CM Vijay Announces Five-Year Age Relaxation: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ବିଜୟ ସରକାରଙ୍କ ବଡ଼ ଘୋଷଣା

Oct 30, 2026 - 22:14
CM Vijay Announces Five-Year Age Relaxation: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ବିଜୟ ସରକାରଙ୍କ ବଡ଼ ଘୋଷଣା

ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ହଜାର ହଜାର ଯୁବକଯୁବତୀଙ୍କ ପାଇଁ ବଡ଼ ଖବର।

ବୟସ ସୀମା ଅତିକ୍ରମ କରିଥିବାରୁ ଚାକିରି ସ୍ୱପ୍ନ ଅଧାରେ ରହିଯାଉଥିଲା କି?

ଏବେ ମିଳିବ ଆଉ ଏକ ସୁଯୋଗ।

ତାମିଲନାଡୁରେ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ୫ ବର୍ଷ ବୟସ କୋହଳ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ସି.

ଜୋସେଫ ବିଜୟ।

ଏହି ନିୟମ ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ଲାଗୁ ରହିବ।

Advertisment ସବୁଠାରୁ ବଡ଼ କଥା ହେଉଛି, ପୂର୍ବରୁ ଥିବା ବୟସ କୋହଳ ବ୍ୟବସ୍ଥା ସହ ଏହି ଅତିରିକ୍ତ ୫ ବର୍ଷ ଯୋଡ଼ାଯିବ।

ନୂଆ ନିୟମ ଅନୁସାରେ, Group-I ସେବା ପାଇଁ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ସର୍ବାଧିକ ବୟସ ସୀମା ୩୨ରୁ ୩୭ ବର୍ଷକୁ ବୃଦ୍ଧି ପାଇଛି।

ସଂରକ୍ଷିତ ବର୍ଗଙ୍କ ପାଇଁ ଏହା ୩୭ରୁ ୪୨ ବର୍ଷ ହୋଇଛି।

ସେହିପରି ଭିନ୍ନକ୍ଷମ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ୪୨ରୁ ୪୭ ବର୍ଷକୁ ବଢ଼ିଛି।

ସଂରକ୍ଷିତ ବର୍ଗର ଭିନ୍ନକ୍ଷମ ପ୍ରାର୍ଥୀଙ୍କ ପାଇଁ ଏହା ୪୭ରୁ ୫୨ ବର୍ଷ ହୋଇଛି।

Advertisment ଅନ୍ୟପଟେ Group-II ଓ Group-IIa ସେବା ପାଇଁ ସାଧାରଣ ବର୍ଗର ବୟସ ସୀମା ୩୦ରୁ ୩୫ ବର୍ଷକୁ ବୃଦ୍ଧି କରାଯାଇଛି।

ଭିନ୍ନକ୍ଷମ ସାଧାରଣ ବର୍ଗଙ୍କ ପାଇଁ ଏହା ୪୦ରୁ ୪୫ ବର୍ଷ ହୋଇଛି।

ଏହି ସେବାଗୁଡ଼ିକରେ ସଂରକ୍ଷିତ ବର୍ଗଙ୍କ ପାଇଁ ପୂର୍ବରୁ ସର୍ବାଧିକ ବୟସ ସୀମା ନଥିଲା।

ସରକାରୀ ଚାକିରି ପାଇଁ ଅଧିକ ସୁଯୋଗ ଦାବି କରି ଆଶାୟୀମାନେ ଆବେଦନ କରିଥିଲେ।

ସେମାନଙ୍କ ଅନୁରୋଧକୁ ବିଚାର କରି ଏହି ନିଷ୍ପତ୍ତି ନେଇଛନ୍ତି ବିଜୟ ସରକାର।

ଏହାଦ୍ୱାରା ବୟସ ସୀମା ପାଇଁ ଚାକିରି ସୁଯୋଗ ହରାଉଥିବା ଅନେକ ପ୍ରାର୍ଥୀଙ୍କୁ ମିଳିବ ଆଉ ଏକ ମଉକା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।