Woman Accused of Abusing Mother Over Property Dispute: ମା’ଙ୍କ ମୃତ୍ୟୁ ମାମଲାରେ ଝିଅ ଗିରଫ, ଜବତ ହେଲା ଦୁଇଟି ଛୁରୀ ଓ ଗହଣା

Oct 25, 2026 - 12:02
Woman Accused of Abusing Mother Over Property Dispute: ମା’ଙ୍କ ମୃତ୍ୟୁ ମାମଲାରେ ଝିଅ ଗିରଫ, ଜବତ ହେଲା ଦୁଇଟି ଛୁରୀ ଓ ଗହଣା

ସମ୍ପତ୍ତି ଲୋଭରେ ମା'କୁ ନିର୍ଯାତନା, ଶେଷରେ ମୃତ୍ୟୁ।

ମା'ଙ୍କ ମୃତ୍ୟୁ ଘଟଣାରେ ଗିରଫ ହେଲା ଝିଅ।

କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ୍ ଥାନା ଅଞ୍ଚଳରୁ ଆସିଛି ଏଭଳି ସଙ୍ଗିନ ଅଭିଯୋଗ।

ଅଭିଯୁକ୍ତ ଝିଅ ସ୍ମିତାରାଣୀ କହଁରଙ୍କୁ ଗିରଫ କରିଛି ପୋଲିସ।

ତାଙ୍କ ନିକଟରୁ ଦୁଇଟି ଛୁରୀ ଓ ମୃତ ମା'ଙ୍କ ଗହଣା ଜବତ ହୋଇଛି।

ପୋଲିସର ସୂଚନା ଅନୁସାରେ, ବୁଢ଼ାଦାନୀ ଗାଁର ସେବତୀ କହଁରଙ୍କ ଝିଅ ସ୍ମିତାରାଣୀ ପ୍ରାୟ ଦେଢ଼ ବର୍ଷ ତଳେ ପ୍ରେମ ବିବାହ କରିଥିଲେ।

Advertisment ଏହାପରେ ପରିବାର ସହ ତାଙ୍କ ସମ୍ପର୍କ ତିକ୍ତ ହୋଇଥିଲା।

ଏହାପରେ ବାପ ଘରକୁ ଆସି ସମ୍ପତ୍ତିକୁ ନେଇ ମାଆଙ୍କୁ ନିର୍ଯାତନା ଦେଉଥିଲେ।

ମାଡ଼ ମାରିବା ସହ ଛୁରୀରେ ଚେଙ୍କ ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି।

ଚିକିତ୍ସାଧୀନ ଅବସ୍ଥାରେ ସେବତୀ କହଁରଙ୍କ ମୃତ୍ୟୁ ହୋଇଥିଲା।

ବୋହୂଙ୍କ ଏତଲା ପରେ ପୋଲିସ ଅଭିଯୁକ୍ତ ଝିଅ ସ୍ମିତାରାଣୀ କହଁରଙ୍କୁ ଗିରଫ କରିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।