Shooting: ଦକ୍ଷିଣ ଆଫ୍ରିକାରେ ଦୁଇ ପୃଥକ ଗୁଳିକାଣ୍ଡ ମାମଲା: ୨୭ ମୃତ, ୨୬ ଆହତ
"ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାରେ ଦୁଇ ପୃଥକ ଗୁଳିକାଣ୍ଡ ଘଟଣାରେ ମୋଟ ୨୭ ଜଣଙ୍କର ମୃତ୍ୟୁ ଘଟିବା ସହିତ ୨୬ ଜଣ ଆହତ ହୋଇଛନ୍ତି।
ଗୌଟେଙ୍ଗ ପ୍ରଦେଶର ଜୋହାନ୍ସବର୍ଗର ଦକ୍ଷିଣ-ପଶ୍ଚିମରେ ଥିବା ୱେଡେଲା ଟାଉନସିପ୍ରେ ଏକ ବାରରେ ଶନିବାର ରାତିରେ ଲୋକଙ୍କ ଉପରେ ଗୁଳିମାଡ଼ କରାଯାଇଛି।
ଏଥିରେ ୨୭ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି।
Advertisment ପୁଲିସ ସୂଚନା ଅନୁଯାୟୀ, ଶନିବାର ରାତି ପ୍ରାୟ ସାଢ଼େ ୯ ସମୟରେ ଏହି ଘଟଣା ଘଟିଥିଲା।
ମୃତକଙ୍କ ମଧ୍ୟରେ ଚାରି ଜଣ ମହିଳା ଏବଂ ୧୩ ଜଣ ପୁରୁଷ ଅଛନ୍ତି।
ପୁଲିସ କହିଛି, ଆଠ ଜଣ ଅଜ୍ଞାତ ବନ୍ଧୁକଧାରୀ ବାର୍ରେ ପହଞ୍ଚି ପ୍ରଥମେ ବାହାରେ ମଦ୍ୟପାନ କରୁଥିବା ଲୋକଙ୍କ ଉପରେ ଗୁଳି ଚଳାଇଥିଲେ।
ତା"ପରେ ସେମାନେ ଟାଭର୍ନ ଭିତରକୁ ପ୍ରବେଶ କରି ଭିତରେ ଥିବା ଅନ୍ୟ ଲୋକଙ୍କ ଉପରେ ଆଖିବୁଜା ଗୁଳିମାଡ଼ କରିଥିଲେ।
ଆକ୍ରମଣକାରୀମାନଙ୍କ ପାଖରେ ଏକେ-୪୭ ରାଇଫଲ୍ ଏବଂ ପିସ୍ତଲରେ ଥିଲା।
ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ ପୁଲିସ ଆକ୍ରମଣକାରୀଙ୍କୁ ଖୋଜାଖୋଜି ଆରମ୍ଭ କରିଛି, କିନ୍ତୁ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ।
ପୁଲିସ ଆକ୍ରମଣକାରୀଙ୍କ ପରିଚୟ ଏବଂ ସ୍ଥାନ ନିର୍ଣ୍ଣୟ କରିବାକୁ ଚେଷ୍ଟା କରୁଛି।
ଜନସାଧାରଣଙ୍କୁ ଘଟଣା କିମ୍ବା ଆକ୍ରମଣକାରୀଙ୍କ ବିଷୟରେ ସୂଚନା ଦେବାକୁ ନିବେଦନ କରିଛନ୍ତି।
ଗୁଳିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ।
ପୁଲିସ ଘଟଣାର ତଦନ୍ତ କରୁଛି ଏବଂ ଆକ୍ରମଣକାରୀମାନେ ବାର୍ ଉପସ୍ଥିତ ଲୋକଙ୍କୁ କାହିଁକି ଟାର୍ଗେଟ କରିଥିଲେ ତାହା ଜାଣିବାକୁ ଚେଷ୍ଟା କରୁଛି।ସେହିପରି ଅନ୍ୟ ଏକ ଘଟଣାରେ ଦକ୍ଷିଣ ଆଫ୍ରିକା ପୁଲିସ ସେବା ଅନୁଯାୟୀ, ରବିବାର ଭୋର ସମୟରେ କେପ୍ ଟାଉନ୍ ବାହାରେ ଥିବା ଲୱାଣ୍ଡଲରେ ଏକ ପୃଥକ ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୧ ଜଣ ଆହତ ହୋଇଛନ୍ତି।
ପୁଲିସ ରିପୋର୍ଟ ଅନୁସାରେ ବନ୍ଧୁକଧାରୀମାନେ ରାତି ଗୋଟାଏ ସମୟରେ ଏକ ମନୋରଞ୍ଜନ ସ୍ଥାନରେ ପ୍ରବେଶ କରି ଗ୍ରାହକଙ୍କ ଉପରେ ଗୁଳି ଚଳାଇଥିଲେ।
ଫଳରେ, ଘଟଣାସ୍ଥଳେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ପାଞ୍ଚ ଜଣଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।
ଅନ୍ୟ ୧୧ ଜଣ ଆହତଙ୍କର ଚିକିତ୍ସା କରାଯାଉଛି।
ଭାରତର ବଢ଼ିଲା ଚିନ୍ତା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।