Series of Thefts Near Bhubaneswar ଗୋଟିଏ ରାତିରେ ଭୁବନେଶ୍ବର ଉପକଣ୍ଠରେ ୩ ଦୋକାନରୁ ସିରିଜ୍‌ ଚୋରି

Oct 25, 2026 - 17:12
Series of Thefts  Near Bhubaneswar ଗୋଟିଏ ରାତିରେ ଭୁବନେଶ୍ବର ଉପକଣ୍ଠରେ ୩ ଦୋକାନରୁ ସିରିଜ୍‌ ଚୋରି

ବାଲିଅନ୍ତା,( ନିରଞ୍ଜନ ସେନାପତି): ବାଲିଅନ୍ତା ଥାନା ଅଧୀନ ବାଳକାଟି ଅଞ୍ଚକରୁ ଗତକାଲି (ଶନିବାର) ରାତିକ ମଧ୍ୟରେ ୩ଟି ଦୋକାନରୁ ସିରିଜ୍‌ ଚୋରି ହୋଇଛି।

ଦୁର୍ବୃତ୍ତମାନେ ଦୋକାନରେ ଥିବା ଅନେକ ମୂଲ୍ୟବାନ ସାମଗ୍ରୀ ସମେତ କ୍ୟାସ ଡ୍ର ତାଲା ଭାଙ୍ଗି ନଗଦ ପାଖାପାଖି ୩୦ହଜାର ଟଙ୍କା ଲୁଟି ନେଇଛନ୍ତି।

ଖବର ଲେଖାଯିବା ବେଳ ଯାଏଁ ଏହି ଘଟଣାରେ ପୁଲିସର ହାତ ଖାଲିଥିବା ଜଣାଯାଇଛି।

Advertisment କୋଠଘର ଓ ୪ ଦୋକାନରେ ବୁଲିଲା କଳାକନା: କନ୍ତିଆରେ ସିରିଜ୍‌ ଚୋରି ଆଜି (ରବିବାର) ପୂର୍ବାହ୍‌ଣରେ ଦୋକାନ ଖୋଲିବା ନିମନ୍ତେ ଦୋକାନମାଲିକମାନେ ଯାଇ ଲୁଟ ସମ୍ପର୍କରେ ଜାଣିଥିଲେ।

ଗେଟ ତାଲା ଭଙ୍ଗା ହୋଇଥିବା ଏବଂ ଜିନିଷପତ୍ର ଫିଙ୍ଗା ଗୋଫଡା ହୋଇଥିବା ଦେଖି ପୁଲିସକୁ ଫୋନ କରି ଜଣାଇଥିଲେ l ପରେ ଏନେଇ ସ୍ଥାନୀୟ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଳେ।

ସୂଚନା ପାଇ ପୁଲିସ ଘରଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି l ବାଦାମବାଡ଼ିରୁ ସିରିଜ୍‌ ଚୋରି; ରାତିକରେ ଲୁଟିଲେ ୫ ଲକ୍ଷର ସମ୍ପତ୍ତି ଦୋକାନୀଙ୍କ ଅଭିଯୋଗ ଅନୁସାରେ ଅଠରଘରିଆ ସାହି ଗଙ୍ଗାଧର ସାହୁଙ୍କ ଚା' ପାନ ଦୋକାନରୁ ଏକ ଗ୍ୟାସ ହାଣ୍ଡି, ୨୫ ଶହ ଟଙ୍କା, ରମେଶ ସାହୁଙ୍କ ଦୋକନରୁ ୩ ହଜାର ଟଙ୍କା ଓ ସାମଗ୍ରୀ, ପ୍ରତାପଶାସନ ବାସୁଦେବ ଦାଶଙ୍କ ତେଜରାତି ଦୋକାନ ଗେଟ ତାଲା ଏବଂ କ୍ୟାସ ଡ୍ର ତାଲା ଭାଙ୍ଗି ନଗଦ ୨୫ ହଜାର ଟଙ୍କା ଏବଂ ସାବୁନ, ତେଲ ଆଦି ବିଭିନ୍ନ ମୂଲ୍ୟବାନ ଜିନିଷପତ୍ର ଚୋରି ହୋଇଛି।

Temple theft: ହନୁମାନ ମନ୍ଦିର ଚୋରି ବିତିଲା ୩ମାସ, ପୁଲିସକୁ ମିଳୁନି ସଫଳତା ମାହାଲ ସାହିର କୃଷ୍ଣ ସାହୁ ଏବଂ ମୁରଲୀ ବେହେରାଙ୍କ ଦୋକାନ ତାଲା ଭାଙ୍ଗି ଲୁଟ ପାଇଁ ଠିକ ଉଦ୍ୟମ କରିବା ବେଳକୁ ଗାଁ ଲୋକ ପାଟି ଶୁଣି ଚିତ୍କାର କରିବାରୁ ଦୌଡ଼ି ପଳାଇଥିବା ଗାଁ ଲୋକ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।