Shikhar Dhawan Angry: ପାକିସ୍ତାନ ଖେଳାଳି ଥିବା ଦଳରେ ନାଁ ଥିବାରୁ ଧାୱନ କ୍ରୋଧିତ: ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଧମକ

Oct 14, 2026 - 17:01
Shikhar Dhawan Angry: ପାକିସ୍ତାନ ଖେଳାଳି ଥିବା ଦଳରେ ନାଁ ଥିବାରୁ ଧାୱନ କ୍ରୋଧିତ: ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଧମକ

"ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଓପନର୍‌ ଶିଖର ଧାୱନଙ୍କ ନାଁ ବିଶ୍ବ ଟ୍ବେଣ୍ଟି-୨୦ କଣ୍ଟିନେଣ୍ଟ କପ୍‌ରେ ପାକିସ୍ତାନ ଖେଳାଳିଙ୍କ ଥିବା ଦଳରେ ରହିଛି।

ଏହାକୁ ନେଇ ଧାୱାନ କ୍ରୋଧିତ ହେବା ସହ ଆୟୋଜକଙ୍କ ନାଁରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଧମକ ଦେଇଛନ୍ତି।

ସାମାଜିକ ଗଣମାଧ୍ୟମରେ ଧାୱନ ଏହି ଘଟଣାକୁ ନେଇ ଆୟୋଜକଙ୍କୁ ସମାଲୋଚନା କରିବା ସହ ତାଙ୍କ ଅଂଶଗ୍ରହଣ ସମ୍ପର୍କରେ କୌଣସି ମିଥ୍ୟା ଖବର ପ୍ରଚାର ନ କରିବାକୁ ଗଣମାଧ୍ୟମ ଓ ପ୍ରଶଂସକଙ୍କୁ ଅନୁରୋଧ କରିଛନ୍ତି।

ଏକାଧିକ ପାକିସ୍ତାନୀ ଖେଳାଳିଙ୍କୁ ନେଇ ଗଠିତ ଏସିଆ ୱାରିୟର୍ସ ଦଳରୁ ଧାୱନ ଖେଳିବେ ବୋଲି ଆ‌ୟୋଜକ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲା।Advertisment ବିନା ଅନୁମତିରେ ଆୟୋଜକମାନେ  ନାଁ ବ୍ୟବହାର କରିଛନ୍ତି ଏହାକୁ ନେଇ "ଏକ୍ସ"ରେ ଧାୱନ ଲେଖିଛନ୍ତି, “ବିଶ୍ବ ଟ୍ବେଣ୍ଟି-୨୦ କଣ୍ଟିନେଣ୍ଟ କପ୍‌ର ଅଂଶଗ୍ରହଣକାରୀ ତାଲିକାରେ ମୋ ନାଁ ଥିବା ଦେଖିବାକୁ ପାଇଛି।

ବିନା ଅନୁମତିରେ ଆୟୋଜକମାନେ ମୋ ନାଁ ବ୍ୟବହାର କରିଛନ୍ତି।

ଏହା ଉପ‌ରେ ମୁଁ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବି।

ଗଣମାଧ୍ୟମକୁ ଅନୁରୋଧ ଏହି ଖବର ପ୍ରସାରଣ କରନ୍ତୁନି।"" ଏସିଆ ୱାରିୟର୍ସ ଦଳରେ ଧାୱାନଙ୍କ ବାଦ୍‌ ପୂର୍ବତନ ଭାରତୀୟ ଖେଳାଳି ରାହୁଲ ଶର୍ମା, ଗୁରକିରଟ ସିଂହ ମାନ୍‌ ଓ ଅଭିମନ୍ୟୁ ମିଥୁନଙ୍କ ମଧ୍ୟ ରହିଛନ୍ତି।

ଧାୱନଙ୍କ ନେତୃତ୍ବରେ ଗଠିତ ଏହି ୨୪ ଜଣିଆ ଦଳରେ ସୋହେଲ ତନବୀର, ଇଫ୍‌ତିଖାର ଅହମ୍ମଦ ଓ ମହମ୍ମଦ ଇମ୍ରାନ ଖାନ୍‌ଙ୍କ ସମେତ ଅନେକ ପାକିସ୍ତାନୀ ଖେଳାଳି ରହିଛନ୍ତି।

ସୂଚନାଯୋଗ୍ୟ ଯେ ୨୦୨୫ରେ "ଅପରେସନ୍‌ ସିନ୍ଦୁର" ସମୟରେ ପାକିସ୍ତାନକୁ ଧାୱନ ସମାଲୋଚନା କରିଥିଲେ।

ମେରଠ ନୀଳ ଡ୍ରମ୍ ହତ୍ୟାକାଣ୍ଡ: ହତ୍ୟାକାରୀ ମୁସ୍କାନ ଓ ସାହିଲଙ୍କୁ ଫାଶୀ ଦଣ୍ଡ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।