Silver: ଭାରତ ଆସିବ ୬୫୦୦ ଟନ୍‌ ରୁପା; ସରକାର ଦେଲେ ଅନୁମତି

Oct 22, 2026 - 22:45
Silver: ଭାରତ ଆସିବ ୬୫୦୦ ଟନ୍‌ ରୁପା; ସରକାର ଦେଲେ ଅନୁମତି

ନୂଆଦିଲ୍ଲୀ: ଆସନ୍ତା ୬ ମାସରେ ଦେଶକୁ ୬୫୦୦ ଟନ୍‌ ରୁପା ଆସିବାର ଅଛି।

ଆମଦାନିକାରୀମାନେ ବିପୁଳ ପରିମାଣର ରୁପା କିଣିବା ବରାଦ ଦେଇଛନ୍ତି। ‌ସେହି ଆମଦାନି ପାଇଁ ସରକାର ଅନୁମତି ଦେଇଛନ୍ତି।

ଏହା ଦେଶରେ ରୁପାର ଯୋଗାଣକୁ ନେଇ ରହିଥିବା ସ୍ଥିତିରେ ଉନ୍ନତି ଆଣିବ ଓ ରୁପା ଉପରେ ରହିଥିବା ପ୍ରିମିୟମ୍‌ ହ୍ରାସ କରିବ।

ନୂଆ ରୁପା ଆସିଲେ ଉତ୍ସବ ସମୟର ଚାହିଦା ପୂରଣ କରିବା ସହଜ ହେବ ବୋଲି ଟ୍ରେଡର୍‌ମାନେ କହିଛନ୍ତି।

ଭାରତ ନିଜ ଆବଶ୍ୟକତାର ୮୦%ରୁ ଅଧିକ ରୁପା ଆମଦାନି ଜରିଆରେ ପୂରଣ କରୁଛି।

ସେଥିପାଇଁ ଅନ୍ତର୍ଜାତୀୟ ବଜାରରେ ଦରବୃଦ୍ଧି ହେଲେ ତାହାର ପ୍ରତିଫଳନ ଦେଶ ଭିତରେ ଦେଖିବାକୁ ମିଳୁଛି।

Advertisment ଚଳିତ ବର୍ଷ ମେ ମାସରେ କେନ୍ଦ୍ର ସରକାର ରୁପା ଆମଦାନି ଉପରେ ତତ୍କାଳ କଟକଣା ଲଗାଇଥିଲେ।

ଜୁନରେ ସେହି କଟକଣା ପରିସରରେ ରୁପା ଖାଦ ଓ ପାଉଡର୍‌କୁ ମଧ୍ୟ ସାମିଲ କରାଯାଇଥିଲା।

ଏହି ସମସ୍ତ ଜିନିଷ ଆମଦାନି ପୂର୍ବରୁ ସରକାରୀ ଅନୁମତି ବାଧ୍ୟତାମୂଳକ କରାଯାଇଥିଲା।

ଗୁଜରାଟର ଆମ୍ରପାଲି ଗ୍ରୁପ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଚିରାଗ ଠକର କହିଛନ୍ତି, ଯେତିକି ରୁପା ଆସିବାର ଅଛି ତାହା ଆବଶ୍ୟକତାଠାରୁ ଯଥେଷ୍ଟ ଅଧିକ।

ଅତିରିକ୍ତ ରୁପା ଦେଶରେ ପ୍ରିମିୟମ ହ୍ରାସ କରିବାରେ ସହାୟକ ହେବ।

Gold Shop Robbery: ସୁନା ଦୋକାନରୁ ବଡ଼ ଧରଣର ଲୁଟ୍: ସଟର ତାଡ଼ି ସୁନା, ରୁପା ଓ ଟଙ୍କା ନେଇଗଲେ ଦୁର୍ବୃତ୍ତ ଏଭଳି ଏକ ସମୟରେ ଦେଶକୁ ବିପୁଳ ରୁପା ଆସିବାର ଅଛି, ଯେତେବେଳେ ବିଦେଶୀ ମୁଦ୍ରା ସଞ୍ଚୟ କରିବା ଲାଗି ସୁନା ଓ ରୁପା ଭଳି ଅଣ ଅତ୍ୟାବଶ୍ୟକ ଧାତବ ପଦାର୍ଥ ଆମଦାନି ଉପରେ ସରକାର କଟକଣା ଲଗାଇଛନ୍ତି।

ଆମେରିକୀୟ ଡଲାର ତୁଳନାରେ ଟଙ୍କା ନିୟମିତ ବ୍ୟବଧାନରେ ଦୁର୍ବଳ ହୋଇପଡ଼ୁଛି।

ଟଙ୍କା ସ୍ଥିତିରେ ସୁଧାର ଆଣିବା ପାଇଁ ବିଦେଶୀ ମୁଦ୍ରା ଭଣ୍ଡାରକୁ ଦୃଢ଼ ରଖିବା ଜରୁରୀ ହୋଇପଡ଼ିଛି।

ସେଥିପାଇଁ କେନ୍ଦ୍ର ସରକାର ସୁନା ଓ ରୁପାର ଆମଦାନି ଶୁଳ୍କକୁ ୬%ରୁ ବଢ଼ାଇ ୧୫% କରିଛନ୍ତି।

ପୂଜା ଋତୁରେ ରୁପା ସାମଗ୍ରୀ ଓ ଗହଣା ଚାହିଦା ନିରୁତ୍ସାହଜନକ ରହିବା ସତ୍ତ୍ବେ ଏତେ ପରିମାଣର ରୁପା ପାଇଁ କାହିଁକି ବରାଦ ଦିଆଯାଇଛି ତାହାକୁ ନେଇ ଟ୍ରେଡର୍‌ମାନେ ଚକିତ ହୋଇପଡ଼ିଛନ୍ତି।

ମୁମ୍ବାଇର ଜଣେ ଟ୍ରେଡର୍‌ କହିଛନ୍ତି, ରୁପାକୁ ନେଇ ଉତ୍ସବ ଚାହିଦା ଏପର୍ଯ୍ୟନ୍ତ ଉତ୍ସାହଜନକ ସ୍ତରକୁ ଆସିପାରିନାହିଁ।

ନିକଟରେ ରୁପା ଦରରେ ଘଟିଥିବା ହ୍ରାସ ପ୍ରଭାବରେ ନିବେଶକମାନେ ବିପୁଳ କ୍ଷତି ସହିଛନ୍ତି ଓ ସେମାନେ ପୁଣି ଥରେ ରୁପାରେ ନିବେଶ କରିବାକୁ କୁଣ୍ଠିତ ହେଉଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।