Simhachalam: ସୀମାଞ୍ଚଳ ପୀଠ ଶିଳାଲେଖରେ ନୃସିଂହଙ୍କ ସ୍ତୁତି
ବ୍ରହ୍ମପୁର: ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ଶ୍ରୀବରାହ ଲକ୍ଷ୍ମୀ ନରସିଂହ ଦେବସ୍ଥାନମ୍ର ନୀଳାଦ୍ରି ଦ୍ୱାରସ୍ଥ ଏକ ଗୋଲାକାର ସ୍ତମ୍ଭରୁ ପଞ୍ଚଦଶ ଶତାବ୍ଦୀର ଓଡ଼ିଆ ଲିପି ଖୋଦିତ ଶିଳାଲେଖ ଚିହ୍ନଟ ହୋଇଛି। ଏଥିରେ ଭଗବାନ ସିଂହାଦ୍ରିନାଥଙ୍କ ଉଦ୍ଦେଶ୍ୟରେ ଏକ ସଂସ୍କୃତ ସ୍ତୁତି ଉଲ୍ଲେଖ ରହିଛି। ଯାହାର ପାଠ ଉଦ୍ଧାର ଲିପିତତ୍ତ୍ବ ଗବେଷକ ବିଷ୍ଣୁ ମୋହନ ଅଧିକାରୀ କରିଥିବା ବେଳେ ଗବେଷକ ସତ୍ୟଚନ୍ଦ୍ର ସାଇକୁମାର ଖିଥିନେଡ଼ି ଚିହ୍ନଟ କରିଛନ୍ତି। ବିଷ୍ଣୁମୋହନଙ୍କ ମତରେ, ଓଡ଼ିଆ ଲିପିରେ ସ୍ତୁତିର ସଂସ୍କୃତ ଭାଷା କେତେକାଂଶରେ ଅବକ୍ଷୟ ହୋଇଥିଲେ ମଧ୍ୟ ଏଥିରେ ଭଗବାନ ନରସିଂହଙ୍କ ପ୍ରତି ଗଭୀର ଭକ୍ତିଭାବ ପ୍ରକାଶ ଥିବା ଉଲ୍ଲେଖ। ଭକ୍ତ ଜଣକ ସାଂସାରିକ ଦୁଃଖକଷ୍ଟରୁ ଉଦ୍ଧାର ପାଇବା ସହ ପ୍ରଭୁଙ୍କ ଚରଣରେ ଅଚଳ ଭକ୍ତି ଓ ଦିବ୍ୟ ଆଶ୍ରୟ ପ୍ରାର୍ଥନା କରିଛନ୍ତି।
Alishan: ଆଲିଶାନର ‘ବିଗ୍ ବ୍ରାଣ୍ଡ୍’ ପୂଜା ଅଫର୍
ଶ୍ଳୋକରେ ଦେବତାଙ୍କ ନାମ ‘ସିଂଙ୍ଗାଦ୍ରିନାଥ’ ରୂପେ ମଧ୍ୟ ଉଲ୍ଲେଖ ରହିଛି। ଶିଳାଲେଖର ଅକ୍ଷରରୂପ ଓ ଲିପିଗତ ବୈଶିଷ୍ଟ୍ୟ ଆଧାରରେ ବିଷ୍ଣୁମୋହନ ଏହାକୁ ସୂର୍ଯ୍ୟବଂଶୀ ଗଜପତି ରାଜା ପୁରୁଷୋତ୍ତମଦେବଙ୍କ ଶାସନକାଳର ବୋଲି ଅନୁମାନ କରିଛନ୍ତି। ମନ୍ଦିର ନିର୍ମାତା ପୂର୍ବ ଗଙ୍ଗବଂଶୀ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କ ସହ ଏହି ମନ୍ଦିରର ଐତିହାସିକ ସମ୍ପର୍କ ରହିଥିବା ବେଳେ ପରବର୍ତ୍ତୀ ସମୟରେ ସୂର୍ଯ୍ୟବଂଶୀ ଗଜପତି ଶାସକମାନଙ୍କ ଠାରୁ ମଧ୍ୟ ଏହା ବିଶେଷ ପୃଷ୍ଠପୋଷକତା ପାଇଥିଲା। ଏହି ଶିଳାଲେଖ ଓଡ଼ିଶାର ମଧ୍ୟଯୁଗୀୟ ଭାଷା, ଲିପି, ଧାର୍ମିକ ପରମ୍ପରା ଓ ଗଜପତି ଶାସକମାନଙ୍କ ସାଂସ୍କୃତିକ ପ୍ରଭାବ ସମ୍ପର୍କରେ ଅଧ୍ୟୟନ ପାଇଁ ଏକ ନୂତନ ଦିଗ ଉନ୍ମୋଚନ କରିଛି।
Judegement: ତ୍ବିଷା ଶର୍ମା ମୃତ୍ୟୁ ମାମଲା: ଭୋପାଳ ଅଦାଲତରେ ବିଚାର ସ୍ଥଗିତ ରଖିଲେ ସୁପ୍ରିମ୍କୋର୍ଟ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।