31 OCTOBER 2026

Welcome!

Unlock your personalized experience.
Sign Up

Shivraj Singh Chouhan: କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହଙ୍କ ମା’ କାଶୀବାଇଙ୍କ ପରଲୋକ

Oct 30, 2026 - 22:11
Shivraj Singh Chouhan: କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହଙ୍କ ମା’ କାଶୀବାଇଙ୍କ ପରଲୋକ

ଭୋପାଳ: କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ମା’ କାଶୀବାଇଙ୍କର ଶୁକ୍ରବାର ପରଲୋକ ହୋଇଛି। ମଧ୍ୟପ୍ରଦେଶର ଭୋପାଳସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଚିକିତ୍ସାଧୀନ ଅବସ୍ଥାରେ ୭୬ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଶ୍ୱାସଜନିତ ସମସ୍ୟା ଯୋଗୁଁ ଗତ ଏକ ସପ୍ତାହ ଧରି ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ତେବେ ଡାକ୍ତରଙ୍କ ଉଦ୍ୟମ ସତ୍ତ୍ୱେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା।

ମା’ଙ୍କ ଦେହାନ୍ତ ଖବର ପାଇ ଶିବରାଜ ନିଜର ସମସ୍ତ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ବାତିଲ କରିଦେଇଛନ୍ତି। ଶୁକ୍ରବାର ରାୟସେନରେ ଆୟୋଜିତ ହେବାକୁ ଥିବା କୃଷକ ସମ୍ମିଳନୀରେ ମଧ୍ୟ ସେ ଯୋଗ ଦେଇନାହାନ୍ତି। ମା’ଙ୍କ ମୃତ୍ୟୁ ପରେ ସେ ଭୋପାଳର ସାକେତ ନଗରସ୍ଥିତ ନିଜ ବାସଭବନରେ ପହଞ୍ଚିଥିଲେ। ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କାଶୀବାଇଙ୍କ ଶେଷକୃତ୍ୟ ଶୁକ୍ରବାର ଅପରାହ୍ଣ ୩ଟାରେ ମଧ୍ୟପ୍ରଦେଶର ସିହୋର ଜିଲ୍ଲା ଅନ୍ତର୍ଗତ ପୈତୃକ ଗାଁ ଜୈତରେ କରାଯାଇଛି। ମା’ଙ୍କ ବିୟୋଗରେ ଶିବରାଜ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ଭାବପ୍ରବଣ ବାର୍ତ୍ତା ଲେଖିଛନ୍ତି। ମା’ଙ୍କ ବିଦାୟ ପରିବାର ଜୀବନରେ ଏପରି ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି, ଯାହା କେବେ ପୂରଣ ହୋଇପାରିବ ନାହିଁ ବୋଲି ସେ ଲେଖିଛନ୍ତି।

Nana Patekar passes away: ନାନା ପାଟେକରଙ୍କ ପରଲୋକ: ଜୀବନ ରଙ୍ଗମଞ୍ଚରୁ ବିଦାୟ ନେଲେ ‘କ୍ରାନ୍ତିବୀର’

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମଧ୍ୟ କାଶୀବାଇଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ରାଜ୍ୟ ବିଜେପି ସଭାପତି ହେମନ୍ତ ଖଣ୍ଡେଲୱାଲ ଏବଂ ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ଜିତୁ ପଟୱାରୀ ମଧ୍ୟ ଶୋକବାର୍ତ୍ତା ଜଣାଇଛନ୍ତି। ଶିବରାଜଙ୍କ ନିଜ ମା’ ସୁନ୍ଦରବାଇଙ୍କର ତାଙ୍କ ପିଲାଦିନେ ଦେହାନ୍ତ ହୋଇଥିଲା। ଏହା ପରେ ତାଙ୍କ ପିତା ପ୍ରେମ ସିଂହ ଚୌହାନ କାଶୀବାଇଙ୍କୁ ବିବାହ କରିଥିଲେ। କାଶୀବାଇ ପରିବାରର ସମସ୍ତ ପିଲାଙ୍କ ଲାଳନପାଳନ ଓ ଯତ୍ନ ନେଇଥିଲେ। ଶିବରାଜଙ୍କ ସମେତ ପରିବାରର ଅନ୍ୟ ପିଲାମାନଙ୍କୁ ମଧ୍ୟ ସେ ନିଜ ସନ୍ତାନ ଭଳି ଲାଳନପାଳନ କରିଥିଲେ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।