Shutdown: ପ୍ରଭାବୀ ହେଲାନି ବନ୍ଦ ଡାକରା: ଗମନାଗମନ ସ୍ବାଭାବିକ, ସବୁ ଖୋଲା
"ଭୁବନେଶ୍ବର: ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ଘଟଣାରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ସହ ୬ ଦଫା ଦାବିରେ ଆଜି ନବନିର୍ମାଣ କୃଷକ ସଂଗଠନ ସାରା ରାଜ୍ୟରେ ବନ୍ଦ ଡାକରା ଦେଇଥିଲା।
ରାଜ୍ୟରେ ଏହାର ଆଂଶିକ ପ୍ରଭାବ ପଡ଼ିଥିବାବେଳେ ରାଜଧାନୀ ଭୁବନେଶ୍ବରରେ ଏହା ପ୍ରଭାବଶୂନ୍ୟ ରହିଛି।
କେବଳ ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳକୁ ଛାଡ଼ିଦେଲେ, ସଂପୂର୍ଣ୍ଣ ଭୁବନେଶ୍ବର ଆଜି ସ୍ବାଭାବିକ ଥିଲା।
ଗାଡ଼ିମୋଟର ଚଳାଚଳଠାରୁ ଆରମ୍ଭ କରି ଦୋକାନବଜାର, ସପିଂ ମଲ୍ ସବୁ ଖୋଲା ରହିଥିଲା।
ଆଗରୁ ପେଟ୍ରୋଲ ପମ୍ପ ବନ୍ଦ ରହିବ ବୋଲି ଘୋଷଣା କରାଯାଇଥିଲା।
କିନ୍ତୁ ରାଜଧାନୀର ସବୁ ପେଟ୍ରୋଲ ପମ୍ପ ଆଜି ଖୋଲା ରହିଥିଲା।
ଆଜି ବସ୍, ଟ୍ରକ୍ଠାରୁ ଆରମ୍ଭ କରି ଚାରିଚକିଆ, ଦୁଇଚକିଆ ଗାଡ଼ିର ଯାତାୟାତ ସ୍ବାଭାବିକ ଥିଲେ ବି ଗାଡ଼ିମୋଟର ସଂଖ୍ୟା ଆପାତତଃ କମ୍ ଥିଲା।
ଏଣୁ ରାଜଧାନୀରେ ଭିଡ଼ କେତେକାଂଶରେ କମ୍ ରହିଥିଲା।Advertisment UPSC ଶତାବର୍ଷିକୀରେ ପ୍ରଧାନମନ୍ତ୍ରୀ ମୋଦୀ ଉନ୍ମୋଚନ କରିବେ ସ୍ମାରକୀ ମୁଦ୍ରା ଓ ଡାକଟିକଟ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା, ସଂଶୋଧିତ ପାଠ୍ୟପୁସ୍ତକ ଫେରସ୍ତ ଆଦି ଦାବିରେ ନବନିର୍ମାଣ କୃଷକ ସଂଗଠନର ଯୁବଛାତ୍ର ସଂଗଠନ ପକ୍ଷରୁ ଗତ ଅଗଷ୍ଟ ୨୦ରୁ ଆରମ୍ଭ ହୋଇଥିବା ଅନଶନ ୪୨ ଦିନରେ ପହଞ୍ଚିଛି।
ଏହାକୁ ସମର୍ଥନ ଜଣାଇ ଆଜି ନବନିର୍ମାଣ କୃଷକ ସଂଗଠନ ରାଜ୍ୟବ୍ୟାପୀ ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦେଇଥିଲା।
ଆଜି ସକାଳେ ଭୁବନେଶ୍ବରର ବରମୁଣ୍ଡା, ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ ନବନିର୍ମାଣ କୃଷକ ସଂଗଠନ ଓ ନବନିର୍ମାଣ ଯୁବଛାତ୍ର ସଂଗଠନ ବ୍ୟାନର୍ ଧରି ପ୍ରତିବାଦ କରୁଥିବା ଦେଖିବାକୁ ମିଳିଥିଲା।
ବରମୁଣ୍ଡା ବସ୍ଷ୍ଟାଣ୍ଡ୍ ପ୍ରବେଶ ପଥରେ ଯୁବଛାତ୍ର ସଂଗଠନର କାର୍ଯ୍ୟକର୍ତ୍ତାମାନେ ବ୍ୟାନର୍ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଟାୟାର୍ ଜାଳି ଜାତୀୟ ରାଜପଥ ଅବରୋଧ କରିଥିଲେ।
Education: ବେଦାନ୍ତ ପକ୍ଷରୁ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ଫଳରେ କିଛି ସମୟ ପାଇଁ ବସ୍ ଓ ଅନ୍ୟ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଥିଲା।
କିନ୍ତୁ ବନ୍ଦ ଡାକରା ସମର୍ଥନରେ ଯେଉଁ ସଂଖ୍ୟା ଆଶା କରାଯାଉଥିଲା, ସେଭଳି ଦେଖିବାକୁ ମିଳିନି।
ଅନ୍ୟ ଦଳମାନେ ଏହି ବନ୍ଦ ଡାକରାକୁ ସମର୍ଥନ ଘୋଷଣା କରିଥିଲେ ବି କେହି ଆନ୍ଦୋଳନକୁ ଆସିନାହାନ୍ତି କି ବିକ୍ଷୋଭ ପ୍ରଦର୍ଶନ କରିନଥିଲେ।
ବିଜେଡି ପକ୍ଷରୁ କେବଳ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ତାଙ୍କ ସମର୍ଥକଙ୍କ ସହ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଆନ୍ଦୋଳନକାରୀଙ୍କ ସହ ଯୋଗ ଦେଇଥିଲେ।
ସେପଟେ ଆଜି ସବୁ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଖୋଲା ରହିଥିଲା।
କଟକ ରୋଡ୍, ପଳାଶୁଣି, ରସୁଲଗଡ଼, ସହିଦନଗର, କଳ୍ପନା ରାଜମହଲ, ଏଜି, ରାଜଭବନ, ଜାଗମରା, ଖଣ୍ଡଗିରି, ଆଚାର୍ଯ୍ୟ ବିହାର, ଜୟଦେବବିହାର, ବାଣୀବିହାର, ଲିଙ୍ଗିପୁର, ପୁରୀ ବାଇପାସ୍ ରାସ୍ତା, ସବୁଠି ଗାଡ଼ିମୋଟର ଚଳାଚଳ କରୁଥିଲା ଓ ବଡ଼ ବଡ଼ ବ୍ୟବସାୟ ପ୍ରତିଷ୍ଠାନ ବି ଖୋଲା ରହିଥିଲା।
ତେବେ ଆଇନଶୃଙ୍ଖଳା ରକ୍ଷା ପାଇଁ ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ପୁଲିସ ମୁତୟନ ହୋଇଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।