Shah Rukh Khan King movie: ‘ପିକ୍ଚର ଅଭି ବାକି ହେ!’ ଶାହରୁଖଙ୍କ ଦମ୍‌ଦାର ଲୁକ୍‌ରେ ଆସିଲା ‘କିଙ୍ଗ୍‌’ର ନୂଆ ଭିଡିଓ

Oct 25, 2026 - 12:02
Shah Rukh Khan King movie: ‘ପିକ୍ଚର ଅଭି ବାକି ହେ!’ ଶାହରୁଖଙ୍କ ଦମ୍‌ଦାର ଲୁକ୍‌ରେ ଆସିଲା ‘କିଙ୍ଗ୍‌’ର ନୂଆ ଭିଡିଓ

ବଲିଉଡ୍‌ର ବାଦଶାହ ଶାହରୁଖ ଖାନଙ୍କ ଆଗାମୀ ଆକ୍ସନ୍‌ ଫିଲ୍ମ 'କିଙ୍ଗ୍‌'କୁ ନେଇ ଫ୍ୟାନ୍‌ମାନଙ୍କ ଉତ୍ସାହ ଏବେ ଶୀର୍ଷରେ।

ଫିଲ୍ମର ନୂଆ କାଉଣ୍ଟଡାଉନ୍‌ ଭିଡିଓ ରିଲିଜ୍‌ ହେବା ପରେ ଶାହରୁଖଙ୍କ ଭିନ୍ନ ଅବତାରକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି।

ଧଳା-କଳା କେଶ, ଓଠରେ ରକ୍ତର ଦାଗ ଏବଂ ଦାନ୍ତ ମଝିରେ ହୁକୁମ୍‌ର ଏକ୍କା ତାସ୍‌ କାର୍ଡ।

ଏହି ଲୁକ୍‌ରେ ଶାହରୁଖଙ୍କୁ ଦେଖି ଫ୍ୟାନ୍‌ଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି।

ଫିଲ୍ମଟି ୨୦୨୬ ଡିସେମ୍ବର ୨୪ରେ ପରଦାକୁ ଆସିବାକୁ ଯାଉଛି।

Advertisment ୧୭ ସେକେଣ୍ଡର ଭିଡିଓରେ ଶାହରୁଖଙ୍କ ଦମ୍‌ଦାର ଅବତାର ମାତ୍ର ୧୭ ସେକେଣ୍ଡର ଏହି ଭିଡିଓରେ ଶାହରୁଖଙ୍କୁ ରହସ୍ୟମୟ ଚରିତ୍ରରେ ଦେଖିବାକୁ ମିଳୁଛି।

ଭିଡିଓରେ ଆକ୍ସନ୍‌ର ଝଲକ ସହ ଅନେକ ଷ୍ଟାଇଲିସ୍‌ ଦୃଶ୍ୟ ରହିଛି।

ଗୋଟିଏ ଦୃଶ୍ୟରେ ବରଫରେ ଢାଙ୍କି ହୋଇଥିବା ପାହାଡ଼ ଶିଖର ନିକଟରେ ଶାହରୁଖ ଠିଆ ହୋଇଥିବା ଦେଖାଯାଉଛି।

ଆଉ ଏକ ଦୃଶ୍ୟରେ ହଳଦିଆ ଜ୍ୟାକେଟ୍‌ ଓ ଚଷମା ପିନ୍ଧି ତାଙ୍କର ଷ୍ଟାଇଲିସ୍‌ ଅନ୍ଦାଜ ନଜରକୁ ଆସୁଛି।

