ଆଜି ପୁଣି ତାଲାଭାଙ୍ଗି ସୁନାରୂପା ଗହଣା ଓ ବାସନକୁସନ ଚୋରାଇନେଲେ

ବାଲିଅନ୍ତା (ନିରଞ୍ଜନ ସେନାପତି): ବାଲିଅନ୍ତାରେ ପୁଣି ସିରିଜ୍‌ ଚୋରି ହୋଇଛି।

ଏକାଧିକ ଘରେ ଦୁର୍ବୃତ୍ତମାନେ ପଶି ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ବାସନକୁସନ ଲୁଟି ନେଇଛନ୍ତି।

Advertisment ଗତ ଦୁଇଦିନ ମଧ୍ୟରେ ୭ରୁ ଅଧିକ ସ୍ଥାନରେ ଚୋରି ଓ ଚୋରି ଉଦ୍ୟମ ହୋଇଥିବା ବେଳେ ପୁଲିସର ହାତ ଖାଲି ରହିଛି।

ଏହା ପୁଲିସ ପାଇଁ ଏକ ବଡ଼ ଚାଲେଞ୍ଜ୍‌ ସୃଷ୍ଟି କରିଛି।

Series of Thefts Near Bhubaneswar ଗୋଟିଏ ରାତିରେ ଭୁବନେଶ୍ବର ଉପକଣ୍ଠରେ ୩ ଦୋକାନରୁ ସିରିଜ୍‌ ଚୋରି ଗତକାଲି (ରବିବାର) ବିଳମ୍ବିତ ରାତିରେ ବାଳକାଟି ଫାଣ୍ଡି ଅଧୀନ ରଙ୍ଗଣିସାହିରେ ଘରଭଡ଼ା ନେଇ ରହୁଥିବା କୈଳାସ ଚନ୍ଦ୍ର ମାଣିକ ଏବଂ ସୁନିତା ସାହୁ ନାମ୍ନୀ ଜଣେ ମହିଳାଙ୍କ ଘର ତାଲାଭାଙ୍ଗି ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ସୁନା, ରୁପା ଗହଣା ସହିତ ବାସନକୁସନ ଲୁଟି ନେଇଛନ୍ତି l ଉଭୟ ଏ ସଂକ୍ରାନ୍ତରେ ବାଲିଅନ୍ତା ଥାନାରେ ଅଭିଯୋଗ କରିଛନ୍ତି l Jagatpur Series Theft Case ଜଗତପୁର ସିରିଜ୍‌ ଚୋରି ମାମଲା: କୁଖ୍ୟାତ 'ସାନ ବୁଟୁରୁ' ସମେତ ୨ ଗିରଫ ସୂଚନା ଅନୁସାରେ, କୈଳାସ ବାଳକାଟି ରଙ୍ଗଣିସାହିରେ ୭ ମାସ ହେବ ଘରଭଡ଼ା ନେଇ ରହୁଛନ୍ତି।

ଦଶହରା ପାଇଁ ସେ ଘରକୁ ଯାଇଥିଲେ l ଅନୁପସ୍ଥିତର ସୁଯୋଗ ନେଇ ଦୁର୍ବୃତ୍ତମାନେ ଘର କବାଟ ତାଲାଭାଙ୍ଗି ଭ୍ୟାନିଟି ବ୍ୟାଗ୍‌ରୁ ସୁନା ଲକେଟ୍‌, ୨ଟି ସୁନାମୁଦି, ରୂପା ପାଉଁଜି, ବ୍ରତ, ଅନ୍ୟାନ ୬୦ ଗ୍ରାମର ଭଙ୍ଗା ରୂପା ଅଳଙ୍କାର ଲୁଟି ନେଇଛନ୍ତି।

ସେହିପରି ସୁନିତା ସାହୁଙ୍କର ଟ୍ରଙ୍କ ତାଲା ଭାଙ୍ଗି ସେଥିରେ ଥିବା ପ୍ରାୟ୧୦ ହଜାର ଟଙ୍କାର ବାସନକୁସନ ଲୁଟି ନେଇଛନ୍ତି।

ଖୋର୍ଦ୍ଧାରେ ସିରିଜ୍‌ ଚୋରି, କୋର୍ଟ ପରିସରରୁ ନେଇଗଲେ ବାଇକ୍ ସୂଚନାଯୋଗ୍ୟ, ଗତ ୨ ଦିନ ତଳେ ଅନୁରୂପ ଭାବେ ଶିଶିଲୋ ଅଙ୍ଗନବାଡ଼ି କେନ୍ଦ୍ର ମହାଲସାହି ଏବଂ ପ୍ରତାପ ଶାସନ ପଞ୍ଚାୟତ ଅଞ୍ଚଳରେ ଥିବା ଗୋଟିଏ ତେଜରାତି ଦୋକାନ ଏବଂ ଅନ୍ୟ ୪ଟି ଅନ୍ୟ ଦୋକାନର ତାଲା ଭାଙ୍ଗି ଦୁର୍ବୁତ୍ତମାନେ ବିଭିନ୍ନ ସାମଗ୍ରୀ ସହ ପ୍ରାୟ ୩୦ ହଜାର ଟଙ୍କା ଲୁଟି ନେଇଥିଲେ l ବ୍ୟବସାୟୀମାନେ ଅଭିଯୋଗ କରିବାର ୨ ଦିନ ବିତିଯାଇଥିଲେ ମଧ୍ୟ ଲୁଟେରାଙ୍କୁ ଠାବ କରିବାରେ ଏଯାଏ ବାଲିଅନ୍ତା ପୁଲିସ ସଫଳ ହୋଇନି।

ନିଶା କାରବାର ଏବଂ ପୁଲିସ ପାଟ୍ରୋଲିଂ ଢିଲା ଯୋଗୁ ବାଲିଅନ୍ତା ଅଞ୍ଚଳରେ ଏଭଳି ଆପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।