Seva Jyoti Yatra: ଖୋରଧାରେ ସେବା ଜ୍ୟୋତି ଯାତ୍ରା: ‘ମୋଦୀ ହେଉଛନ୍ତି ଅଜାତଶତ୍ରୁ
ଖୋରଧା: ଦେଶ ସ୍ବାଧୀନ ହେବା ପରେ କିଛି କିଛି ବିକାଶ ହେଉଥିଲା, କିନ୍ତୁ ଗଲା ୧୨ବର୍ଷ ଭିତରେ ଦେଶ ବିକଶିତମୁହାଁ ହୋଇଛି। ରୂପାନ୍ତରଣ ଏବେ ଆଖିରେ ଦିଶୁଛି। ଆଜି ଖୋରଧା ହାବେଳି ପଡ଼ିଆରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା ପ୍ରକାଶ କରିଛନ୍ତି। ନିଜର ଅଭିଭାଷଣରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଜାତଶତ୍ରୁ ଭାବେ ବର୍ଣ୍ଣନା କରିଥିଲେ। କହିଥିଲେ, ତାଙ୍କର ନିଃସ୍ବାର୍ଥପର ଓ ସମର୍ପିତ ଜନସେବା ତାଙ୍କୁ ଆଜି ଦେଶର ସର୍ବାଧିକ ସମୟର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ସୁଯୋଗ ଦେଇଛି। ଗଲା ୧୨ ବର୍ଷ ହେଲା ଦେଶରେ ଚାଲିଥିବା ସୁ-ଶାସନର ପାର୍ଥକ୍ୟ ସବୁଠି ଜାଜ୍ଜଲ୍ୟମାନ ହେବାରେ ଲାଗିଛି।
Wildlife Week: ‘ବନ୍ୟଜନ୍ତୁମାନଙ୍କର ମୂଲ୍ୟ ବୁଝିବାର ଆବଶ୍ୟକତା ରହିଛି’
ଧାରା ୩୭୦ ଉଚ୍ଛେଦଠୁ ଆରମ୍ଭ କରି ଉଜ୍ଜ୍ବଳା, ଜନଧନ ଯୋଜନା ଆଦି ବିଭିନ୍ନ ଯୋଜନାର ଲମ୍ବା ତାଲିକା ଦେଇଥିଲେ। କେବଳ ଯୋଜନା କଥା ନୁହେଁ, ବରଂ ଦେଶରେ ଦୁର୍ନୀତିଶୂନ୍ୟ ଶାସନ କେମିତି ଚାଲିଛି ତାହା ବି ଅବତାରଣା କରିଥିଲେ। କହିଥିଲେ, ଏକଦା କଂଗ୍ରେସର ଜଣେ ନେତା କହିଥିଲେ, କେନ୍ଦ୍ରରୁ ଟଙ୍କାଟିଏ ମଞ୍ଜୁର ହେଲେ, ଲୋକଙ୍କ ପାଖେ ମାତ୍ର ୧୫ପଇସା ପହଞ୍ଚୁଛି। ଆଉ ୮୫ପଇସା କୁଆଡ଼େ ଯାଉଥିଲା? କୁଜି ନେତା ଓ ନେତୃବର୍ଗଠାରେ ବାଟମାରଣା ହେଉଥିଲା। ଆଜି କିନ୍ତୁ ମୋଦୀଙ୍କ ସମୟରେ ସ୍ଥିତି ବଦଳିଛି। ଟଙ୍କାଟିଏ କେନ୍ଦ୍ରରୁ ଆସିଲେ, ଲୋକେ ଟଙ୍କାଟିଏ ପାଉଛନ୍ତି, ଏଥିରେ ବାଟମାରଣା ହେବାର ସବୁ ବାଟକୁ ବନ୍ଦ କରାଯାଇଛି ବୋଲି କହି ମୁଖ୍ୟମନ୍ତ୍ରୀ କଂଗ୍ରେସକୁ ଟାର୍ଗେଟ୍ କରିଥିଲେ। କେନ୍ଦ୍ର ସରକାରଙ୍କର ଅନେକ ସଫଳତାର ଗାଥା ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିବା ସହିତ ବିଶ୍ବ ଦରବାରରେ ଆଜି ଭାରତ ପ୍ରତିଷ୍ଠିତ ହୋଇ ପାରିଛି ବୋଲି କହିଥିଲେ।
Drinking water: ପାନୀୟ ଜଳ ପାଇଁ ୮ ପଞ୍ଚାୟତର ଲୋକେ ହନ୍ତସନ୍ତ
ବୈଠକରେ ଖୋରଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଜିଲ୍ଲା ବିଜେପି ପ୍ରଭାରୀ ପବିତ୍ର ମୋହନ ଦାସ, ଜିଲ୍ଲା ସଭାପତି ବିଶ୍ବରଞ୍ଜନ ବଡ଼ଜେନା, ବେଗୁନିଆର ବରିଷ୍ଠ ବିଜେପି ନେତା ପ୍ରକାଶ ରଣବିଜୁଳି, ରଶ୍ମିମୟୀ ପଟ୍ଟନାୟକ ଉପସ୍ଥିତ ଥିଲେ। ଏହି ଅବସରରେ ଜାତୀୟସ୍ତରୀୟ କାର୍ଯ୍ୟକ୍ରମର ସିଧାପ୍ରସାରଣ କରାଯାଇଥିଲା। ବରିଷ୍ଠ ବିଜେପି ନେତା ନିକୁଞ୍ଜ କିଶୋର ପଟ୍ଟନାୟକ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ସଭା ପରେ ସେବା ଜ୍ୟୋତି ଯାତ୍ରା ଆରମ୍ଭ ହୋଇଥିଲା। ହାବେଳି ପଡ଼ିଆଠାରୁ ନୂଆ ବସଷ୍ଟାଣ୍ଡ୍ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।