Shilpa Shetty Ganesh Visarjan: ଧୁମଧାମରେ ବପ୍ପାଙ୍କୁ ବିସର୍ଜନ କଲେ ଶିଳ୍ପା, ଢୋଲ ବଜାଇ ଝୁମିଲେ ପୂରା ପରିବାର

Sep 16, 2026 - 10:29
Shilpa Shetty Ganesh Visarjan: ଧୁମଧାମରେ ବପ୍ପାଙ୍କୁ ବିସର୍ଜନ କଲେ ଶିଳ୍ପା, ଢୋଲ ବଜାଇ ଝୁମିଲେ ପୂରା ପରିବାର

ଗଣେଶ ଚତୁର୍ଥୀକୁ ନେଇ ସାରା ଦେଶରେ ଉତ୍ସବର ମାହୋଲ। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ୍‌ ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ସମସ୍ତେ ବିଘ୍ନବିନାଶକଙ୍କ ଆରାଧନାରେ ମସଗୁଲ୍‌। ଏହି କ୍ରମରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ମଧ୍ୟ ନିଜ ଘରେ ଧୁମଧାମରେ ଗଣପତି ବାବାଙ୍କୁ ସ୍ୱାଗତ କରିବା ପରେ ପରିବାର ସହ ତାଙ୍କ ବିସର୍ଜନ କରିଛନ୍ତି।

ଶିଳ୍ପାଙ୍କ ଘରେ ଦେଢ଼ ଦିନ ପାଇଁ ଗଣପତିଙ୍କୁ ସ୍ଥାପନା କରାଯାଇଥିଲା। ଏହାପରେ ଧୁମଧାମରେ ବିସର୍ଜନ ଶୋଭାଯାତ୍ରା ବାହାରିଥିଲା। ବାବାଙ୍କୁ ବିଦାୟ ଦେବା ସମୟରେ ଶିଳ୍ପାଙ୍କ ପରିବାର ସଦସ୍ୟମାନେ ଖୁବ୍‌ ଉତ୍ସାହର ସହ ସାମିଲ ହୋଇଥିଲେ।

ବିସର୍ଜନ ସମୟରେ ଶିଳ୍ପା ସେଟ୍ଟୀଙ୍କ ନିଆରା ଅନ୍ଦାଜ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ପାରମ୍ପରିକ ମରାଠୀ ଲୁକ୍‌ରେ ଶିଳ୍ପା ହଳଦିଆ ରଙ୍ଗର ଶାଢ଼ି ପିନ୍ଧିଥିବା ବେଳେ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ମଧ୍ୟ ହଳଦିଆ କୁର୍ତ୍ତାରେ ନଜର ଆସିଥିଲେ। ଦୁଇ ସନ୍ତାନ ଭିଆନ ଓ ସମୀଶା ମଧ୍ୟ ହଳଦିଆ ପୋଷାକ ପିନ୍ଧି ପରିବାର ସହ ଏହି ଉତ୍ସବରେ ସାମିଲ ହୋଇଥିଲେ।

ସବୁଠୁ ଖାସ୍‌ କଥା ହେଉଛି, ବିସର୍ଜନ ସମୟରେ ଶିଳ୍ପା ନିଜେ ଢୋଲ ବଜାଇଥିଲେ। ଢୋଲର ତାଳେ ତାଳେ ସେ ପରିବାର ସଦସ୍ୟଙ୍କ ସହ ନାଚି ଉତ୍ସବକୁ ଆହୁରି ରଙ୍ଗୀନ କରିଥିଲେ। ତାଙ୍କ ଭଉଣୀ ତଥା ଅଭିନେତ୍ରୀ ଶମିତା ଶେଟ୍ଟୀ ମଧ୍ୟ ଏହି ଉତ୍ସବରେ ସାମିଲ ହୋଇ ନାଚିଥିଲେ।

ଶିଳ୍ପାଙ୍କ ଗଣେଶ ବିସର୍ଜନର ଅନେକ ଫଟୋ ଓ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚାରେ। ଏଥିରେ ଶିଳ୍ପାଙ୍କ ପରିବାରର ଉତ୍ସାହ ଓ ଗଣପତିଙ୍କ ପ୍ରତି ଭକ୍ତି ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି।

ବଲିଉଡ୍‌ରେ ଶିଳ୍ପା ସେଟ୍ଟୀ ଗଣେଶ ପୂଜାକୁ ନେଇ ବେଶ୍‌ ଉତ୍ସାହ। ପ୍ରତିବର୍ଷ ସେ ନିଜ ଘରେ ଗଣପତିଙ୍କୁ ସ୍ୱାଗତ କରିଥାନ୍ତି। ଚଳିତ ବର୍ଷ ମଧ୍ୟ ଭକ୍ତି ଓ ଉତ୍ସାହର ସହ ବାବାଙ୍କୁ ଆବାହନ କରିବା ପରେ ଧୁମଧାମରେ ବିଦାୟ ଦେଇଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।