Shahid Kareena Hug: ବହୁ ବର୍ଷ ପରେ ଏକାଠି ହେଲେ ଶାହିଦ୍-କରୀନା, ଭାଇରାଲ୍ ହେଲା ମୁହୂର୍ତ୍ତ
ବଲିଉଡ୍ର ଚର୍ଚ୍ଚିତ ଯୋଡ଼ି ଶାହିଦ୍ କପୁର ଓ କରୀନା କପୁର ଖାନ୍ଙ୍କୁ ଏକାଠି ଦେଖି ଖୁସି ହୋଇଯାଇଛନ୍ତି ଫ୍ୟାନ୍ସ।
IIFA 2027ର ପ୍ରେସ୍ କନ୍ଫରେନ୍ସରେ ଉଭୟଙ୍କ ଭେଟଘାଟ୍ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
କରୀନାଙ୍କୁ ଦେଖି ଶାହିଦ୍ ତାଙ୍କ ପାଖକୁ ଯାଇଥିଲେ ଏବଂ ଉଭୟ ପରସ୍ପରକୁ ଆଲିଙ୍ଗନ କରି ଅଭିବାଦନ ଜଣାଇଥିଲେ।
ଏହି ମୁହୂର୍ତ୍ତର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ପୁଣି ଥରେ ଫ୍ୟାନ୍ସଙ୍କ ମନେ ପଡ଼ିଯାଇଛି ସୁପରହିଟ୍ ଫିଲ୍ମ 'ଜବ୍ ଭି ମେଟ୍'ର ଗୀତ୍ ଓ ଆଦିତ୍ୟଙ୍କ କାହାଣୀ।
Advertisment ଶାହିଦ୍-କରୀନାଙ୍କ ଭେଟଘାଟ୍, ଚର୍ଚ୍ଚାରେ ଭିଡିଓ ଅକ୍ଟୋବର ୨୨ ତାରିଖରେ ମୁମ୍ବାଇରେ IIFA 2027ର ପ୍ରେସ୍ କନ୍ଫରେନ୍ସ ଆୟୋଜିତ ହୋଇଥିଲା।
ଏଥିରେ ସଲମାନ ଖାନ୍, ରଶ୍ମିକା ମନ୍ଦାନା, ଶାହିଦ୍ କପୁର ଓ କରୀନା କପୁର ଖାନ୍ଙ୍କ ସମେତ ବହୁ ନାମୀଦାମୀ କଳାକାର ଯୋଗ ଦେଇଥିଲେ।
ତେବେ ଏହି ଇଭେଣ୍ଟର ଏକ ଖାସ୍ ମୁହୂର୍ତ୍ତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।
କରୀନା କଳା ରଙ୍ଗର ଆଉଟ୍ଫିଟ୍ରେ ବେଶ୍ ଆକର୍ଷଣୀୟ ଦେଖାଯାଉଥିବା ବେଳେ ଶାହିଦ୍ ଧଳା ରଙ୍ଗର ସୁଟ୍ ପିନ୍ଧି ଇଭେଣ୍ଟରେ ପହଞ୍ଚିଥିଲେ।
କରୀନାଙ୍କୁ ଦେଖି ଶାହିଦ୍ ତାଙ୍କ ପାଖକୁ ଯାଇଥିଲେ।
ଉଭୟ ହସି ହସି ପରସ୍ପରକୁ ଆଲିଙ୍ଗନ କରିଥିଲେ।
ଦୁହିଁଙ୍କ ମଧ୍ୟରେ ଏହି ସୌହାର୍ଦ୍ଦ୍ୟପୂର୍ଣ୍ଣ ଭେଟଘାଟ୍ ଦେଖି ଫ୍ୟାନ୍ସ ବେଶ୍ ଖୁସି ହୋଇଛନ୍ତି।
Advertisment ମନେ ପଡ଼ିଲା 'ଜବ୍ ଭି ମେଟ୍'ର ଗୀତ୍-ଆଦିତ୍ୟ ଶାହିଦ୍ ଓ କରୀନାଙ୍କ ଏହି ଭେଟଘାଟ୍କୁ ଦେଖି ଫ୍ୟାନ୍ସଙ୍କ ମନେ ପଡ଼ିଯାଇଛି ୨୦୦୭ର ସୁପରହିଟ୍ ଫିଲ୍ମ 'ଜବ୍ ଭି ମେଟ୍'।
ଏହି ଫିଲ୍ମରେ କରୀନାଙ୍କ ଗୀତ୍ ଚରିତ୍ର ଓ ଶାହିଦ୍ଙ୍କ ଆଦିତ୍ୟ ଚରିତ୍ର ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା।
ଆଜି ମଧ୍ୟ ଏହି ଫିଲ୍ମର ସଂଳାପ, ଗୀତ ଓ ଉଭୟଙ୍କ ଯୋଡ଼ିକୁ ଦର୍ଶକ ମନେ ରଖିଛନ୍ତି।
ସୋସିଆଲ୍ ମିଡିଆରେ ଭିଡିଓ ତଳେ ଫ୍ୟାନ୍ସଙ୍କ ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳୁଛି।
କେହି ଏହି ଯୋଡ଼ିକୁ ପୁଣି ଥରେ ପରଦାରେ ଦେଖିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ତ ଆଉ କେହି ଉଭୟଙ୍କୁ ନିଜର ପ୍ରିୟ ଯୋଡ଼ି ବୋଲି କହିଛନ୍ତି।
ସଲମାନଙ୍କୁ ଭେଟି ଖୁସିରେ ଝୁମିଲେ କୁନି ଫ୍ୟାନ୍ IIFA ପ୍ରେସ୍ କନ୍ଫରେନ୍ସରେ ସଲମାନ ଖାନ୍ ମଧ୍ୟ ନିଜ ଅନ୍ଦାଜ୍ରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ।
ତେବେ ତାଙ୍କ ସହ ଜଡ଼ିତ ଆଉ ଏକ ମନଛୁଆଁ ମୁହୂର୍ତ୍ତ ସାମ୍ନାକୁ ଆସିଛି।
ଜଣେ କୁନି ଝିଅ ସଲମାନଙ୍କ ପୋଷ୍ଟର ଧରି ତାଙ୍କୁ ଭେଟିବାକୁ ପହଞ୍ଚିଥିଲେ।
ସଲମାନ ମଧ୍ୟ ତାଙ୍କୁ ସ୍ନେହର ସହ ଭେଟିବା ସହ ଆଲିଙ୍ଗନ କରିଥିଲେ।
ଏହି ମୁହୂର୍ତ୍ତର ଭିଡିଓ ମଧ୍ୟ ଇଣ୍ଟରନେଟ୍ରେ ଘୂରି ବୁଲୁଛି।
ଗୋଟିଏ ପଟେ ଶାହିଦ୍-କରୀନାଙ୍କ ଭେଟଘାଟ୍ ପୁରୁଣା ସ୍ମୃତିକୁ ତାଜା କରିଥିବା ବେଳେ ଅନ୍ୟପଟେ ସଲମାନଙ୍କ ସହ କୁନି ଫ୍ୟାନ୍ଙ୍କ ଏହି ମିଠା ମୁହୂର୍ତ୍ତ ଲୋକଙ୍କ ମନ ଜିଣିଛି।
ଏହି ଦୁଇଟି ଘଟଣା ଏବେ IIFA ପ୍ରେସ୍ କନ୍ଫରେନ୍ସକୁ ନେଇ ଚର୍ଚ୍ଚାକୁ ଆହୁରି ବଢ଼ାଇଦେଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।