Accident: ଘାଟିରୁ ତଳକୁ ଖସିଲା ବୋଲେରୋ: ଜଣେ ମୃତ, ୫ ଆହତ

Oct 01, 2026 - 11:16
Accident: ଘାଟିରୁ ତଳକୁ ଖସିଲା ବୋଲେରୋ: ଜଣେ ମୃତ, ୫ ଆହତ

"ସୁନ୍ଦରଗଡ଼: ଆଜି ସକାଳୁ ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ସନ୍ଧାପାନି ଘାଟିରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା।

ଘାଟିରୁ ତଳକୁ ଖସି ପଡ଼ିଛି ଏକ ବୋଲେରୋ।

ଏଥିରେ ଜଣକର ମୃତ୍ଯୁ ହୋଇଥିବାବେଳେ ୫ ଆହତ ହୋଇଛନ୍ତି।

ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନା ପଠାଇଛନ୍ତି।

ବୋଲେରୋଟି ଦ୍ରୁତଗତିରେ ଯାଉଥିବାବେଳେ ଭାରସାମ୍ଯ ହରାଇ ଘାଟିରୁ ତଳକୁ ଖସି ପଡ଼ିଥିଲା।

ଦୁର୍ଘଟଣାରେ ଗାଡ଼ିଟି ଚୂରମାର ହୋଇଯାଇଛି।

ହେଲେ ଗାଡ଼ିଟି କେଉଁଠୁ କୁଆଡ଼େ ଯାଉଥିଲା ଓ ମୃତାହତ ଲୋକେ କିଏ, ତାହା ଜଣାପଡ଼ିନାହିଁ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।