Severe Cyclone Murasu Approaches Andhra Coast: ଆନ୍ଧ୍ର ଉପକୂଳ ମୁହାଁ ଭୀଷଣ ବାତ୍ୟା ମୁରାସୁ, ଆଜି ମଧ୍ୟରାତ୍ରିରେ ଲ୍ୟାଣ୍ଡଫଲ୍
ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ଉପକୂଳ ମୁହାଁ ଭୀଷଣ ବାତ୍ୟା ମୁରାସୁ।
ଆଜି ମଧ୍ୟରାତ୍ରିରୁ ଆସନ୍ତାକାଲି ଭୋର୍ ୪ଟା ମଧ୍ୟରେ ଏହା ନେଲୋର୍ ଓ ନର୍ସାପୁର ମଧ୍ୟରେ ସ୍ଥଳଭାଗକୁ ଅତିକ୍ରମ କରିବାର ସମ୍ଭାବନା ରହିଛି।
ସେତେବେଳକୁ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ଏବଂ ଝଟକା ପବନ ୧୨୦ କିଲୋମିଟର ଛୁଇଁପାରେ।
Advertisment ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ମଧ୍ୟ ପବନର ବେଗ ବଢ଼ି ଝଟକା ପବନ ୭୦ କିଲୋମିଟର ପର୍ଯ୍ୟନ୍ତ ଛୁଇଁପାରେ।
ଅନ୍ୟପକ୍ଷରେ ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆରମ୍ଭ ହୋଇଯାଇଛି ବର୍ଷା।
ଆସନ୍ତାକାଲି ଏହି ପରିମାଣ ଆହୁରି ବଢ଼ିବ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭଗ।
ତେବେ ନିକଟରେ ଯାଇଥିବା ଅତି ଭୀଷଣ ବାତ୍ୟା ଅର୍ଣ୍ଣବ ତୁଳନାରେ ଏହାର ପ୍ରଭାବ କମ୍ ରହିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।