SIR In Odisha: ଏସ୍ଆଇଆର କାର୍ଯ୍ୟରେ ଅବହେଳା: ହାଟଡ଼ିହି ବିଇଓ ରାଜୀବ କୁମାର ଦଳାଇ ନିଲମ୍ବିତ
"ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ରାଜୀବ କୁମାର ଦଳାଇଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।
କାର୍ଯ୍ୟରେ ଅବହେଳା ଏବଂ ନିୟମ ଉଲ୍ଲଂଘନ ଅଭିଯୋଗରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।Advertisment House-to-house survey: ଅକ୍ଟୋବର ୨୬ରୁ ଘରକୁ ଘର ସର୍ଭେ: ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଭୋଟର ତାଲିକାରେ ସଂଶୋଧନ ସୂଚନା ଅନୁସାରେ, ହାଟଡ଼ିହି ବ୍ଲକରେ ଚାଲିଥିବା 'ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬' କାର୍ଯ୍ୟକ୍ରମର ପ୍ରଗତିରେ ବାଧା ସୃଷ୍ଟି କରିବା ଏବଂ କାର୍ଯ୍ୟରେ ଅବହେଳା ଯୋଗୁଁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଓଡ଼ିଶା ବେସାମରିକ ସେବା (CC&A) ରୁଲ, ୧୯୬୨ ର ନିୟମ ୧୨(୧) ଅନୁଯାୟୀ ତାଙ୍କୁ ତୁରନ୍ତ ସେବାରୁ ନିଲମ୍ବନ କରାଯାଇଛି।
4.14 lakh voters lost: କଟିଲେଣି ୪.୧୪ ଲକ୍ଷ ଭୋଟର: ସେପ୍ଟେମ୍ବର ୨୧ରେ ଚୂଡ଼ାନ୍ତ ତାଲିକା ନିଲମ୍ବନ ସମୟରେ ଶ୍ରୀ ଦଳାଇ କେନ୍ଦୁଝର ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କ କାର୍ଯ୍ୟାଳୟରେ ରିପୋର୍ଟ କରିବେ।
କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ସେ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ ବୋଲି ନିର୍ଦ୍ଦେଶନାମାରେ ସ୍ପଷ୍ଟ କରାଯାଇଛି।
ରାଜ୍ୟପାଳଙ୍କ ଆଦେଶକ୍ରମେ ଗଣଶିକ୍ଷା ବିଭାଗ କମିଶନର-ତଥା-ଶାସନ ସଚିବ ଏହି ନିର୍ଦ୍ଦେଶ ଜାରି କରିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।