'Shiksha sambad': ଆସନ୍ତାକାଲିଠାରୁ ସପ୍ତାହରେ ୪ ଦିନ ‘ଶିକ୍ଷା ସମ୍ବାଦ’; ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ
"ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଅଧୀନରେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ପଢୁଥିବା ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ "ସମ୍ବାଦ"ରେ ସପ୍ତାହକୁ ଚାରି ଦିନ ପ୍ରକାଶ ପାଇବାକୁ ଯାଉଛି "ଶିକ୍ଷା ସମ୍ବାଦ"।
ଛାତ୍ରଛାତ୍ରୀଙ୍କ ଦୈନନ୍ଦିନ ପାଠପଢ଼ା ଓ ଆଗାମୀ ପରୀକ୍ଷା ପାଇଁ ପ୍ରସ୍ତୁତିରେ ଉପଯୋଗୀ ହେଲା ଭଳି ବିଭିନ୍ନ ବିଷୟର ବିଶିଷ୍ଟ ଶିକ୍ଷକମାନଙ୍କ ଦ୍ବାରା ପ୍ରସ୍ତୁତ "ଶିକ୍ଷା ସମ୍ବାଦ" ସେପ୍ଟେମ୍ବର ୯ ତାରିଖ, ବୁଧବାରଠାରୁ ପ୍ରକାଶ ପାଇବ।Advertisment Health: ଉପଖଣ୍ଡ ଚିକିତ୍ସାଳୟରେ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ଗୁରୁତର ଶିଶୁ ସପ୍ତାହର ବୁଧବାର, ଶୁକ୍ରବାର, ରବିବାର ଓ ସୋମବାର ଦିନ "ଶିକ୍ଷା ସମ୍ବାଦ"ର ଗୋଟିଏ ପୃଷ୍ଠା "ସମ୍ବାଦ"ରେ ପ୍ରକାଶ ପାଇବାକୁ ଥିବାରୁ ଏହାକୁ ପାଇବା ପାଇଁ ସ୍ଥାନୀୟ "ସମ୍ବାଦ" ଏଜେଣ୍ଟମାନଙ୍କୁ ଆଗୁଆ କହି ରଖିବାକୁ ଅଭିଭାବକ ତଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅନୁରୋଧ।
Traffic: ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ବିଯୁକ୍ତ ପଏଣ୍ଟ ମିଳିବ, ଭଲ ଆଚରଣ ପାଇଁ ରିୱାର୍ଡ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।