SIR: ସିଇସିଙ୍କୁ ହଟାଇବା ସଂକ୍ରାନ୍ତ ଇଣ୍ଡିମେଣ୍ଟର ପ୍ରସ୍ତାବିତ ନୋଟିସ୍କୁ ଆପ୍, ଡିଏମ୍କେର ସମର୍ଥନ
"ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ହଟାଇବାପାଇଁ ବିରୋଧୀ ଇଣ୍ଡି ମେଣ୍ଟ ସଂସଦରେ ଏକ ନୋଟିସ୍ ଆଣିବ।
ଏଥିପାଇଁ ଇଣ୍ଡି ମେଣ୍ଟ ସହଯୋଗୀମାନେ ଅଧିକରୁ ଅଧିକ ବିରୋଧୀ ଦଳ ଗୁଡ଼ିକର ସହଯୋଗ ଲୋଡ଼ୁଛନ୍ତି।
ଏହି କ୍ରମରେ ଆମ୍ ଆଦ୍ମୀ ପାର୍ଟି (ଆପ୍) ଏବଂ ଡିଏମ୍କେ ( ଦ୍ରାବିଡ଼ ମୁନ୍ନେତ୍ରା କାଝାଗମ୍) ମଧ୍ୟ ନୋଟିସ୍କୁ ସମର୍ଥନ କରି ଏଥିରେ ସ୍ବାକ୍ଷର କରିବାକୁ ରାଜି ହୋଇଥିବା ଜଣାପଡ଼ିଛି।
Advertisment ଉଭୟ ଆପ୍ ଏବଂ ଡିଏମ୍କେ ଇଣ୍ଡିମେଣ୍ଟଠାରୁ ଦୂରେଇ ରହିଥିଲେ ମଧ୍ୟ ସିଇସିଙ୍କୁ ହଟାଇବାପାଇଁ ଆସିବାକୁ ଥିବା ନୋଟିସ୍ରେ ସେମାନେ ସ୍ବାକ୍ଷର କରିବେ ବୋଲି ରାଜି ଥିବା ଜଣାପଡ଼ିଛି।
ସିପିଏମ୍ ସାଧାରଣ ସମ୍ପାଦକ ଏମ୍ ଏ ବେବି ଏହି ପ୍ରସଙ୍ଗରେ ଗତ ରବିବାର ଦିନ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଥିଲେ।
ଅନ୍ୟପକ୍ଷେ ଟିଏମ୍ସିର ଡେରେକ୍ ଓବ୍ରାଏନ ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କୁ ମଙ୍ଗଳବାର ଭେଟିଛନ୍ତି।
ସଦ୍ୟ ନୋଟିସ୍ ପାଇଁ ବିରୋଧୀ ନେତାମାନେ ଅଧିକ ସମର୍ଥନ ଚାହୁଥିବାବେଳେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।
INDIA bloc meeting: ଇଣ୍ଡି ମେଣ୍ଟ ବୈଠକରେ ଯୋଗ ଦେବେନି ଅଖିଳେଶ ପୂର୍ବରୁ ଡିଏମ୍କେ ନେତା କାନିମୋଝି ମଧ୍ୟ ସେପ୍ଟେମ୍ବର ୧୭ ତାରିଖରେ ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ କୋଲକାତାରେ ଭେଟିଥିଲେ।
ଉଭୟ ଆପ୍ ଏବଂ ଡିଏମ୍କେ ସିଇସିଙ୍କୁ ହଟାଇବାପାଇଁ ବିରୋଧୀ ଇଣ୍ଡି ମେଣ୍ଟ ସଂସଦରେ ଆଣିବାକୁ ଥିବା ନୋଟିସ୍କୁ ସମର୍ଥନ କରିବେ ବୋଲି ରାଜି ହୋଇଥିବା ଏକ ସୂତ୍ରରୁ ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ ଯେ ସିଇସି ଜ୍ଞାନେଶ କୁମାରଙ୍କୁ ହଟାଇବାପାଇଁ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ବିରୋଧୀ ଦଳ ଗୁଡ଼ିକ ପ୍ରସ୍ତୁତ ହେଉଛନ୍ତି।
ସେମାନେ ଏଥିପାଇଁ ଆଗକୁ ଲୋକସଭା ଏବଂ ରାଜ୍ୟସଭାରେ ଏକ ସଦ୍ୟ ନୋଟିସ୍ ଦାଖଲ କରିବେ।
ତେବେ କୁମାରଙ୍କୁ ହଟାଇବାପାଇଁ ଏହା ବିରୋଧୀ ଦଳ ନେତାମାନଙ୍କ ଦ୍ବାରା ତୃତୀୟ ଉଦ୍ୟମ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।