ଭିଡିଓର ଶେଷ ଭାଗରେ ଫିଲ୍ମର ଟାଇଟଲ୍‌ 'କିଙ୍ଗ୍‌'କୁ ଦମ୍‌ଦାର ଢଙ୍ଗରେ ପ୍ରଦର୍ଶିତ କରାଯାଇଛି।

ଏହା ସହ ରହିଛି 'କିଙ୍ଗ୍‌ ଏକା ହିଁ ଯଥେଷ୍ଟ!' ବାର୍ତ୍ତା।

ଶାହରୁଖଙ୍କ ଏହି ନୂଆ ଅବତାର ଫିଲ୍ମକୁ ନେଇ ଦର୍ଶକଙ୍କ ଆଗ୍ରହକୁ ଆହୁରି ବଢ଼ାଇ ଦେଇଛି।

Advertisment 'ପିକ୍ଚର ଅଭି ବାକି ହେ!' ଡାଏଲଗ୍‌କୁ ନେଇ ଚର୍ଚ୍ଚା ଭିଡିଓର ଶେଷରେ ଦେଖିବାକୁ ମିଳୁଥିବା 'ପିକ୍ଚର ଅଭି ବାକି ହେ!' ସଂଳାପଟି ଶାହରୁଖଙ୍କ ଲୋକପ୍ରିୟ ଫିଲ୍ମ 'ଓମ୍‌ ଶାନ୍ତି ଓମ୍‌'ର ସ୍ମୃତିକୁ ତାଜା କରିଛି।

ଏହି ଲାଇନ୍‌ ତାଙ୍କ ଫ୍ୟାନ୍‌ମାନଙ୍କ ପାଇଁ ବିଶେଷ ଆକର୍ଷଣ ପାଲଟିଛି।

ଭିଡିଓ ସେୟାର କରି ଶାହରୁଖ ଲେଖିଛନ୍ତି, “ଅପେକ୍ଷାର ସମୟ କମିବାରେ ଲାଗିଛି।

ଗର୍ଜନ ଆହୁରି ତୀବ୍ର ହେଉଛି।” ଏହା ସହ ଫିଲ୍ମର ରିଲିଜ୍‌ ତାରିଖ ଡିସେମ୍ବର ୨୪, ୨୦୨୬ ଘୋଷଣା କରାଯାଇଛି।

ବଡ଼ ଷ୍ଟାର୍‌କାଷ୍ଟ, ନିର୍ଦ୍ଦେଶନାରେ ସିଦ୍ଧାର୍ଥ ଆନନ୍ଦ 'କିଙ୍ଗ୍‌'ର ନିର୍ଦ୍ଦେଶନା ଓ ସହ-ଲେଖନ ଦାୟିତ୍ୱରେ ଅଛନ୍ତି ସିଦ୍ଧାର୍ଥ ଆନନ୍ଦ।

ଫିଲ୍ମରେ ଶାହରୁଖ ଖାନଙ୍କ ସହ ସୁହାନା ଖାନ, ଅଭିଷେକ ବଚ୍ଚନ, ଦୀପିକା ପାଦୁକୋନ, ଅନିଲ କପୁର, ଜ୍ୟାକି ଶ୍ରଫ୍‌, ରାଣୀ ମୁଖାର୍ଜୀ, ଜୟଦୀପ ଅହଲାୱତ, ଅର୍ଶଦ ୱାର୍ସି ଓ ରାଘବ ଜୁୟାଲଙ୍କ ଭଳି ନାମୀ କଳାକାର ଅଭିନୟ କରୁଛନ୍ତି।

ଗୌରୀ ଖାନ, ସିଦ୍ଧାର୍ଥ ଆନନ୍ଦ ଓ ମମତା ଆନନ୍ଦ ଏହି ଫିଲ୍ମର ପ୍ରଯୋଜନା କରୁଛନ୍ତି।

'ରେଡ୍‌ ଚିଲିଜ୍‌ ଏଣ୍ଟରଟେନ୍‌ମେଣ୍ଟ' ଓ 'ମାର୍ଫ୍ଲିକ୍ସ ପିକ୍ଚର୍ସ' ବ୍ୟାନର୍‌ରେ ନିର୍ମିତ ଏହି ଫିଲ୍ମରେ ଆକ୍ସନ୍‌, ରୋମାଞ୍ଚ ଓ ଷ୍ଟାର୍‌ ପାୱାରର ମିଶ୍ରଣ ଦେଖିବାକୁ ମିଳିବ ବୋଲି ଦର୍ଶକ ଆଶା ରଖିଛନ୍ତି।

ଏବେ ଫ୍ୟାନ୍‌ମାନଙ୍କ ଅପେକ୍ଷା ପୂର୍ଣ୍ଣାଙ୍ଗ ଟ୍ରେଲର୍‌ ଓ ଫିଲ୍ମର ପରବର୍ତ୍ତୀ ଅପଡେଟ୍‌କୁ।

ଶାହରୁଖଙ୍କ ଏହି ନୂଆ ଅବତାର ବଡ଼ ପରଦାରେ କେତେ ଧମାକା କରୁଛି, ତାହା ଜାଣିବାକୁ ଡିସେମ୍ବର ୨୪ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।