Similipal: ଶିମିଳିପାଳ ପାଦଦେଶରେ ବେଆଇନ ପଥର ଖନନ ଅଭିଯୋଗ: ଏନଏଚଆରସିଙ୍କ ରିପୋର୍ଟ ତଲବ

Sep 30, 2026 - 08:48
Similipal: ଶିମିଳିପାଳ ପାଦଦେଶରେ ବେଆଇନ ପଥର ଖନନ ଅଭିଯୋଗ: ଏନଏଚଆରସିଙ୍କ ରିପୋର୍ଟ ତଲବ

"କଟକ: ଶିମିଳିପାଳ ଜାତୀୟ ଉଦ୍ୟାନର ପାଦଦେଶରେ ବେଆଇନ ପଥର ଖନନ ଚାଲିଥିବା ଓ ଏଥି ପାଇଁ ସ୍ଥାନୀୟ ଗ୍ରାମବାସୀଙ୍କ ଧନଜୀବନ ବିପଦରେ ପଡ଼ିଥିବା ଅଭିଯୋଗକୁ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି।

ଅଭିଯୋଗର ତଦନ୍ତ କରିବା ସହିତ ଏ ସଂପର୍କିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ରିପୋର୍ଟ ଦୁଇ ସପ୍ତାହ ଭିତରେ ଦାଖଲ କରିବାକୁ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଏନଏଚଆରସି ନିର୍ଦ୍ଦେଶ ଦେଇଛନ୍ତି।

ଏନ୍‌ଏଚ୍‌ଆର୍‌ସି କହିଛନ୍ତି ଯେ, ଅଭିଯୋଗ ଯଦି ସତ୍ୟ ହୁଏ, ତେବେ ଏହା ପୀଡ଼ିତ ଲୋକଙ୍କ ମାନବାଧିକାରର ଗୁରୁତର ଉଲ୍ଲଂଘନ।

ଏନ୍‌ଏଚ୍‌ଆର୍‌ସି ମାନବାଧିକାର କର୍ମୀ ଅଖଣ୍ଡଙ୍କ ଅଭିଯୋଗର ଶୁଣାଣି କରି ଏପରି ନି‌ର୍ଦ୍ଦେଶ ପ୍ରଦାନ କରିଛନ୍ତି।Advertisment ବିସ୍ଫୋରକ ଦ୍ରବ୍ୟ ବ୍ୟବହାର କରି ପଥର ଫଟାଯାଉଛି ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସିମିଳିପାଳ ଜାତୀୟ ଉଦ୍ୟାନର ପାଦଦେଶରେ, ବିଶେଷ କରି ସାମାଖୁଣ୍ଟା ତହସିଲ ଅଧିନ କେନ୍ଦୁଆ ପଞ୍ଚାୟତର ଶରତଚନ୍ଦ୍ରପୁର ଓ ବାଙ୍କସାହି ଗ୍ରାମ ନିକଟରେ ବେଆଇନ ଭାବେ ପଥର ଖନନ ଚାଲିଥିବା ଅଭିଯୋଗ ହୋଇଛି।

ଏନଏଚଆରସିଙ୍କ ନିକଟରେ ଦାଖଲ ଅଭିଯୋଗରେ ଉଲ୍ଲେଖ କରାଯାଇଛି ଯେ ରାତି ସମୟରେ ଡ୍ରିଲିଂ ମେସିନ୍ ବ୍ୟବହାର କରିବା ସହ ଜେଲାଟିନ୍ ଭଳି ବିସ୍ଫୋରକ ଦ୍ରବ୍ୟ ବ୍ୟବହାର କରି ପଥର ଫଟାଯାଉଛି।

ଏଭଳି ବିସ୍ଫୋରଣ ପାଇଁ ସ୍ଥାନୀୟ ଗ୍ରାମରେ ଜୋରଦାର ଶବ୍ଦ ଓ କମ୍ପନ ସୃଷ୍ଟି ହେଉଛି।

ଫଳରେ ମାଟି ଘରଗୁଡ଼ିକରେ ଫାଟ ସୃଷ୍ଟି ହୋଇଛି।

ଗ୍ରାମବାସୀମାନେ ଭୟଭିତ ଅବସ୍ଥାରେ ରହିଛନ୍ତି।

ବିସ୍ଫୋରଣ ଓ ଘର ଭାଙ୍ଗିବାର ଆଶଙ୍କା ପାଇଁ ଲୋକଙ୍କ ଧନଜୀବନର ସୁରକ୍ଷା ପ୍ରଭାବିତ ହେଉଥିବା, ମହିଳା, ଶିଶୁ ଓ ବୟସ୍କମାନେ ଅଧିକ ଅସୁବିଧାରେ ପଡ଼ୁଥିବା ଅଭିଯୋଗ ହୋଇଛି।

ଏପରି ବେଆଇନ ପଥର ଖନନ କୌଣସି ଅନୁମତି ଓ ପରିବେଶ ମଞ୍ଜରୀ ନ ଥାଇ ଚାଲୁଛି।

ପ୍ରତିଦିନ ୫୦ରୁ ଅଧିକ ଟ୍ରକ୍ ପଥର ପରିବହନ କରୁଥିବାରୁ ଗ୍ରାମ୍ୟ ରାସ୍ତା ଓ ସାଧାରଣ ଜୀବନ ମଧ୍ୟ ପ୍ରଭାବିତ ହେଉଛି।

Shree Gundicha Temple: ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର, ୩ ଦିନ ଯାଏଁ ମାଗଣା ଦର୍ଶନ ସିମିଳିପାଳ ଅଞ୍ଚଳର ପରିବେଶ ଉପରେ ମଧ୍ୟ ଗୁରୁତର ପ୍ରଭାବ ପଡ଼ୁଛି।

ପାହାଡ଼ରୁ ପଥର ଖନନ ଦ୍ବାରା ଜଙ୍ଗଲ ନଷ୍ଟ ହେଉଛି, ଶବ୍ଦ ଓ ବାୟୁ ପ୍ରଦୂଷଣ ପାଇଁ ପରିବେଶ ଓ ଜୈବ ବିବିଧତା ପ୍ରଭାବିତ ହେଉଛି।

ତୁରନ୍ତ ବେଆଇନ ପଥର ଖନନ ବନ୍ଦ କରିବା ସହିତ ଏଥିରେ ବ୍ୟବହୃତ ଯନ୍ତ୍ରପାତି ଓ ଯାନବାହନ ଜବତ, ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ପ୍ରଭାବିତ ପରିବାରକୁ ଅନ୍ତରୀଣ କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଏନଏଚଆରସିଙ୍କ ନିକଟରେ ନିବେଦନ କରାଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।