Similipal Tourist Entry: ବର୍ଷା ପରେ ଫେରିଲା ଶିମିଳିପାଳର ମଜା, ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଦ୍ୱାର
ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର।
ପୁଣି ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ।
ଲଗାଣ ବର୍ଷା ଓ ରାସ୍ତାରେ କାଦୁଅ ଯୋଗୁଁ କିଛିଦିନ ଧରି ବନ୍ଦ ରହିଥିବା ଅଭୟାରଣ୍ୟକୁ ଆଜିଠୁ ମିଳିଛି ପର୍ଯ୍ୟଟକଙ୍କ ପ୍ରବେଶ ଅନୁମତି।
ବାରିପଦାର ପିଠାବଟା ଓ ଯଶିପୁରର ଜାମୁଆଣି ଗେଟ୍ ଦେଇ ପର୍ଯ୍ୟଟକମାନେ ଶିମିଳିପାଳ ବୁଲିବାର ସୁଯୋଗ ପାଇଛନ୍ତି।
Advertisment ପ୍ରଥମ ଦିନରେ ଅନେକ ସଫାରୀ ଗାଡ଼ି ସହ ସାଧାରଣ ଗାଡ଼ିକୁ ମଧ୍ୟ ମିଳିଛି ଅନୁମତି।
ସକାଳ ୭ଟାରୁ ୯ଟା ମଧ୍ୟରେ ପ୍ରବେଶ କରିପାରିବେ ପର୍ଯ୍ୟଟକ।
ଜଙ୍ଗଲ ସଫାରୀରେ ଖୋଲା ଗାଡ଼ିରେ ବୁଲିବାର ସୁଯୋଗ ରହିଛି।
ତେବେ ସଫାରୀ ଓ ରାତ୍ରି ରହଣି ପାଇଁ ଅନଲାଇନ୍ ବୁକିଂ ବାଧ୍ୟତାମୂଳକ ରହିଛି।
ଚଳିତ ବର୍ଷ ଶିମିଳିପାଳର କୋର୍ ଏରିଆରେ ମୋବାଇଲ୍ ବ୍ୟବହାର ଉପରେ କଟକଣା ଲାଗିଛି।
ତେବେ ନିୟମ ଅନୁଯାୟୀ ଫଟୋ ଉଠାଇବାର ସୁଯୋଗ ରହିବ।
ମାଦକ ଦ୍ରବ୍ୟ ଓ ପ୍ଲାଷ୍ଟିକ୍ ଉପରେ ମଧ୍ୟ କଟକଣା ଜାରି ରହିଛି।
ପ୍ରଥମ ଦିନରେ ପର୍ଯ୍ୟଟକଙ୍କୁ ଆଦିବାସୀ ନୃତ୍ୟ ଓ ସଙ୍ଗୀତ ସହ ଫୁଲ ଦେଇ ସ୍ୱାଗତ କରାଯାଇଛି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।