Shocking Delhi Murder: ୨୧ ବର୍ଷୀୟା ମଡେଲଙ୍କୁ ଘର ଭିତରେ ଛୁରି ଭୁସି ହତ୍ୟା, ଜିମ୍ ଟ୍ରେନର ମାରିଥିବା ଅଭିଯୋଗ

Aug 27, 2026 - 15:04
Shocking Delhi Murder: ୨୧ ବର୍ଷୀୟା ମଡେଲଙ୍କୁ ଘର ଭିତରେ ଛୁରି ଭୁସି ହତ୍ୟା, ଜିମ୍ ଟ୍ରେନର ମାରିଥିବା ଅଭିଯୋଗ

ଜଣେ ୨୧ ବର୍ଷୀୟା ଯୁବତୀଙ୍କୁ ତାଙ୍କ ଘର ଭିତରେ ଛୁରି ଭୁସି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ କହିଛି ଯେ, ଏହି ଘଟଣାରେ ତାଙ୍କ ଜିମ୍ ଟ୍ରେନରଙ୍କ ଉପରେ ଅଭିଯୋଗ ରହିଛି।
ମୃତ ଯୁବତୀଙ୍କ ପରିଚୟ ମୁସ୍କାନ ବୋଲି ଜଣାପଡ଼ିଛି। ସେ ଜଣେ ଛାତ୍ରୀ ଓ ମଡେଲ ଥିଲେ। ପଶ୍ଚିମ ଦିଲ୍ଲୀର ତିଲକ ନଗରସ୍ଥିତ ଏକ ବିଲ୍ଡିଂର ଦ୍ୱିତୀୟ ମହଲାରେ ଥିବା ନିଜ ଘରେ ସେ ଏକୁଟିଆ ଥିବା ବେଳେ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି।

ଅଭିଯୁକ୍ତ ଇମ୍ରାନ ଛୁରିରେ ମୁସ୍କାନଙ୍କୁ ଆକ୍ରମଣ କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି।
ମୁସ୍କାନଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ତାଙ୍କ ଘରକୁ ଦୌଡ଼ି ଆସିଥିଲେ। ସେଠାରେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ପରେ ପଡ଼ୋଶୀମାନେ ତାଙ୍କୁ ହସ୍ପିଟାଲ ନେଇଥିଲେ, ଯେଉଁଠାରେ ଆଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା।

ଅତିରିକ୍ତ ଡିସିପି ଅଭିଷେକ ଗୁପ୍ତା ସାମ୍ବାଦିକମାନଙ୍କୁ କହିଛନ୍ତି, ଆମେ ଅଭିଯୁକ୍ତଙ୍କୁ ଖୋଜୁଛୁ। ଘଟଣା ସମ୍ପର୍କରେ ତଦନ୍ତକାରୀମାନେ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରୁଛନ୍ତି ବୋଲି ସେ କହିଛନ୍ତି।
ମୁସ୍କାନଙ୍କ ସାଙ୍ଗ ଅମନ କହିଛନ୍ତି ଯେ, ସେ ତିନି ଭଉଣୀଙ୍କ ମଧ୍ୟରୁ ସବୁଠାରୁ ସାନ ଥିଲେ।

ସେ ସାମ୍ବାଦିକମାନଙ୍କୁ କହିଛନ୍ତି, ତାଙ୍କ ବଡ଼ ଭଉଣୀ ବର୍ତ୍ତମାନ ଚଣ୍ଡିଗଡ଼ରେ ଅଛନ୍ତି, ମୋତେ ଫୋନ୍ କରି ଶୀଘ୍ର ଘରକୁ ଯିବାକୁ କହିଥିଲେ। ସେ ମୋତେ କହିଥିଲେ ଯେ କେହି ମୁସ୍କାନଙ୍କୁ ଛୁରି ଭୁସିଛି।
ମୁଁ ତୁରନ୍ତ ତାଙ୍କ ଘରେ ପହଞ୍ଚି ତାଙ୍କୁ ହସ୍ପିଟାଲ ନେଇଯିବାକୁ କହିଥିଲି। ମୁଁ ସେଠାରେ ପହଞ୍ଚିବା ବେଳକୁ ଆମ୍ବୁଲାନ୍ସ ଆସିସାରିଥିଲା ଏବଂ ତାଙ୍କୁ ନେଇଯାଇଥିଲା, ବୋଲି ସେ କହିଛନ୍ତି।

ଅମନ ଆହୁରି ଦାବି କରିଛନ୍ତି ଯେ, ମୁସ୍କାନଙ୍କ ଭଉଣୀମାନେ ତାଙ୍କୁ କହିଥିଲେ ଯେ ଇମ୍ରାନ ମୁସ୍କାନଙ୍କୁ ହଇରାଣ କରୁଥିଲା। ଅମନ କହିଛନ୍ତି, ସେ ବହୁତ ଦିନ ପୂର୍ବରୁ ହଇରାଣ କରୁଥିଲ। ଏବେ ଯେହେତୁ ଏହି ଘଟଣା ଘଟିଛି, ସିଧାସଳଖ ସନ୍ଦେହ ତା ଉପରକୁ ଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।