Shankar Singh Vaghela: କଂଗ୍ରେସକୁ ଫେରିବେ ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ବାଘେଲା
"ଗାନ୍ଧୀନଗର: କଂଗ୍ରେସକୁ ଫେରିପାରନ୍ତି ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ଶଙ୍କର ସିଂହ ବାଘେଲା।
ଦଳୀୟ ସୂତ୍ର ଅନୁଯାୟୀ, ୮୬ ବର୍ଷୀୟ ବାଘେଲା କଂଗ୍ରେସକୁ ଫେରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।
ଗୁଜରାଟ କଂଗ୍ରେସର ରାଜ୍ୟ ଶାଖା ଏଥିପାଇଁ ସବୁଜ ସଙ୍କେତ ଦେଇସାରିଛି।
ତେବେ ଦଳର କେନ୍ଦ୍ରୀୟ କମାଣ୍ଡଙ୍କ ସ୍ବୀକୃତିକୁ ଅପେକ୍ଷା କରାଯାଇଛି।Advertisment ଷ୍ଟାର ପ୍ରଚାରକ ଭାବରେ ନିୟୋଜିତ କରିବାକୁ ଯୋଜନା ଗୁଜରାଟ କଂଗ୍ରେସ ୟୁନିଟ୍ ଚାହୁଁଛି ଯେ, ବାଘେଲା ଦଳରେ ଯଥାଶୀଘ୍ର ଯୋଗ ଦିଅନ୍ତୁ, ସ୍ଥାନୀୟ ନେତାମାନେ ତାଙ୍କୁ ଆଗାମୀ ଗାନ୍ଧୀନଗର ନଗର ନିଗମ ନିର୍ବାଚନ ପାଇଁ ଜଣେ ଷ୍ଟାର ପ୍ରଚାରକ ଭାବରେ ନିୟୋଜିତ କରିବାକୁ ଯୋଜନା କରୁଛନ୍ତି।
ତେବେ ବରିଷ୍ଠ କଂଗ୍ରେସ ନେତା ଶକ୍ତିସିଂହ ଗୋହିଲ କହିଛନ୍ତି, ଏ ସମ୍ପର୍କରେ ସମସ୍ତଙ୍କୁ ଉପଯୁକ୍ତ ସମୟରେ ଉତ୍ତର ମିଳିବ।
ବାଘେଲାଙ୍କର ଗୁଜରାଟ ରାଜନୀତିରେ ଲମ୍ବା ଇତିହାସ ରହିଛି।
ସେ ଜନସଂଘ ନେତା ଭାବେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ।
ପରେ କେଶୁଭାଇ ପଟେଲ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ମିଶି ରାଜ୍ୟରେ ଭାରତୀୟ ଜନତା ପାର୍ଟିର ସ୍ଥିତି ମଜଭୁତ କରିଥିଲେ।
ଆଭ୍ୟନ୍ତରୀଣ ମତଭେଦ ପରେ ବାଘେଲା ୧୯୯୬ ମସିହାରେ ବିଜେପିରୁ ଅଲଗା ହୋଇ ନିଜର ଦଳ ରାଷ୍ଟ୍ରୀୟ ଜନତା ପାର୍ଟି ଗଠନ କରିଥିଲେ।
କଂଗ୍ରେସ ସମର୍ଥନରେ ୧୯୯୬ରୁ ୧୯୯୭ ମସିହା ପର୍ଯ୍ୟନ୍ତ ସେ ଗୁଜରାଟ ମୁଖ୍ୟମନ୍ତ୍ରୀ ଥିଲେ।
H-1B Visa Fee: ଟ୍ରମ୍ପଙ୍କ ଏଚ୍-୧ବି ଭିସା ଫି" ବୃଦ୍ଧି ଯୋଜନାକୁ ବଡ଼ ଝଟକା: ଦ୍ୱିତୀୟ ଆମେରିକୀୟ ବିଚାରପତି କଲେ ଅବରୋଧ ୧୯୯୮ରେ ସେ କଂଗ୍ରେସରେ ତାଙ୍କ ଦଳର ମିଶ୍ରଣ କରିଥିଲେ।
କଂଗ୍ରେସ ସହିତ ପରବର୍ତ୍ତୀ ଦୁଇ ଦଶନ୍ଧି ଧରି, ସେ ୟୁପିଏ ସରକାରରେ କେନ୍ଦ୍ର କ୍ୟାବିନେଟ୍ ବୟନଶିଳ୍ପ ମନ୍ତ୍ରୀ ଓ ଗୁଜରାଟ ବିଧାନସଭାରେ ବିରୋଧୀ ଦଳ ନେତା ଭାବରେ କାର୍ଯ୍ୟ କରିଥିଲେ।
ସେ ୨୦୧୭ ମସିହାରେ କଂଗ୍ରେସ ସହିତ ତାଙ୍କର ସମ୍ପର୍କ ସମାପ୍ତ କରିଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।